For Quick Alerts
Turn On Notification  
For Daily Alerts
Oneindia App Download

ଫେକ୍ ରିଭ୍ୟୁ ପୋଷ୍ଟ ନେଇ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଇ-ବାଣିଜ୍ୟ ସଂସ୍ଥା : ରିପୋର୍ଟ

ଖୁବ୍ ଶୀଘ୍ର ଇ-ବାଣିଜ୍ୟ ସଂସ୍ଥା ଉତ୍ପାଦଗୁଡିକର ଫେକ୍ ରିଭ୍ୟୁ ପୋଷ୍ଟ କରିବା ନେଇ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସରକାର ଏପରି କାର୍ଯ୍ୟକୁ ରୋକିବା ପାଇଁ ନିର୍ଦ୍ଦେଶାବଳୀ ଚୂଡାନ୍ତ କରୁଛନ୍ତି ।

|

ଖୁବ୍ ଶୀଘ୍ର ଇ-ବାଣିଜ୍ୟ ସଂସ୍ଥା ଉତ୍ପାଦଗୁଡିକର ଫେକ୍ ରିଭ୍ୟୁ ପୋଷ୍ଟ କରିବା ନେଇ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସରକାର ଏପରି କାର୍ଯ୍ୟକୁ ରୋକିବା ପାଇଁ ନିର୍ଦ୍ଦେଶାବଳୀ ଚୂଡାନ୍ତ କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଉପଭୋକ୍ତା ବ୍ୟାପାର ବିଭାଗ ଦ୍ୱାରା ଗଠିତ ଏକ କମିଟି ଫେକ୍ ରିଭ୍ୟୁ ସହ ଜଡିତ ନିୟମରେ ପରିବର୍ତ୍ତନ ଚୂଡ଼ାନ୍ତ କରୁଛି, ଯାହା 2021 ମସିହାରେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍) ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ଏହି ନିୟମଗୁଡ଼ିକରେ ପରିବର୍ତ୍ତନ କରାଯିବା ପରେ, ସେମାନେ ବାଧ୍ୟତାମୂଳକ ଭାବରେ ଇ-କମର୍ସ ସଂସ୍ଥାଗୁଡ଼ିକର ଫେକ୍ ରିଭ୍ୟୁ ପୋଷ୍ଟ କରିବା ଏବଂ ପ୍ରତିଦ୍ୱନ୍ଦ୍ୱୀ ସଂସ୍ଥାଗୁଡ଼ିକର ଫେକ୍ ରିଭ୍ୟୁ ପାଇଁ ଦଣ୍ଡବିଧାନ କରିବେ । ଅନେକ ଇ-ବାଣିଜ୍ୟ କମ୍ପାନୀ ପରସ୍ପର ବିରୁଦ୍ଧରେ ନକାରାତ୍ମକ ରିଭ୍ୟୁ ପୋଷ୍ଚ କରନ୍ତି । ଏ ନେଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗ ପ୍ରସ୍ତୁତ ହେଉଛି ।

e- commerce

ଉପଭୋକ୍ତା ସୁରକ୍ଷା ଆଇନ, 2019 ର ନିୟମାବଳୀ ଅନୁଯାୟୀ, ଉତ୍ପାଦର ଫେକ୍ ରିଭ୍ୟୁ ପୋଷ୍ଟ କରିବା ଏବଂ ଉତ୍ପାଦର ମୂଲ୍ୟାଙ୍କନରେ ବୃଦ୍ଧି କରିବା ପାଇଁ ଇ-ବାଣିଜ୍ୟ ସଂସ୍ଥା ଉପରେ ଦଣ୍ଡବିଧାନ କରାଯିବ ଏବଂ ଜରିମାନା ରାଶି 10 ଲକ୍ଷରୁ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ଏହା ବ୍ୟତୀତ ଗ୍ରାହକ ବ୍ୟାପାର ବିଭାଗ ମଧ୍ୟ ତ୍ରୁଟିପୂର୍ଣ୍ଣ ଇ-ବାଣିଜ୍ୟ ସଂସ୍ଥାଗୁଡ଼ିକର ସୁ ମୋଟୋ କଗ୍ନିଜେସନ୍ ନେଇପାରେ ବୋଲି ସୂତ୍ରରୁ ପ୍ରକାଶ ।

ଏକ ସପ୍ତାହ ମଧ୍ୟରେ ଫେକ୍ ରିଭ୍ୟୁ ପୋଷ୍ଟ ଉପରେ ବିଆଇଏସ୍ ନିୟମରେ ପରିବର୍ତ୍ତନ ଆଣିବାକୁ କମିଟି ପରାମର୍ଶ ଦେବ ବୋଲି ଆଶା କରାଯାଉଛି । ବୁଧବାର ଏହି ପ୍ୟାନେଲରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ବିଭାଗର ବରିଷ୍ଠ ଅଧିକାରୀ ତଥା ବହୁ ହିତାଧିକାରୀ ଉପସ୍ଥିତ ଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
E-commerce entities To face heavy penalty for posting fake reviews
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X