For Quick Alerts
Turn On Notification  
For Daily Alerts
Oneindia App Download

ଏଲପିଜି ସିଲିଣ୍ଡର ମୂଲ୍ୟରେ ବଡ ହ୍ରାସ, ଜାଣନ୍ତୁ କଣ ରହିଛି ଆଜିର ମୂଲ୍ୟ

ଜୁଲାଇ 1 ରୁ 19 କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର 198 ଟଙ୍କା ଶସ୍ତା ହୋଇଛି । ଏହା ପରେ 19 କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ବର୍ତ୍ତମାନ ଦିଲ୍ଲୀରେ 2021 ଟଙ୍କାରେ ଉପଲବ୍ଧ ହେବ, ଯାହା ପୂର୍ବରୁ 2219 ଟଙ୍କା ଥିଲା ।

|

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର ରହିଛି, ଯେଉଁଥିପାଇଁ ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼ରୁ ସାମାନ୍ୟ କୋହଳ ମିଳିଛି । ଏହି ସମୟରେ ଆଉ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଏଲପିଜି ସିଲିଣ୍ଡରର ମୂଲ୍ୟରେ ବଡ଼ ହ୍ରାସ ହୋଇଛି । ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ 198 ଟଙ୍କା ହ୍ରାସ କରାଯାଇଛି । ଜୁଲାଇ 1 ରୁ 19 କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର 198 ଟଙ୍କା ଶସ୍ତା ହୋଇଛି । ଏହା ପରେ 19 କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ବର୍ତ୍ତମାନ ଦିଲ୍ଲୀରେ 2021 ଟଙ୍କାରେ ଉପଲବ୍ଧ ହେବ, ଯାହା ପୂର୍ବରୁ 2219 ଟଙ୍କା ଥିଲା ।

LPG

କୋଲକାତାରେ 19 କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ଦର ବିଷୟରେ କହିବାକୁ ଗଲେ ଏହା 2322 ରୁ 2140 ଟଙ୍କାକୁ ଖସି ଆସିଛି । ମୁମ୍ବାଇରେ ଏହା 2171.50 ରୁ 1981 ଟଙ୍କାକୁ ଖସି ଆସିଛି । ଚେନ୍ନାଇରେ ଏହା 2373 ରୁ 2186 ଟଙ୍କାକୁ ଖସି ଆସିଛି । ଯଦିଓ ତୈଳ କମ୍ପାନୀଗୁଡିକ ନିଶ୍ଚିତ ଭାବରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି, କିନ୍ତୁ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ଆରାମ ଦେଇନାହାଁନ୍ତି । ଦିଲ୍ଲୀରେ ଘରୋଇ ସିଲିଣ୍ଡରର ମୂଲ୍ୟ 1003 ଟଙ୍କା ରହିଛି ।

ଏହାପୂର୍ବରୁ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ 1 ଜୁନ୍ ରେ 135 ଟଙ୍କା ହ୍ରାସ କରାଯାଇଥିଲା । ଏଭଳି ପରିସ୍ଥିତିରେ ଗତ ଏକ ମାସ ମଧ୍ୟରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ 300 ରୁ ଅଧିକ ହ୍ରାସ ହୋଇଛି । ମେ ମାସରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଏହାର ରେକର୍ଡ ସ୍ତରକୁ 2354 ଟଙ୍କାକୁ ବୃଦ୍ଧି ପାଇଥିଲା ।
ଆପଣଙ୍କୁ କହି ରଖୁଛୁ ଘରୋଇ ସିଲିଣ୍ଡରର ଶେଷ ପରିବର୍ତ୍ତନ ମେ 19 ରେ କରାଯାଇଥିଲା, ସେବେଠାରୁ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଉଜ୍ୱଳା ଯୋଜନା ଅନୁଯାୟୀ ଘରୋଇ ସିଲିଣ୍ଡର ଉପରେ ସରକାର 200 ଟଙ୍କା ସବସିଡି ଘୋଷଣା କରିଛନ୍ତି । ଏହି ସବସିଡି ଗୋଟିଏ ବର୍ଷରେ କେବଳ 12 ସିଲିଣ୍ଡର ଉପରେ ଦିଆଯିବ । ସରକାରଙ୍କ ଏହି ଘୋଷଣା 9 କୋଟି ଗ୍ରାହକଙ୍କୁ ଉପକୃତ କରିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Commercial LPG Price Decreased by Rs 198, Know Details
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X