ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ପାଞ୍ଚ ପ୍ରତିଶତ ବଢିଲା ଘରୋଇ ବିମାନ ସର୍ବନିମ୍ନ ଭଡ଼ା

ବଢିଲା ଘରୋଇ ବିମାନର ସର୍ବନିମ୍ନ ଭଡ଼ା । ଘରୋଇ ବିମାନର ସର୍ବନି୍ନ ଭଢ଼ାକୁ ପାଞ୍ଚ ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହି ବୃଦ୍ଧି ଅପ୍ରେଲ୍ ଶେଷ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି କୁହାଯାଇଛି ।

ଦିଲ୍ଲୀ : ବଢିଲା ଘରୋଇ ବିମାନର ସର୍ବନିମ୍ନ ଭଡ଼ା । ଘରୋଇ ବିମାନର ସର୍ବନି୍ନ ଭଢ଼ାକୁ ପାଞ୍ଚ ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହି ବୃଦ୍ଧି ଅପ୍ରେଲ୍ ଶେଷ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି କୁହାଯାଇଛି । ଗତ ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଘରୋଇ ବିମାନ ଭଡା ବୃଦ୍ଧି ହୋଇଛି । ଏହା ପଛରେ ବିମାନର ଇନ୍ଧନ ମହଙ୍ଗା ବୋଲି କୁହାଯାଉଛି । ଏହା ବ୍ୟତୀତ ଯାତ୍ରୀମାନଙ୍କ 80 ପ୍ରତିଶତ କ୍ଷମତା ରଖିବାକୁ ସରକାର ଘରୋଇ ବିମାନ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Airline

ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଦେଶର ବିଭିନ୍ନ ରାଜ୍ୟରେ କରୋନା ରୋଗ ବୃଦ୍ଧି ହେତୁ ଘରୋଇ ବିମାନରେ ଯିବାଆସିବା ହ୍ରାସ ପାଇଛି । ଏଭଳି ପରିସ୍ଥିତିରେ ଅପ୍ରେଲ ଶେଷ ସୁଦ୍ଧା ଯାତ୍ରୀଙ୍କ କ୍ଷମତାକୁ 80 ପ୍ରତିଶତ ରଖିବା ଏବଂ ଭଡା ପାଞ୍ଚ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଇନ୍ଧନ ମୂଲ୍ୟ ବୃଦ୍ଧି ହେତୁ ଭଡା ବୃଦ୍ଧି ହୋଇଛି । ବର୍ତ୍ତମାନ ସମୟରେ ଘରୋଇ ବିମାନର ସର୍ବାଧିକ ଭଡା ବୃଦ୍ଧି କରାଯାଇ ନାହିଁ । ବିମାନ ଚଳାଚଳ ମନ୍ତ୍ରଣାଳୟ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ଏବଂ ପରିସ୍ଥିତି ଅନୁଯାୟୀ ନିଷ୍ପତ୍ତି ନେଉଛି ବୋଲି ସେ କହିଛନ୍ତି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ମଧ୍ୟ ଟ୍ୱିଟ୍ କରିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି, 'ବିମାନ ଇନ୍ଧନର କ୍ରମାଗତ ମୂଲ୍ୟ ବୃଦ୍ଧି ହେତୁ ଘରୋଇ ବିମାନ ପାଇଁ ସର୍ବନିମ୍ନ ଭଡା ପାଞ୍ଚ ପ୍ରତିଶତ ବୃଦ୍ଧି କରାଯାଉଛି । ତେବେ ସର୍ବୋଚ୍ଚ ଭଡାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅନ୍ୟପକ୍ଷରେ, ଯାତ୍ରୀମାନଙ୍କ କ୍ଷମତାକୁ 80 ପ୍ରତିଶତ ପର୍ଯ୍ୟନ୍ତ ସୀମିତ ରହିବ ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+