Union Budget 2021: ଅର୍ଥନୈତିକ ସର୍ବେକ୍ଷଣ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, 2021-22 ରେ 11% ବୃଦ୍ଧି ହୋଇପାର
ନିର୍ମଳା ସୀତାରମଣ ଶୁକ୍ରବାର ଲୋକସଭାରେ ଏକ ଆର୍ଥିକ ସର୍ଭେ ଉପସ୍ଥାପନ କରିଛନ୍ତି । 2021-22 ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ଅଭିବୃଦ୍ଧି ହାର (ଜିଡିପି) 11 ପ୍ରତିଶତ ବୃଦ୍ଧି ହେବ ବୋଲି ସର୍ଭେ ଆକଳନ କରିଛି ।
ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହୋଇଛି 2021-22 ଆର୍ଥିକ ବର୍ଷ ପାଇଁ ବଜେଟ୍ ଅଧିବେଶନ । ଶୁକ୍ରବାର ସକାଳ 11ଟାରେ ରାଷ୍ଚ୍ରପତି ରାମନାଥ କୋବିନ୍ଦ ବଜେଟ୍ ଅଧିବେଶନର ଅଭିଭାଷଣ ରଖିବା ପରେ ଆନୁଷ୍ଠାନିକ ଭାବେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଏହା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଲୋକସଭାରେ ଏକ ଆର୍ଥିକ ସର୍ଭେ ଉପସ୍ଥାପନ କରିଛନ୍ତି । 2021-22 ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ଅଭିବୃଦ୍ଧି ହାର (ଜିଡିପି) 11 ପ୍ରତିଶତ ବୃଦ୍ଧି ହେବ ବୋଲି ସର୍ଭେ ଆକଳନ କରିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଅର୍ଥନୈତିକ ଅଭିବୃଦ୍ଧି ହାର 23.9 ପ୍ରତିଶତ ହ୍ରାସ ପାଇଥିବାବେଳେ ଦ୍ୱିତୀୟ ତ୍ରୟ ମାସରେ ଏହା 7.5 ପ୍ରତିଶତ ହ୍ରାସ ପାଇଥିଲା । ସମଗ୍ର ଆର୍ଥିକ ବର୍ଷରେ 7.7 ପ୍ରତିଶତ ହ୍ରାସ ହୋଇଥିବା ଅନୁମାନ କରାଯାଉଛି ବୋଲି ସେ ଆଜି ସୂଚନା ଦେଇଛନ୍ତି ।

ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ଭେଙ୍କଟ ସୁବ୍ରମଣ୍ୟମଙ୍କ ନେତୃତ୍ୱରେ ଏହି ଦଳ 2020-21 ପାଇଁ ଏକ ଆର୍ଥିକ ସମୀକ୍ଷା ପ୍ରସ୍ତୁତ କରିଛି । ସର୍ବେକ୍ଷଣରେ କୁହାଯାଇଛି ଯେ କରୋନା ମହାମାରୀ ଏବଂ ଏହାର ପ୍ରତିରୋଧ ପାଇଁ ଲାଗୁ ହୋଇଥିବା ଅର୍ଥନୀତିରେ FY 2021-22 ରେ ଦ୍ରୁତ ପୁନରୁଦ୍ଧାର ଆଶା କରାଯାଉଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସରେ ଅର୍ଥନୈତିକ ଅଭିବୃଦ୍ଧି ହାର 23.9 ପ୍ରତିଶତ ହ୍ରାସ ପାଇଥିବାବେଳେ ଦ୍ୱିତୀୟ ତ୍ରୟମାସରେ ଏହା 7.5 ପ୍ରତିଶତ ହ୍ରାସ ପାଇଛି ।
ସର୍ବେକ୍ଷଣ ଅନୁଯାୟୀ ସାମଗ୍ର ଆର୍ଥିକ ବର୍ଷରେ 7.7 ପ୍ରତିଶତ ହ୍ରାସ ପାଇଛି ବୋଲି ବୋଲି ଆକଳନ କରାଯାଇଛି । ଏଥିସହିତ ନୂଆ ବଜେଟ୍ ଅନୁସାରେ ଜିଡିପି (ଜିଡିପି) ଅଭିବୃଦ୍ଧି ହାର ଆସନ୍ତା 2021-22 ଆର୍ଥିକ ବର୍ଷରେ 11 ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । FY 2022 ପାଇଁ ନୋମିଲନାଲ ଜିଡିପି 15.4 ପ୍ରତିଶତ ଧାର୍ଯ୍ୟ କରାଯାଇଛି । ଅର୍ଥନୀତିର ପୁନରୁଦ୍ଧାର ପୂର୍ବାନୁମାନ କରାଯାଉଛି । ଏହି ସର୍ଭେରେ ଭାରତୀୟ ଅର୍ଥନୀତି ପାଇଁ ଏକ ରୋଡମ୍ୟାପ ମଧ୍ୟ ରହିଛି । 5 ଟ୍ରିଲିୟନ ଡଲାରର ଅର୍ଥନୀତି ନେଇ ଅନେକ ଦିଗ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।
ସୂଚନାଯୋଗ୍ୟ, କୋଭିଡ -19 କାରଣରୁ ଅର୍ଥନୈତିକ କାର୍ଯ୍ୟକଳାପରେ ପ୍ରତିବନ୍ଧକ ହେତୁ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍ ତ୍ରୟ ମାସରେ ଜିଡିପି ଅଭିବୃଦ୍ଧି ହାର -23.9 ପ୍ରତିଶତ ଥିଲା, ଯାହା 40 ବର୍ଷ ପୂର୍ବର ଅବସ୍ଥା ସହ ସମାନ ଥିଲା । ଏହା ପରେ ଜୁଲାଇ-ସେପ୍ଟେମ୍ବର ତ୍ରୟ ମାସରେ ଜିଡିପି ଅଭିବୃଦ୍ଧି ହାର -7.5 ପ୍ରତିଶତ ରହିଥିଲା । ସାଧାରଣ ବଜେଟର ଗୋଟିଏ ଦିନ ପୂର୍ବରୁ ଏହି ସର୍ଭେ ରିପୋର୍ଟ ସାଧାରଣତଃ ଉପସ୍ଥାପିତ ହୁଏ । ଚଳିତ ବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟର ତିନି ଦିନ ପୂର୍ବରୁ ଏହାକୁ ଉପସ୍ଥାପନ କରିଛନ୍ତି ।












Click it and Unblock the Notifications