ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ; ଏହି ମାସରେ ବଢିପାରେ ମହଙ୍ଗା ଭତ୍ତା, ଜାଣନ୍ତୁ କେତେ ପାଇବେ ଦରମା
ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ବୃଦ୍ଧି ପରେ ଡିଏ 4 ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଯଦି ମହଙ୍ଗା ଭତ୍ତାରେ 4 ପ୍ରତିଶତ ବୃଦ୍ଧି କରାଯାଏ ତେବେ ଡିଏ 38 ପ୍ରତିଶତକୁ ବୃଦ୍ଧି ପାଇବ ।
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଖୁବ ଶୀଘ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିପାରନ୍ତି । ସରକାର ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରନ୍ତି ଏବଂ ଏହି ବୃଦ୍ଧି ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ତଥ୍ୟ ଉପରେ ଆଧାରିତ ହୋଇଥାଏ ।

ରିପୋର୍ଟରେ କୁହାଯାଇଛି ଯେ ସରକାର ଏ ବାବଦରେ ଖୁବ ଶୀଘ୍ର ନିଷ୍ପତ୍ତି ନେବାର ସମ୍ଭାବନା ରହିଛି ଏବଂ ଜୁଲାଇ 1 ରୁ ପଛୁଆ ଭାବେ ମହଙ୍ଗା ଭତ୍ତା ଲାଗୁ ହୋଇପାରେ । ଜାନୁଆରୀରେ ସରକାର ମହଙ୍ଗା ଭତ୍ତାରେ 3 ପ୍ରତିଶତ ବୃଦ୍ଧି କରିଥିଲେ ଯାହାଦ୍ୱାରା ଦରମା ବୃଦ୍ଧି ପାଇଥିଲା । ଜାନୁଆରୀରେ ସରକାର ମହଙ୍ଗା ଭତ୍ତାରେ ବୃଦ୍ଧି କରିବା ପରେ ଏହା 31 ପ୍ରତିଶତରୁ 34 ପ୍ରତିଶତକୁ ବୃଦ୍ଧି ହୋଇଥିଲା ।
ଏହି ବୃଦ୍ଧି ଦ୍ୱାରା ପ୍ରାୟ 50 ଲକ୍ଷ କର୍ମଚାରୀ ଉପକୃତ ହେବେ । ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ବୃଦ୍ଧି ପରେ ଡିଏ 4 ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଯଦି ମହଙ୍ଗା ଭତ୍ତାରେ 4 ପ୍ରତିଶତ ବୃଦ୍ଧି କରାଯାଏ ତେବେ ଡିଏ 38 ପ୍ରତିଶତକୁ ବୃଦ୍ଧି ପାଇବ ।
ଯେଉଁ କର୍ମଚାରୀମାନଙ୍କର ଦରମା 56,900 ଟଙ୍କା ସେମାନେ ମହଙ୍ଗା ଭତ୍ତା 38 ପ୍ରତିଶତ ହେଲେ ଏ ବାବଦକୁ 21,622 ଟଙ୍କା ପାଇବେ । ବର୍ତ୍ତମାନ ସେମାନେ 34 ପ୍ରତିଶତ ହାରରେ 19,346 ଟଙ୍କା ମହଙ୍ଗା ଭତ୍ତା ପାଉଛନ୍ତି । ଯଦି ଡିଏ 4 ପ୍ରତିଶତ ବୃଦ୍ଧି ହୁଏ ତେବେ ସାମଗ୍ରିକ ଦରମା 2,276 ଟଙ୍କା ବୃଦ୍ଧି ପାଇବ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications