ମନି ଲଣ୍ଡରିଂ ମାମଲାରେ ପଞ୍ଜାବ ସିଏମ ଚରଣଜିତ ସିଂହଙ୍କ ପୁତୁରାକୁ ଗିରଫ କଲା ଇଡି
ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କ ପୁତୁରା ଭୁପିନ୍ଦର ସିଂହ ଙ୍କୁ ଗିରଫ କରିଛି ।
ଚଣ୍ଡିଗଡ଼ : ପଞ୍ଜାବରେ ବିଧାନସଭା ନିର୍ବାଚନକୁ ନେଇ ସାରା ରାଜ୍ୟରେ ରାଜନୈତିକ ମହଲ ସରଗରମ ରହିଥିବା ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କ ଅଡ଼ୁଆ ବଢିବାରେ ଲାଗିଛି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କ ପୁତୁରା ଭୁପିନ୍ଦର ସିଂହ ଙ୍କୁ ଗିରଫ କରିଛି । ବେଆଇନ ବାଲି ଖନନ ମାମଲାରେ ଟଙ୍କା ହେରଫେର ଅଭିଯୋଗରେ ଭୁପିନ୍ଦର ସିଂହ ବିରୋଧରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହାପୂର୍ବରୁ ଇଡି ଏହି ଘଟଣାରେ ଜଲନ୍ଧରରେ ଭୁପିନ୍ଦର ସିଂହଙ୍କୁ ପ୍ରାୟ 8 ଘଣ୍ଟା ଧରି ପଚରାଉଚରା କରିଥିଲା ଏବଂ ଏହା ପରେ ତାଙ୍କୁ ଗିରଫ କରିଥିଲା ।

ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ଇପି ଭୁପିନ୍ଦର ସିଂହଙ୍କ ଘରେ ଚଢାଉ କରି ତାଙ୍କ ଘରୁ 7.9 କୋଟି ଟଙ୍କା ଏବଂ ସହଯୋଗୀ ସନ୍ଦୀପ କୁମାରଙ୍କ ଘରୁ 2 କୋଟି ଟଙ୍କା ଜବତ କରିଥିଲା । ଜବତ ହୋଇଥିବା ଟଙ୍କା ସଂପର୍କରେ ଭୁପିନ୍ଦର ସିଂହ ଏବଂ ସନ୍ଦୀପ ସିଂହଙ୍କ ସମେତ ଇଡି ଅଧିକାରୀମାନେ ତାଙ୍କର ଦୁଇ ସହଯୋଗୀଙ୍କୁ ପୁଣି ପଚରାଉଚରା କରିବେ । ବେଆଇନ ବାଲି ଖନନ ମାମଲାରେ ଟଙ୍କା ଲଣ୍ଡରିଂ ପାଇଁ ନକଲି କମ୍ପାନୀଗୁଡ଼ିକର ବ୍ୟବହାର କରାଯାଉଥିବା ଇଡି ଅଧିକାରୀମାନେ ସନ୍ଦେହ କରୁଛନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ ଭୁପିନ୍ଦର ସିଂହ, କୁଦ୍ରତଦୀପ ସିଂହ ଏବଂ ସନ୍ଦୀପ କୁମାର ଏଭଳି ଏକ କମ୍ପାନୀ 'ପ୍ରୋଭଇଡର୍ସ ଓଭରସିଜ୍ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍'ର ନିର୍ଦ୍ଦେଶକ । ଏହା ପରେ ଅଧିକାରୀମାନେ ଏହି ମାମଲାରେ ତିନିଜଣଙ୍କୁ ପଚରାଉଚରା ଆରମ୍ଭ କରିଥିଲେ ।
ଅକ୍ଟୋବର 2018 ରେ କମ୍ପାନୀ 'ପ୍ରୋଭାଇଡର୍ସ ଓଭରସିଜ୍ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍' ଗଠନ କରାଯାଇଥିଲା । ଇଡି ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଏହି କମ୍ପାନୀ ନାମରେ ବାଲି ଖଣି ଚୁକ୍ତି ପାଇବା ପାଇଁ ବହୁ ପରିମାଣରେ କଳା ଟଙ୍କା ବ୍ୟବହୃତ ହୋଇଥିଲା । ଏହି କମ୍ପାନୀ ବହୁତ ଛୋଟ ଆକାରର ଏବଂ ଏହି କମ୍ପାନୀ କୋଟି କୋଟି ମୂଲ୍ୟର ଚୁକ୍ତିନାମା ପାଇବାର କୌଣସି ସମ୍ଭାବନା ନଥିଲା ।
ଆପଣଙ୍କୁ କହିରଖୁଛୁ ଯେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଙ୍କ ପୁତୁରା ଭୁପିନ୍ଦର ସିଂହ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପରେ ପଞ୍ଜାବର ରାଜନୀତି ମଧ୍ୟ ତୀବ୍ର ହୋଇଛି ଏବଂ ବିରୋଧୀମାନେ ସରକାରଙ୍କୁ ବେଆଇନ ବାଲି ଖନନ ସହ ଜଡିତ ଥିବା ଅଭିଯୋଗ କରିଛନ୍ତି । ଏହାପୂର୍ବରୁ ଡିସେମ୍ବର 2021 ରେ ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଥିଲା ଯେ ସିଏମ୍ ଚନ୍ନୀଙ୍କ ନିଜ ନିର୍ବାଚନମଣ୍ଡଳୀ ଚମକୌର ସାହିବରେ ବେଆଇନ ବାଲି ଖନନ ବ୍ୟବସାୟ ବହୁ ପରିମାଣରେ ବୃଦ୍ଧି ପାଉଛି ।












Click it and Unblock the Notifications