ଇପିଏଫ୍ଓ ଖାତାଧାରୀଙ୍କ ପାଇଁ ଖୁସି ଖବର, ଦ୍ୱିତୀୟ ଥର ପାଇଁ ଅଗ୍ରୀମ ଉଠାଇ ପାରିବେ ଇପିଏଫ୍ ରାଶି
କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫଓ) ତାହାର ହିତାଧିକାରୀଙ୍କୁ କୋଭିଡ ଦ୍ୱିତୀୟ ଲହର ଜନିତ ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କ ସଞ୍ଚୟ ଖାତାରୁ ଦ୍ୱିତୀୟ କିସ୍ତି ଅଗ୍ରୀମ ଉଠାଇବାକୁ ଅନୁମତି ପ୍ରଦାନ କରିଛି ।
ନୂଆଦିଲ୍ଲୀ : ବର୍ତ୍ତମାନ ସାରା ଦେଶରେ କରୋନା ଦ୍ୱିତୀୟ ଲହର ମଧ୍ୟରେ ଲୋକଙ୍କୁ ଅନେକ ଆର୍ଥିକ ସଙ୍କଟକ ସାମ୍ନା କରିବାକୁ ପଡ଼ୁଛି । ଏହି ସମୟରେ ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଲୋକଙ୍କ ପାଇଁ ଆଉ ଏକ ସୁବିଧା ଆଣିଛନ୍ତି । କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫଓ) ତାହାର ହିତାଧିକାରୀଙ୍କୁ କୋଭିଡ ଦ୍ୱିତୀୟ ଲହର ଜନିତ ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କ ସଞ୍ଚୟ ଖାତାରୁ ଦ୍ୱିତୀୟ କିସ୍ତି ଅଗ୍ରୀମ ଉଠାଇବାକୁ ଅନୁମତି ପ୍ରଦାନ କରିଛି ।

ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟର ଆଦେଶ ଅନୁଯାୟୀ, "କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫଏ) ଏହାର ସଦସ୍ୟମାନଙ୍କୁ ଦ୍ୱିତୀୟ ଥର ପାଇଁ ନନ୍ ରିଫଣ୍ଡେବଲ୍ ଅଗ୍ରୀମ ପାଣ୍ଠି ଉଠାଇପାରିବେ ।" ଆପଣଙ୍କୁ କହିରଖୁଛୁ ଯେ କୋରାନା ଅବଧି ହେତୁ ମାର୍ଚ୍ଚ 2020 ରେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏହି ବ୍ୟବସ୍ଥା ଅଣାଯାଇଥିଲା । ଯାହାଫଳରେ କୋରାନା ମହାମାରୀ ସମୟରେ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ଟଙ୍କା ଉଠାଇ ପାରିବାର ପ୍ରାବଧାନ ରହିଥିଲା ।
In view of second wave of COVID-19, Employees' Provident Fund Organisation (EPFO) allows its members to avail second non-refundable COVID-19 advance: Ministry of Labour & Employment
— ANI (@ANI) May 31, 2021
କେତେ ଟଙ୍କା ଉଠାଇ ପାରିବେ ଖାତାଧାରୀ
ଆମେ ଆପଣଙ୍କୁ କହିରଖୁଛୁ, ଗତ ବର୍ଷ ମଧ୍ୟ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ପିଏଫ ଆକାଉଣ୍ଟଧାରୀଙ୍କୁ ଅଗ୍ରୀମ ଟଙ୍କା ଉଠାଣ ନେଇ ସୁବିଧା ଦିଆଯାଇଥିଲା । ସେତେବେଳେ ସରକାର ଏହାର PF ଆକାଉଣ୍ଟରେ ଜମା ହୋଇଥିବା ଅର୍ଥର 75% କିମ୍ବା ତିନି ମାସର ଦରମା (ମୌଳିକ ଏବଂ ଡିଏ) ସହିତ ସମାନ ତଥା ତା ଠାରୁ କମ୍ ରାଶି ଉଠାଇବା ନେଇ ଅନୁମତି ଦିଆଯାଇଥିଲା । ଏହି ଅର୍ଥ ସେମାନଙ୍କୁ ଆଉ ନିଜ ଖାତାକୁ ଫେରସ୍ତ ଦେବାକୁ ପଡିବ ନାହିଁ । ଏହି ଆଧାରରେ କର୍ମଚାରୀମାନେ ମଧ୍ୟ ଏଥର ଟଙ୍କା ଉଠାଇବାକୁ ସକ୍ଷମ ହେବେ। ଏପର୍ଯ୍ୟନ୍ତ ଇପିଏଫଓ 76.31 ଲକ୍ଷ କୋଭିଡ-19 ଅଗ୍ରୀମ ଦାବି ସମାଧାନ କରିବା ସହିତ ହିତାଧିକାରୀଙ୍କୁ ମୋଟ 18 ହଜାର 689 କୋଟି 15 ଲକ୍ଷ ଟଙ୍କା ପ୍ରଦାନ କରିସାରିଛି ।












Click it and Unblock the Notifications