Get Updates
Get notified of breaking news, exclusive insights, and must-see stories!

ନିକଟସ୍ଥ ବ୍ୟାଙ୍କ କିମ୍ବା ଡାକଘରେ ଡିଏଲସି ଦାଖଲ କରିପାରିବେ ଇପିଏସ୍ ପେନସନ୍ ଭୋଗୀ

ପେନସନ୍ ଉପଭୋକ୍ତା ନିକଟସ୍ଥ ବ୍ୟାଙ୍କ କିମ୍ୱା ଡାକଘରେ ଜାଖଲ କରିପାରିବେ ଜୀବନ ପ୍ରମାଣ ପତ୍ର | ଏତି ସହିତ ଅଳ୍ପ ଦେୟରେ ହାତ ପାହାନ୍ତାରେ ପାଇପାରିବେ ଏହି ସୁବିଧା |

ନୂଆଦିଲ୍ଲୀ : କରୋନା କାଳରେ ଇପିଏସ୍ ପେନସନ୍ ଭୋଗୀଙ୍କ ଡିଜିଟାଲ ଲାଇଫ୍ ସାର୍ଚିଫିକେଟ୍ ବା ଜୀବନ ପ୍ରମାଣ ପତ୍ର ଦାଖଲ କରିବା ପାଇଁ କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ(ଇପିଏଫ୍ଓ) ବିକଳ୍ପ ବ୍ୟବସ୍ଥା ଆଣିଛି | ଏହା ଦ୍ୱାରା ପେନସନ୍ ଉପଭୋକ୍ତା ନିଜ ଘର ନିକଟସ୍ଥ ବ୍ୟାଙ୍କ କିମ୍ବା ଡାକଘରେ ନିଜର ଡିଏଲସି ଦାଖଲ କରିପାରିବେ | ଏହି ବ୍ୟବସ୍ଥା ମାଧ୍ୟମରେ ଦାଖଲ ହୋଇଥିବା ସମସ୍ତ ପ୍ରମାଣ ପତ୍ରକୁ ବୈଧ ବୋଲି ବିବେଚନା କରାଯିବ | ଏହି ଯୋଜନା ଦ୍ୱାରା ପ୍ରାୟ 67 ଲକ୍ଷ ଇପିଏସ୍ ଉପଭୋକ୍ତା ଉପକୃତ ହୋଇପାରିବେ | ଏଥି ମଧ୍ୟରୁ 21ଲକ୍ଷ ବିଧବା ଶିଶୁ ଏବଂ ଅନାଥ ପେନସନ୍ ଉପଭୋକ୍ତା ରହିଛନ୍ତି |

ଇପିଏସ୍ ଉପଭୋକ୍ତାଙ୍କୁ ପେନସନ୍ ଦେଉଥିବା ବ୍ୟାଙ୍କ କିମ୍ୱା ନିକଟସ୍ଥ ଡାକଘରେ ଯାଇ ସେମାନେ ନିଜର ଜୀବନ ପ୍ରମାଣ ପତ୍ର ଦାଖଲ କରିପାରିବେ | ଏହା ବ୍ୟତୀତ 3ଲକ୍ଷ 65 ହଜାର ସାଧାରଣ ସେବା କେନ୍ଦ୍ର(ସିଏସସି) ସମେତ 135ଟି ଆଞ୍ଚଳିକ କାର୍ଯ୍ୟାଳୟ ଏବଂ 117ଟି ଜିଲ୍ଲା କାର୍ଯ୍ୟାଳୟରେ ମଧ୍ୟ ନିଜର ଜୀବନ ପ୍ରମାଣ ପତ୍ର ଦାଖଲ କରିପାରିବେ | ଏଥି ସହିତ ପେନସନ୍ ଉପଭୋକ୍ତାମାନେ ଉମଙ୍ଗ ଆପ୍ଲିକେସନରେ ମଧ୍ୟ ଏହା କରିପାରିବେ |

EPFO

କର୍ମଚାରୀ ପେନ୍‌ସନ୍‌ ସ୍କିମ୍‌ 1995 ଅଧୀନରେ ସମସ୍ତ ପେନ୍‌ସନଭୋଗୀ ସେମାନଙ୍କ ପେନ୍‌ସନ୍‌ ପ୍ରାପ୍ୟ ଜାରି ରଖିବା ପାଇଁ ପ୍ରତିବର୍ଷ ଜୀବନ ପ୍ରମାଣ ପତ୍ର (ଜେପିପି)/ ଡିଜିଟାଲ୍‌ ଲାଇଫ୍‌ ସାର୍ଟିଫିକେଟ୍‌ (ଡିଏଲ୍‌ସି) ଦାଖଲ କରିବାକୁ ହୋଇଥାଏ |

ନୂତନ ଗାଇଡଲାଇନ୍ ଅନୁସାରେ ଉପଭୋକ୍ତା ମାନେ ବର୍ଷର ଯେ କୌଣସି ସମୟରେ ନିଜର ସୁବିଧା ଅନୁସାରେ ଡିଏଲସି ଦାଖଲ କରିପାରିବେ | ଏହି ଜୀବନ ପ୍ରମାଣ ପତ୍ର ଦାଖଲ ତାରିଖ ଠାରୁ ଏକ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ | 2020 ମସିହାରେ ଯେଉଁମାନେ ପେନସନ୍ ପେମେଣ୍ଟ ଅର୍ଡରରେ ଅନ୍ତର୍ଭୁକ୍ତ ହୋଇଛନ୍ତି ସେମାନଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ କୌଣସି ଜୀବନ ପ୍ରମାଣ ପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ |

ପୂର୍ବରୁ ନଭେମ୍ବର ମାସରେ ପେନସନ୍ ଉପଭୋକ୍ତାଙ୍କୁ ଜୀବନ ପ୍ରମାଣ ପତ୍ର ଦାଖଲ କରିବାକୁ ପଡୁଥିଲା | କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ବେଶୀ ଭିଡ଼କୁ ନଜରରେ ରଖି ଏହାକୁ କୋହଳ କରାଯାଇଛି |

ସୂଚନାଯୋଗ୍ୟ, ପେନସନ୍ ଉପଭୋକ୍ତାମାଙ୍କ ପାଇଁ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ (ଆଇପିପିବି) ନିକଟରେ ଡୋରଷ୍ଟେପ୍‌ ଡିଜିଟାଲ୍‌ ଲାଇଫ୍‌ ସାର୍ଟିଫିକେଟ୍‌ (ଡିିଏଲସି) ସେବା ଆରମ୍ଭ କରିଛି | ଏଥିରେ ବର୍ତ୍ତମାନ ସ୍ୱଳ୍ପ ଦେୟରେ ନିଜ ଘରେ ସେବା ମିଳିପାରୁଛି |

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+