For Quick Alerts
Turn On Notification  
For Daily Alerts
Oneindia App Download

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ; ଏହି ମାସରେ ବଢିପାରେ ମହଙ୍ଗା ଭତ୍ତା, ଜାଣନ୍ତୁ କେତେ ପାଇବେ ଦରମା

ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ବୃଦ୍ଧି ପରେ ଡିଏ 4 ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଯଦି ମହଙ୍ଗା ଭତ୍ତାରେ 4 ପ୍ରତିଶତ ବୃଦ୍ଧି କରାଯାଏ ତେବେ ଡିଏ 38 ପ୍ରତିଶତକୁ ବୃଦ୍ଧି ପାଇବ ।

|

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଖୁବ ଶୀଘ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିପାରନ୍ତି । ସରକାର ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରନ୍ତି ଏବଂ ଏହି ବୃଦ୍ଧି ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ତଥ୍ୟ ଉପରେ ଆଧାରିତ ହୋଇଥାଏ ।

DA

ରିପୋର୍ଟରେ କୁହାଯାଇଛି ଯେ ସରକାର ଏ ବାବଦରେ ଖୁବ ଶୀଘ୍ର ନିଷ୍ପତ୍ତି ନେବାର ସମ୍ଭାବନା ରହିଛି ଏବଂ ଜୁଲାଇ 1 ରୁ ପଛୁଆ ଭାବେ ମହଙ୍ଗା ଭତ୍ତା ଲାଗୁ ହୋଇପାରେ । ଜାନୁଆରୀରେ ସରକାର ମହଙ୍ଗା ଭତ୍ତାରେ 3 ପ୍ରତିଶତ ବୃଦ୍ଧି କରିଥିଲେ ଯାହାଦ୍ୱାରା ଦରମା ବୃଦ୍ଧି ପାଇଥିଲା । ଜାନୁଆରୀରେ ସରକାର ମହଙ୍ଗା ଭତ୍ତାରେ ବୃଦ୍ଧି କରିବା ପରେ ଏହା 31 ପ୍ରତିଶତରୁ 34 ପ୍ରତିଶତକୁ ବୃଦ୍ଧି ହୋଇଥିଲା ।

ଏହି ବୃଦ୍ଧି ଦ୍ୱାରା ପ୍ରାୟ 50 ଲକ୍ଷ କର୍ମଚାରୀ ଉପକୃତ ହେବେ । ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ବୃଦ୍ଧି ପରେ ଡିଏ 4 ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଯଦି ମହଙ୍ଗା ଭତ୍ତାରେ 4 ପ୍ରତିଶତ ବୃଦ୍ଧି କରାଯାଏ ତେବେ ଡିଏ 38 ପ୍ରତିଶତକୁ ବୃଦ୍ଧି ପାଇବ ।

ଯେଉଁ କର୍ମଚାରୀମାନଙ୍କର ଦରମା 56,900 ଟଙ୍କା ସେମାନେ ମହଙ୍ଗା ଭତ୍ତା 38 ପ୍ରତିଶତ ହେଲେ ଏ ବାବଦକୁ 21,622 ଟଙ୍କା ପାଇବେ । ବର୍ତ୍ତମାନ ସେମାନେ 34 ପ୍ରତିଶତ ହାରରେ 19,346 ଟଙ୍କା ମହଙ୍ଗା ଭତ୍ତା ପାଉଛନ୍ତି । ଯଦି ଡିଏ 4 ପ୍ରତିଶତ ବୃଦ୍ଧି ହୁଏ ତେବେ ସାମଗ୍ରିକ ଦରମା 2,276 ଟଙ୍କା ବୃଦ୍ଧି ପାଇବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
DA Hike Likely TO be In This Month, Calculate Your Salary
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X