Delhi Budget 2021 : କେଜ୍ରିୱାଲ ସରକାରଙ୍କ ବଡ ଘୋଷଣା, ଦିଲ୍ଲୀର ଲୋକମାନେ ମାଗଣାରେ ପାଇବେ କରୋନା ଟିକା
ରାଜଧାନୀ ଦିଲ୍ଲୀର ନାଗରିକମାନଙ୍କୁ ଆମ୍ ଆଦମୀ ପାର୍ଟି ସରକାର ମାଗଣାରେ କରୋନା ଟିକା ପ୍ରଦାନ କରିବେ । ଏଥିପାଇଁ ଦିଲ୍ଲୀ ସରକାର 50 କୋଟି ବଜେଟ୍ ସ୍ଥିର କରିଛନ୍ତି ।
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ନାଗରିକମାନଙ୍କୁ ଆମ୍ ଆଦମୀ ପାର୍ଟି ସରକାର ମାଗଣାରେ କରୋନା ଟିକା ପ୍ରଦାନ କରିବେ । ଏଥିପାଇଁ ଦିଲ୍ଲୀ ସରକାର 50 କୋଟି ବଜେଟ୍ ସ୍ଥିର କରିଛନ୍ତି । ମଙ୍ଗଳବାର ଦିନ ବିଧାନସଭାରେ 2021-22 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଥିବା ବେଳେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମନୀଷ ସିସୋଦିଆ ଏହା ଘୋଷଣା କରିଛନ୍ତି।
ଦିଲ୍ଲୀର ବଜେଟ୍ ଉପସ୍ଥାପନ କରିବା ସମୟରେ ମନୀଷ ସିସୋଦିଆ କହିଛନ୍ତି, ସରକାରୀ ଡାକ୍ତରଖାନାରେ ଦିଲ୍ଲୀବାସୀଙ୍କୁ ମାଗଣାରେ କରୋନା ଟିକା ଦିଆଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ 45 ହଜାର ଲୋକଙ୍କୁ ପ୍ରତିଦିନ ଟୀକାକରଣ କରାଯାଉଛି, ଯାହା ଶୀଘ୍ର ବୃଦ୍ଧି ପାଇ ପ୍ରତିଦିନ 60 ହଜାର ଲୋକଙ୍କୁ ଟୀକାକରଣ କରାଯିବ ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ଟିକା ଉପଲବ୍ଧ ହେବା ପରେ କରୋନା ମହାମାରୀକୁ ରୋକିବା ପାଇଁ ଆଶା ମିଳିଛି । ବର୍ତ୍ତମାନ ଦିଲ୍ଲୀରେ ଦୈନିକ 45 ହଜାର ଟୀକାକରଣ କରାଯିବାର କ୍ଷମତା ରହିଛି, ଯାହାକୁ 60 ହଜାରକୁ ବୃଦ୍ଧି କରାଯିବ । ବର୍ତ୍ତମାନ ରାଜ୍ୟରେ 250 ଟଙ୍କାରେ ଏହି ଟିକା ଉପଲବ୍ଧ, କିନ୍ତୁ ବର୍ତ୍ତମାନ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଦିଲ୍ଲୀର ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣା ଟିକା ଉପଲବ୍ଧ ହେବ । ସିସୋଦିଆ କହିଛନ୍ତି ଯେ ଦିଲ୍ଲୀବାସୀଙ୍କୁ AAP ସରକାର ଏକ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିବେ, ଯେଉଁଥିରେ ସେହି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଏବଂ ଅସୁସ୍ଥତାର ସମ୍ପୂର୍ଣ୍ଣ ବିବରଣୀ ରହିବ । ବ୍ୟକ୍ତି ଡାକ୍ତରଙ୍କ ପାଖକୁ ଯିବା ସମୟରେ ସେ କାର୍ଡରୁ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସମସ୍ତ ସୂଚନା ଜଣାପଡ଼ିବ । ଏହା ସହିତ ଦିଲ୍ଲୀ ସରକାର ଆସନ୍ତା ବର୍ଷ ଠାରୁ ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମହିଲା ମୋହଲା କ୍ଲିନିକ୍ ମଧ୍ୟ ଆରମ୍ଭ କରିବେ ବୋଲି ସେ ଘୋଷଣା କରିଛନ୍ତି ।
ମନୀଷ ସିସୋଦିଆ ବଜେଟ୍ ଭାଷଣରେ କହିଛନ୍ତି, ମୁଁ 2021-22 ପାଇଁ 69ହଜାର କୋଟି ଟଙ୍କାର ବଜେଟ୍ ପ୍ରସ୍ତାବ ଦେଉଛି । 2014-15 ରେ ଏହା 30,940 କୋଟି ବଜେଟର ପରିମାଣର ଦୁଇଗୁଣ । ଆସନ୍ତା ବଜେଟ୍ ପାଇଁ ଦିଲ୍ଲୀର ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ 9ହଜାର 934 କୋଟି ଟଙ୍କାର ବଜେଟ୍ ରଖାଯାଇଛି, ଯାହା ମୋଟ ବଜେଟର 14 ପ୍ରତିଶତ ଅଟେ । ସିସୋଦିଆ ଆହୁରି ମଧ୍ୟ କହିଛନ୍ତି, ଆମେ 6 ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିଛୁ । 1951 ମସିହାର ତଥ୍ୟ ଅନୁଯାୟୀ, ଦିଲ୍ଲୀରେ 12 ଟି ସରକାରୀ ଡାକ୍ତରଖାନା ଥିଲା କିନ୍ତୁ ଆଜି 38 ଟି ବହୁମୁଖୀ ଡାକ୍ତରଖାନା ଅଛି ବୋଲି ସେ କହିଛନ୍ତି ।












Click it and Unblock the Notifications