Get Updates
Get notified of breaking news, exclusive insights, and must-see stories!

ଶସ୍ତା ହେଲା ଏଲପିଜି ଗ୍ୟାସ ସିଲିଣ୍ଡର

ମହଙ୍ଗା ମାଡ଼ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଆଜି ଏଲପିଜି ସିଲିଣ୍ଡରର ମୂଲ୍ୟରେ ବହୁତ ହ୍ରାସ ହୋଇଛି । ଆଜିଠାରୁ ବ୍ୟବସାୟିକ ଗ୍ୟାସ ମୂଲ୍ୟ ସିଲିଣ୍ଡର ପିଛା 135 ଟଙ୍କା ହ୍ରାସ କରାଯାଇଛି ।

ନୂଆଦିଲ୍ଲୀ : ମହଙ୍ଗା ମାଡ଼ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଆଜି ଏଲପିଜି ସିଲିଣ୍ଡରର ମୂଲ୍ୟରେ ବହୁତ ହ୍ରାସ ହୋଇଛି । ଆଜିଠାରୁ ବ୍ୟବସାୟିକ ଗ୍ୟାସ ମୂଲ୍ୟ ସିଲିଣ୍ଡର ପିଛା 135 ଟଙ୍କା ହ୍ରାସ କରାଯାଇଛି । ତୈଳ କମ୍ପାନୀଗୁଡିକ 19 କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ 135 ଟଙ୍କା ହ୍ରାସ କରିଛନ୍ତି । ଯାହା ପରେ ଆଜିଠାରୁ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦିଲ୍ଲୀରେ 2219 ଟଙ୍କାରେ ବିକ୍ରି ହେବ । ଏହା ପୂର୍ବରୁ 2354 ଟଙ୍କା ଥିଲା । କୋଲକାତାରେ 2322 ଟଙ୍କା, ମୁମ୍ବାଇରେ 2171.50 ଟଙ୍କା ଏବଂ ଚେନ୍ନାଇରେ 2373 ଟଙ୍କା ସିଲିଣ୍ଡର ଉପଲବ୍ଧ ହେବ ।

LPG

ଆପଣଙ୍କୁ କହି ରଖୁଛୁ ଘରୋଇ ଗ୍ୟାସ ସିଲିଣ୍ଡର ଏବଂ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ମେ 19 ରେ ବୃଦ୍ଧି କରାଯାଇଥିଲା । ମେ ମାସରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଦୁଇଥର ବୃଦ୍ଧି କରାଯାଇଥିଲା । 14 କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ 3.50 ଟଙ୍କା ବୃଦ୍ଧି ପାଇଥିବାବେଳେ 19 କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସିଲିଣ୍ଡର ପିଛା 8 ଟଙ୍କା ବୃଦ୍ଧି କରାଯାଇଛି । କୁହାଯାଉଥିଲା ଆଜି ଜୁନ୍ 1 ରେ ତୈଳ କମ୍ପାନୀ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିବେ । ଚଳିତ ବର୍ଷ ଆନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟରେ ଅହେତୁକ ବୃଦ୍ଧି ହୋଇଛି । ପେଟ୍ରୋଲ, ଡିଜେଲ ଏବଂ ଏଟିଏଫ ସହିତ ଏଲପିଜି ମୂଲ୍ୟରେ ବୃଦ୍ଧି ଘଟିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+