ଜାନୁଆରୀ 1ରୁ ସମସ୍ତ ଯାନବାହନରେ FASTag ବାଧ୍ୟତାମୂଳକ | ଜାଣନ୍ତୁ କିପରି ପାଇବେ ଏବଂ କଣ ରହିଛି ଏହାର ଦାମ୍

ଜାନୁଆରୀ 1ତାରିଖରୁ ଦେଶଖର ସମସ୍ତ ଗାଡ଼ିରେ FASTag ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର | ଟୋଲପ୍ଲାଜା ଗୁଡ଼ିରରେ ଗାଡ଼ିଠାରୁ ଆଉ ନଗଦ କ୍ୟାସ ଆଦାୟ କରାଯିବନି | ଏହାଦ୍ୱାରା ସମସ୍ତ ଗାଡ଼ିରୁ ଶତପ୍ରତିଶତ ଟୋଲଟ୍ୟାକ୍ସ ଆଦାୟ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି

ଜାନୁଆରୀ 1ତାରିଖରୁ ଦେଶଖର ସମସ୍ତ ଗାଡ଼ିରେ FASTag ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର | ଏବେ ଟୋଲପ୍ଲାଜା ଗୁଡ଼ିରରେ ଗାଡ଼ିଠାରୁ ଆଉ ନଗଦ କ୍ୟାସ ଆଦାୟ କରାଯିବନି | ଏହାଦ୍ୱାରା ସମସ୍ତ ଗାଡ଼ିରୁ ଶତପ୍ରତିଶତ ଟୋଲଟ୍ୟାକ୍ସ ଆଦାୟ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି |

ରାଜପଥରେ ଟୋଲପ୍ଲାଜାରେ ନଗଦ କ୍ୟାସ୍ ଦେବାବେଳେ ଅନେକ ଥର ରାସ୍ତାରେ ଭିଡ଼ ପରସ୍ଥିତି ସୃଷ୍ଟି ହୋଇଥାଏ | ତେଣୁ ରାସ୍ତାରେ ଟୋଲପ୍ଲାଜା ନିକଟରେ ଭିଡ଼ କମ୍ କରିବା ସହ ଶତପ୍ରତିଶତ ଗାଡ଼ିରୁ ଟୋଲଟ୍ୟାକ୍ସ ଆଦାୟ କରିବା ପାଇଁ କେନ୍ଦ୍ର ସରକାରଙ୍କ ପରିବହନ ମନ୍ତ୍ରାଳୟ ସମସ୍ତ ଗାଡ଼ଗୁଡ଼ିକରେ FASTag ବାଧ୍ୟତାମୂଳକ କରିଛନ୍ତି | ଏହା ପରେ ଟୋଲରେ କାହାଠାରୁ କୌଣସି ନଗଦ ଟଙ୍କା ନିଆଯିବ ନାହିଁ | ବର୍ତ୍ତମାନ ସୁଦ୍ଧା 80 ପ୍ରତିଶତ ଯାନବାହନ FASTag ଦ୍ୱାରା ଟୋଲଟ୍ୟାକ୍ସ ଦେଉଛନ୍ତି | FASTag ବାଧ୍ୟତାମୂଳକ କରି କେନ୍ଦ୍ର ସରକାର ଟୋଲ୍ ସଂଗ୍ରହ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି | ବର୍ତ୍ତମାନ ସରକାର ଦେଶରେ ପ୍ରତ୍ୟେକ ଦିନ ପ୍ରାୟ 93 କୋଟି ଟଙ୍କା ଟୋଲରୁ ରୋଜଗାର କରୁଛନ୍ତି | ଏହାକୁ 100 କୋଟି କରିବା ନେଇ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି |

Fastag

FASTag କ'ଣ?

FASTag ହେଉଛି ଏକ ଟ୍ୟାଗ୍ ଏବଂ ଷ୍ଟିକର୍ ଯାହାକି କାରର ଆଗରେ ଲଗାଯାଇଥାଏ | ରାଜପଥରେ ଥିବା ଟୋଲ ପ୍ଲାଜାରେ ଥିବା ସ୍କାନରଗୁଡିକ ଗାଡିରେ ଥିବା ଷ୍ଟିକରରୁ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ (RFID) ଟେକ୍ନୋଲୋଜି ଦ୍ୱାରା ଡିଭାଇସ୍ ସ୍କାନ୍ କରିଥାଏ ଏବଂ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଆପେଆପେ କଟିଯାଏ | ଏହା ଅତ୍ୟନ୍ତ ସୁବିଧାଜନକ ଏବଂ ଟୋଲରେ ଅଟକିବାକୁ ପଡ଼ିନଥାଏ | ଯଦି ଫାଷ୍ଟାଗ୍ କୌଣସି ପ୍ରିପେଡ୍ ଆକାଉଣ୍ଟ୍ କିମ୍ବା ଡେବିଟ୍ / କ୍ରେଡିଟ୍ କାର୍ଡ ସହିତ ଲିଙ୍କ୍ ହୋଇନାହିଁ, ତେବେ ଏହାକୁ ରିଚାର୍ଜ କରିବାକୁ ପଡିଥାଏ |

କେଉଁଠି ମିଳିବ FASTag

ଆପଣଙ୍କ ଗାଡ଼ିରେ FASTag ଲଗାଇବା ପାଇଁ ଆପଣ ଏହାକୁ ପେଟିଏମ୍, ଆମାଜନ, ସ୍ନାପଡିଲ୍ ଇତ୍ୟାଦିରୁ କିଣି ପାରିବେ | ଏହାସହ ଏହା ଦେଶର 23 ଟି ବ୍ୟାଙ୍କ ମାଧ୍ୟମରେ ଉପଲବ୍ଧ ଅଛି | ଏମାନଙ୍କ ବ୍ୟତୀତ ସେଗୁଡିକ ସଡକ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟରେ ମଧ୍ୟ ବିକ୍ରି ହେଉଛି | ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଏହାର ସହାୟକ ଇଣ୍ଡିଆନ୍ ହାଇୱେ ମ୍ୟାନେଜମେଣ୍ଟ କମ୍ପାନୀ ଲିମିଟେଡ୍ (IHMCL) ମାଧ୍ୟମରେ FASTag ବିକ୍ରି କରୁଛି |

କଣ ରହିଛି ମୂଲ୍ୟ

NHAI ଅନୁଯାୟୀ FASTag ର ମୂଲ୍ୟ ହେଉଛି 200 ଟଙ୍କା | ଏଥିରେ, ଆପଣ ଅତିକମରେ 100 ଟଙ୍କା ରିଚାର୍ଜ କରିପାରିବେ | ଯେପର୍ଯ୍ୟନ୍ତ ଫାଷ୍ଟାଗ ସ୍କାନରକୁ ସ୍କାନ୍ କରିବ ସେ ପର୍ଯ୍ୟନ୍ତ ଏହା କାମ କରିବ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+