ଅପରିବର୍ତ୍ତିତ ରହିଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସୁଧ ହାର, 2020-21ରେ ମିଳିବ 8.5 ପ୍ରତିଶତ ସୁଧ
ଆର୍ଥିକ ବର୍ଷ 2020-21 ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ । 2020-21 ପାଇଁ ଇପିଏଫ ଜମା ଉପରେ 8.5 ପ୍ରତିଶତ ସୁଧ ଦେବାକୁ ଶ୍ରମ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।
ନୂଆଦିଲ୍ଲୀ : ଆର୍ଥିକ ବର୍ଷ 2020-21 ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ । 2020-21 ପାଇଁ ଇପିଏଫ ଜମା ଉପରେ 8.5 ପ୍ରତିଶତ ସୁଧ ଦେବାକୁ ଶ୍ରମ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର କେନ୍ଦ୍ରୀୟ ଟ୍ରଷ୍ଟି ମଣ୍ଡଳ ବୈଠକ ଗୁରୁବାର ଶ୍ରୀନଗରରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସୁଧହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହାପୂର୍ବରୁ କଳ୍ପନାଜଳ୍ପନା କରାଯାଇଥିଲା ଯେ ଆର୍ଥିକ 2020-21 ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ଜମା ଉପରେ ସୁଧ ହାର ହ୍ରାସ କରାଯାଇପାରେ । ଗତ ବର୍ଷ ମାର୍ଚ୍ଚରେ, ଇପିଏଫ୍ ପ୍ରୋଭିଡେଣ୍ଟ୍ ପାଣ୍ଠି ଜମା ଉପରେ ସୁଧ ହାରକୁ ସାତ ବର୍ଷରେ ସର୍ବନିମ୍ନ 8.5 ପ୍ରତିଶତକୁ ହ୍ରାସ ହୋଇଥିଲା ।
ମାର୍ଚ୍ଚ 2020 ରେ, EPFO ପ୍ରୋଭିଡେଣ୍ଟ ପାଣ୍ଠି ଜମା ଉପରେ ସୁଧ ହାରକୁ 2019-20 ପାଇଁ ସାତ ବର୍ଷରେ ସର୍ବନିମ୍ନ 8.5% କୁ ହ୍ରାସ କରିଥିଲା । 2018-19 ରେ ସୁଧ ହାର 8.65% ଏବଂ 2017-18 ପାଇଁ 8.55% ଥିଲା । 2016-17 ରେ ସୁଧ ହାର 8.65% ରହିଥିଲା ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications