11000 କର୍ମଚାରୀଙ୍କୁ ବରଖାସ୍ତ କଲା ଫେସବୁକ୍, ଦେବ 4 ମାସର ଦରମା
ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଏହାର 11000 କର୍ମଚାରୀଙ୍କୁ ବରଖାସ୍ତ କରିଛି । ଟ୍ୱିଟର, ମାଇକ୍ରୋସଫ୍ଟ ପରେ ବର୍ତ୍ତମାନ ଫେସବୁକ୍ ଏତେ ସଂଖ୍ୟକ କର୍ମଚାରୀଙ୍କ ଛଟେଇ କରିଛି ।
ନୂଆଦିଲ୍ଲୀ : ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଏହାର 11000 କର୍ମଚାରୀଙ୍କୁ ବରଖାସ୍ତ କରିଛି । ଟ୍ୱିଟର, ମାଇକ୍ରୋସଫ୍ଟ ପରେ ବର୍ତ୍ତମାନ ଫେସବୁକ୍ ଏତେ ସଂଖ୍ୟକ କର୍ମଚାରୀଙ୍କ ଛଟେଇ କରିଛି । ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ପ୍ଲାଟଫର୍ମ 11,000 କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି । କମ୍ପାନୀ କହିଛି ଯେ କମ୍ପାନୀ ଦ୍ୱାରା ହୋଇଥିବା କ୍ଷତି ଯୋଗୁଁ ସେମାନଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି ।

ବର୍ତ୍ତମାନ META ରେ ପ୍ରାୟ 87000 କର୍ମଚାରୀ କାର୍ଯ୍ୟ କରୁଛନ୍ତି । କମ୍ପାନୀ ଏମାନଙ୍କ ମଧ୍ୟରୁ 11000 କର୍ମଚାରୀଙ୍କୁ ଛଟେଇ କରିଛି । ବାସ୍ତବରେ ଫେସବୁକ୍ କୁ ୟୁଟ୍ୟୁବ୍, ଟିକଟକ୍ ପରି ପ୍ଲାଟଫର୍ମରୁ ବଡ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡୁଛି । ବହୁ ସଂଖ୍ୟକ ଉପଭୋକ୍ତା ଅନ୍ୟ ସୋଶାଲ ମିଡ଼ିଆ ପ୍ଲାଟଫର୍ମକୁ ଯାଉଛନ୍ତି, ଯେଉଁ କାରଣରୁ କମ୍ପାନୀ ବିପୁଳ ରାଜସ୍ୱ ହରାଉଛି । ଚଳିତ ବର୍ଷ କମ୍ପାନୀର ସେୟାର 73 ପ୍ରତିଶତ ହ୍ରାସ ପାଇଛି ।












Click it and Unblock the Notifications