ଶସ୍ତା ହେଲା LPG ସିଲିଣ୍ଡର ଦର, ଜାଣନ୍ତୁ କେତେ ଟଙ୍କାରେ ପାଇବେ ବ୍ୟବସାୟିକ ସିଲିଣ୍ଡର
ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏହି ହ୍ରାସ କରାଯାଇଛି । ଭାରତୀୟ ତୈଳ ନିଗମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ 36 ଟଙ୍କା ହ୍ରାସ କରିଛି ।
ନୂଆଦିଲ୍ଲୀ : ଆଜି ଏଲପିଜି ସିଲିଣ୍ଡରର ମୂଲ୍ୟରେ ହ୍ରାସ ହୋଇଛି । ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏହି ହ୍ରାସ କରାଯାଇଛି । ଭାରତୀୟ ତୈଳ ନିଗମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ 36 ଟଙ୍କା ହ୍ରାସ କରିଛି ।

ଏହା ହ୍ରାସ ପରେ ଏଲପିଜି ସିଲିଣ୍ଡର ଦିଲ୍ଲୀରେ 1976.50 ଟଙ୍କାରେ ମିଳିବ । ପୂର୍ବରୁ ଏହା 2012.50 ରେ ବିକ୍ରି ହେଉଥିଲା । କୋଲକାତାରେ ସିଲିଣ୍ଡର 36.50 ଟଙ୍କା ଶସ୍ତା ହୋଇଥିବାବେଳେ ବର୍ତ୍ତମାନ ଏହା 2085.50 ଟଙ୍କାରେ ମିଳିବ, ଯାହା ପୂର୍ବରୁ 2132 ଟଙ୍କା ଥିଲା । ସେହିପରି ମୁମ୍ବାଇରେ ସିଲିଣ୍ଡରର ମୂଲ୍ୟ 1936.50 ଟଙ୍କାକୁ ହ୍ରାସ ହୋଇଛି, ଯାହା ପୂର୍ବରୁ 1972.50 ଟଙ୍କା ଥିଲା । ଚେନ୍ନାଇରେ ଏହା 2177.50 ରୁ 2141 ଟଙ୍କାକୁ ଖସି ଆସିଛି ।












Click it and Unblock the Notifications