For Quick Alerts
Turn On Notification  
For Daily Alerts
Oneindia App Download

କମୁଛି ଏଲନ୍ ମସ୍କଙ୍କ ସମ୍ପତ୍ତି, ହରାଇଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିର ମାନ୍ୟତା

ଏଲନ୍ ମସ୍କ ପୁଣି ଥରେ ଖବରକାଗଜର ଶିରୋନାମା ପାଲଟିଛନ୍ତି । କିନ୍ତୁ ଏଥର ଏହି ଖବର ତାଙ୍କ ପାଇଁ ଶୁଭଙ୍କର ନୁହଁ । ସେ ଆଉ ଦୁନିଆକ ସବୁଠାରୁ ଧନୀ ବ୍ୟକ୍ତି ହୋଇ ରହି ନାହାଁନ୍ତି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସର ତାଲିକାରେ ଏଲୋନ୍ ମସ୍କ ପ୍ରଥମ ସ୍ଥାନରୁ ଖସି ଆସି

|

ନୂଆଦିଲ୍ଲୀ: ଗତ ଦେଢ ବର୍ଷ ଧରି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହେବାର ମୁକୁଟ ପିନ୍ଧିଥିବା ଏଲନ୍ ମସ୍କଙ୍କ ସମ୍ପତ୍ତି ମୂଲ୍ୟରେ ହ୍ରାସ ହେଉଛି । ଯଦିଓ ଏଲନ୍ ମସ୍କ କ୍ରମାଗତ ଭାବେ ହେଡଲାଇନରେ ରହିଥାନ୍ତି, କିନ୍ତୁ ଟ୍ୱିଟର କିଣିବା ପରେ ଏଲନ୍ ମସ୍କ ପ୍ରତିଦିନ ଖବରକାଗଜର ପ୍ରଥମ ପୃଷ୍ଠାରେ ରହିଆସୁଛନ୍ତି । ଟ୍ୱିଟର୍ କିଣିବା ପରଠାରୁ ସମସ୍ୟା ତାଙ୍କ ପଛ ଛାଡ଼ୁନାହିଁ ।

ବର୍ତ୍ତମାନ ଏଲନ୍ ମସ୍କ ପୁଣି ଥରେ ଖବରକାଗଜର ଶିରୋନାମା ପାଲଟିଛନ୍ତି । କିନ୍ତୁ ଏଥର ଏହି ଖବର ତାଙ୍କ ପାଇଁ ଶୁଭଙ୍କର ନୁହଁ । ସେ ଆଉ ଦୁନିଆକ ସବୁଠାରୁ ଧନୀ ବ୍ୟକ୍ତି ହୋଇ ରହି ନାହାଁନ୍ତି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସର ତାଲିକାରେ ଏଲୋନ୍ ମସ୍କ ପ୍ରଥମ ସ୍ଥାନରୁ ଖସି ଆସିଛନ୍ତି ।

elon musk

ସୋଶାଲ ମିଡିଆ ନେଟୱର୍କ ଟ୍ୱିଟର କିଣିବା ପରଠାରୁ ଏଲନ୍ ମସ୍କ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି । ଏପରିକି ଏଲନ୍ ମସ୍କ ଏହା ମଧ୍ୟ କହିଛନ୍ତି ଯେ ଟ୍ୱିଟର କିଣିବା ପରେ ସେ ଅନ୍ୟ କମ୍ପାନୀ ପ୍ରତି ଧ୍ୟାନ ଦେଉ ନାହାଁନ୍ତି । ଟ୍ୱିଟର କିଣିବା ପାଇଁ ଏଲନ୍ ମସ୍କ କେବଳ ତାଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲାକ ସେୟାର ବିକ୍ରି କରିନାହାଁନ୍ତି, ବରଂ ସେ ବ୍ୟାଙ୍କଗୁଡିକରୁ ବିପୁଳ ଋଣ ମଧ୍ୟ ନେଇଥିଲେ । ଏହା ଏଲୋନ୍ ମସ୍କର ଟ୍ରେଜେରୀ ଉପରେ ସିଧାସଳଖ ପ୍ରଭାବ ପଡିଛି । ଟ୍ୱିଟର କିଣିବା ପରଠାରୁ ଏଲନ୍ ମସ୍କଙ୍କ ସମ୍ପତ୍ତି ପରିମାଣ ହ୍ରାସ ହେବାରେ ଲାଗିଛି, କାରଣ ସେ ଟ୍ୱିଟର କିଣିବା ପାଇଁ 44 ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିସାରିଛନ୍ତି । ଯଦିଓ, ଏହି ଚୁକ୍ତି ପରେ ମଧ୍ୟ, ଏଲନ୍ ମସ୍କ କିଛି ମାସ ପାଇଁ ଦୁନିଆର ସବୁଠାରୁ ଧନୀ ବ୍ୟବସାୟୀ ରହିଲେ, କିନ୍ତୁ ତାଙ୍କ ଟ୍ରେଜେରୀ ଯେପରି ଖାଲି ହେଉଛି, ଏହା ସୂଚାଉଛି ଯେ ଏଲନ୍ ମସ୍କଙ୍କ ସ୍ଥିତି ଆଉ ପୂର୍ବଭଳି ମଜବୁତ୍ ନାହିଁ ।

ଟ୍ୱିଟର କିଣିବା ପୂର୍ବରୁ ଏଲନ୍ ମସ୍କଙ୍କ ମୋଟ ସମ୍ପତ୍ତି ମୂଲ୍ୟ 340 ବିଲିୟନ ଡ଼ଲାର ଥିଲା । କିନ୍ତୁ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏଲନ୍ ମସ୍କଙ୍କ ମୋଟ ସମ୍ପତ୍ତି ମୂଲ୍ୟ ବର୍ତ୍ତମାନ 168.5 ବିଲିୟନ ଡ଼ଲାରରେ ପହଞ୍ଚିଛି । ଗତ ସପ୍ତାହରେ ତାଙ୍କର ଏହି ଏକ ନମ୍ବର ଧନୀ ବ୍ୟକ୍ତି ଚେୟାର ବିପଦରେ ଥିଲା ଏବଂ ଗତ ସପ୍ତାହରେ ସେ କିଛି ସପ୍ତାହ ପାଇଁ ଦୁଇ ନମ୍ବରରେ ପହଞ୍ଚିଥିଲେ । ନୂତନ ରିପୋର୍ଟ ଅନୁଯାୟୀ, ଫ୍ରାନ୍ସର ବ୍ୟବସାୟୀ ବର୍ଣ୍ଣାଡ ଆର୍ନାଲ୍ଟ ବର୍ତ୍ତମାନ 172.9 ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି ।

ସେପ୍ଟେମ୍ବର 2021 ରେ ଏଲନ୍ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟବସାୟୀ ହୋଇଥିଲେ । ସେହି ସମୟରେ ସେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କୁ ଧନୀ ତାଲିକାରୁ ହଟାଇ ଏକ ନମ୍ବର ସ୍ଥଆନ ନେଇଥିଲେ । ଏଥି ସହିତ, 2022 ବର୍ଷ ଆରମ୍ଭରେ, ଏଲନ୍ ମସ୍କଙ୍କ ମୋଟ ସମ୍ପତ୍ତି 200 ବିଲିୟନ ଡଲାର ଅତିକ୍ରମ କରିଥିଲା, କିନ୍ତୁ ଏହା ପରେ ଟେସଲାର ସେୟାର ହ୍ରାସ ପରେ ଏଲନ୍ ମସ୍କଙ୍କ ସମ୍ପତ୍ତି ମଧ୍ୟ ହ୍ରାସ ପାଇଲା ।

କିଏ ବର୍ତ୍ତମାନର ସବୁଠାରୁ ଧନୀ ବ୍ୟକ୍ତି

ଆର୍ନାଲ୍ଟ ଜଣେ ଫରାସୀ ବ୍ୟବସାୟୀ ଯିଏ ବର୍ତ୍ତମାନ LVMH Moët Hennessy Louis Vuitton ର ଚେୟାରମ୍ୟାନ୍ ତଥା ସିଇଓ । ନିଆର ବହୁ ମୂଲ୍ୟବାନ ବିଳାସପୂର୍ଣ୍ଣ ଉତ୍ପାଦ ଗୋଷ୍ଠୀ ମଧ୍ୟରୁ ଅନ୍ୟତମ । ଡୋମ ପେରିଗନ୍ (ୱାଇନ୍), ଲୁଇ ଭ୍ୟୁଟନ୍, ଫେଣ୍ଡି ଏବଂ ମାର୍କ ଜ୍ୟାକବ୍ସ (ପୋଷାକ) ଏବଂ ରିହାନା (ମେକ୍ ଅପ୍ ) ସହିତ ପ୍ରାୟ 70 ଟି କମ୍ପାନୀର ମାଲିକ ହେଉଛନ୍ତି ବର୍ନାର୍ଡ ଆର୍ନାଲ୍ଟ । ଆର୍ନାଲ୍ଟ ଫ୍ରାନ୍ସର ରୋବାକ୍ସରେ ଏକ ଶିଳ୍ପ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଇଞ୍ଜିନିୟର ଭାବରେ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଏବଂ 1978 ରେ ତାଙ୍କ କମ୍ପାନୀର ଚେୟାରମ୍ୟାନ୍ ହୋଇଥିଲେ । ତା'ପରେ 1984 ମସିହାରେ, ସେ ଫାଇନାନସିଆର ଆଗାଚେ ହୋଲଡିଂ କମ୍ପାନୀକୁ ପୁନଃ ସଂଗଠିତ କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Elon Musk Is No Longer Worlds Richest Person, Know Who is The Richest Person
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X