ବଜେଟ୍ 2023 ରେ ରେଳବାଇ ପାଇଁ ମେଗା ପ୍ଲାନ୍ ! ମିଳିପାରେ 500 ବନ୍ଦେ ଭାରତ ଏକ୍ସପ୍ରେସ୍, ହାଇଡ୍ରୋଜେନ-ଇଞ୍ଜିନ ଟ୍ରେନ୍

ଏଥର ବଜେଟ୍ ରେ ରେଳ ବିଭାଗ ପାଇଁ ନିର୍ମଳା ସୀତାରମଣ କିଛି ବଡ଼ ଘୋଷଣା କରିପାରନ୍ତି । ରେଳବାଇର ସୁବିଧାରେ ଉନ୍ନତି, ଭଲ ଟ୍ରେନ୍ ଚଳାଚଳ ଆଦି ପ୍ରତି ଏହି ବଜେଟ୍ ରେ ଧ୍ୟାନ ଦିଆଯାଇପାରେ ବୋଲି ବିଶେଷଜ୍ଞ ମାନେ ଆଶା କରୁଛନ୍ତି ।

Nirmala Sitharaman

ନୂଆଦିଲ୍ଲୀ: ଆର୍ଥିକ ବର୍ଷ 2023-24 ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି ମୋଦୀ ସରକାର । ଫେବୃଆରୀ 1 ରେ ହେବ ବଜେଟ୍ ଉପସ୍ଥାପନ । ଏହା ପୂର୍ବରୁ କେନ୍ଦ୍ର ସରକାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ରହିଛି । ମୋଦୀ ସରକାରର ଦ୍ୱିତୀୟ ପାଳିରେ ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । 2024 ରେ ଲୋକସଭା ନିର୍ବାଚନ ଥିବାରୁ ସରକାର ସେହି ବର୍ଷ ବଜେଟ୍ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇପାରିବ ନାହିଁ । ତେବେ ମୋଦୀ ସରକାରର ଦ୍ୱିତୀୟ ପାଳିରେ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ଥିବାକୁ ଆଗାମୀ ଲୋକସଭା ନିର୍ବାଚନକୁ ଲକ୍ଷ୍ୟରେ ରଖି ଲୋକଙ୍କୁ ସୁହାଇଲା ଭଳି ହୋଇପାରେ ବୋଲି କୁହାଯାଉଛି ।

ବର୍ତ୍ତମାନ ସାଧାରଣ ବଜେଟ୍ ସହ ରେଳ ବଜେଟ୍ ମଧ୍ୟ ଘୋଷଣା ହେଉଛି । ତେଣୁ ଏଥର ବଜେଟ୍ ରେ ରେଳ ବିଭାଗ ପାଇଁ ନିର୍ମଳା ସୀତାରମଣ କିଛି ବଡ଼ ଘୋଷଣା କରିପାରନ୍ତି । ରେଳବାଇର ସୁବିଧାରେ ଉନ୍ନତି, ଭଲ ଟ୍ରେନ୍ ଚଳାଚଳ ଆଦି ପ୍ରତି ଏହି ବଜେଟ୍ ରେ ଧ୍ୟାନ ଦିଆଯାଇପାରେ ବୋଲି ବିଶେଷଜ୍ଞ ମାନେ କହିଛନ୍ତି ।

ମିଳିଥିବା ଖବର ଅନୁସାରେ, 2023-24 ଆର୍ଥିକ ବର୍ଷର ବଜେଟରେ କେନ୍ଦ୍ର ସରକାର ଭାରତୀୟ ରେଳବାଇ ପାଇଁ ପ୍ରାୟ 1.9 ଲକ୍ଷ କୋଟି ଟଙ୍କା ବଜେଟ୍ ଆବଣ୍ଟନ କରିପାରନ୍ତି । ଏହା ସହିତ ଏହି ବଜେଟରେ ରେଲ ବିଭାଗ ପାଇଁ ଅନେକ ବଡ଼ ଘୋଷଣା ମଧ୍ୟ ହୋଇପାରେ ।

ଏହି ସାଧାରଣ ବଜେଟରେ 400 ରୁ 500 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ ବଜେଟ୍ ଆବଣ୍ଟନ ହୋଇପାରେ । କେବଳ ଏତିକି ନୁହେଁ, ଦେଶରେ ପ୍ରଥମ ଥର ପାଇଁ ହାଇଡ୍ରୋଜେନ-ଇଞ୍ଜିନ୍ ଟ୍ରେନ୍ ଲଞ୍ଚ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ଏବଂ ଏହି ବଜେଟରେ ପାଇପ ଲାଇନରେ 35 ଟି ଟ୍ରେନର ଘୋଷଣା କରାଯାଇପାରେ । ଭାରତୀୟ ରେଳବାଇର ବଜେଟରେ କେବଳ ଯାତ୍ରୀଙ୍କ ସୁବିଧାକୁ ଧ୍ୟାନ ଦିଆଯିବ ନାହିଁ ବରଂ ଆଗାମୀ ବଜେଟରେ ମାଲ ପରିବହନ ଉପରେ ବିଶେଷ ଧ୍ୟାନ ଦିଆଯିବ । ଏହା ଅଧୀନରେ 4,000 ନୂତନ ଅଟୋମୋବାଇଲ୍ କ୍ୟାରିଅର୍ କୋଚ୍ ଏବଂ 58,000 ୱାଗନ୍ ମଧ୍ୟ ଘୋଷଣା ହୋଇପାରେ । ସୂଚନାନୁସାରେ, 500 ଭାଣ୍ଡେ ଭାରତ ଟ୍ରେନ୍ ନିର୍ମାଣ ପାଇଁ 65,000 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

2030 ସୁଦ୍ଧା ଜିରୋ-କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରିବାକୁ ଭାରତ ସରକାର ଏବଂ ଭାରତୀୟ ରେଳବାଇ ଦ୍ୱାରା ସମସ୍ତ ପ୍ରକାର ପ୍ରୟାସ କରାଯାଉଛି । ଏଥିମଧ୍ୟରେ ଅତ୍ୟାଧୁନିକ ଟ୍ରେନ୍, କୋଚ୍ ଏବଂ ୱାଗନ୍ ବ୍ୟବହାର, ରେଳ ଲାଇନର ବିଦ୍ୟୁତିକରଣ ଏବଂ ବିକଳ୍ପ ଇନ୍ଧନର ବ୍ୟବହାର ଆଦି ସାମିଲ ରହିଛି ।

ରେଳବାଇ ଉତ୍ତର ରେଳବାଇର କର୍ମଶାଳାରେ ହାଇଡ୍ରୋଜେନ୍ ଆଧାରିତ ଇନ୍ଧନ ଟ୍ରେନର ଏକ ପ୍ରୋଟୋଟାଇପ୍ ତିଆରି କରୁଛି । ଏହାର ପରୀକ୍ଷା ହରିୟାଣାର ସୋନିପତ୍-ଜିନ୍ଦ ବିଭାଗରେ କରାଯିବ । ଏହି ସମସ୍ତ ଘୋଷଣା ରୋଲିଂ ଷ୍ଟକ୍ କାର୍ଯ୍ୟକ୍ରମ ଅଧୀନରେ ତିନି ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ, ଯାହାର ଆନୁମାନିକ 2.7 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+