ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ୱସ୍ତି, ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦାମ
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ଅନୁଯାୟୀ 19 କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୟୁନିଟ୍ ପିଛା 37.50 ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି ।
ନୂଆଦିଲ୍ଲୀ : ପାର୍ବଣ ଋତୁରେ ମହଙ୍ଗା ମାଡ଼ରୁ କେନ୍ଦ୍ର ସରକାର ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି । ନବରାତ୍ରୀ ସମୟରେ ଏଲପିଜି ସିଲିଣ୍ଡରର ମୂଲ୍ୟରେ ହ୍ରାସ ହୋଇଛି । ତେବେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ଏହି ହ୍ରାସ କରାଯାଇଛି । ଘରୋଇ ସିଲିଣ୍ଡର ଦାମ ଉପରେ ଏହି ହ୍ରାସର କୌଣସି ପ୍ରଭାବ ପଡ଼ିବ ନାହିଁ ।

ତୈଳ ମାର୍କେଟିଂ କମ୍ପାନୀଗୁଡିକ (OMCs) ଆଜି ମେଟ୍ରୋ ସହରରେ 1 ଅକ୍ଟୋବର ଠାରୁ 19 କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟରେ ହ୍ରାସ କରିଛନ୍ତି । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ଅନୁଯାୟୀ 19 କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୟୁନିଟ୍ ପିଛା 37.50 ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି ।
ବର୍ତ୍ତମାନ ଅକ୍ଟୋବର 1 ରୁ ଦିଲ୍ଲୀରେ ଇଣ୍ଡେନ୍ ର 19 କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ 25.5 ଟଙ୍କା ଶସ୍ତା ହୋଇଛି । ଅର୍ଥାତ୍ ଆଜିଠାରୁ ଦିଲ୍ଲୀରେ 1,885 ଟଙ୍କା ବଦଳରେ 19 କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ 1,859 ଟଙ୍କାରେ ମିଳିବ । ଏଥିସହିତ କୋଲକାତାରେ 19 କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ 36.5 ଟଙ୍କା ହ୍ରାସ କରାଯାଇଛି । ନୂତନ ମୂଲ୍ୟ ଅନୁଯାୟୀ କୋଲକାତାରେ 19 କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ 1,995.50 ଟଙ୍କା ବଦଳରେ 1,959 ଟଙ୍କାରେ ବିକ୍ରି ହେବ ।
ଜାଣି ରଖୁନ୍ତୁ ଘରୋଇ LPG ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଆପଣ ପୁରୁଣା ମୂଲ୍ୟରେ 14.2 କିଲୋଗ୍ରାମ ଘରୋଇ LPG ସିଲିଣ୍ଡର ପାଇବେ । 14.2 କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟ ଗତ ଜୁଲାଇ 6 ରେ ସିଲିଣ୍ଡର ପିଛା 50 ଟଙ୍କା ବୃଦ୍ଧି କରାଯାଇଥିଲା । ଦିଲ୍ଲୀରେ ଘରୋଇ ସିଲିଣ୍ଡରର ମୂଲ୍ୟ ସିଲିଣ୍ଡର ପିଛା 1053 ଟଙ୍କା ରହିଛି । ସୂଚନାଯୋଗ୍ୟ, ସେପ୍ଟେମ୍ବରରେ 19 କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ମଧ୍ୟ ହ୍ରାସ ହୋଇଥିଲା । ସେପ୍ଟେମ୍ବରରେ ମୂଲ୍ୟ 100 ଟଙ୍କା ହ୍ରାସ ହୋଇଥିଲା ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications