କମିଲା ବ୍ୟବସାୟିକ ଏଲପିଜି ଗ୍ୟାସର ମୂଲ୍ୟ, ଜାଣନ୍ତୁ କେତେ ଟଙ୍କାରେ କିଣିପାରିବେ ସିଲିଣ୍ଡର

ନୂଆଦିଲ୍ଲୀ : ମାସ ଆରମ୍ଭରୁ କମିଲା ଏଲପିଜି ସିଲିଣ୍ଡର ଦାମ । ବ୍ୟବସାୟିକ ସିଲିଣ୍ଡର ମୂଲ୍ୟରେ ହ୍ରାସ ହୋଇଛି । ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ କରିଛନ୍ତି ।
ବିଭିନ୍ନ ସହରରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଆସିଛି । ତେବେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ 83.5 ଟଙ୍କା ହ୍ରାସ ପାଇଛି ଏବଂ ବର୍ତ୍ତମାନ ସିଲିଣ୍ଡରର ମୂଲ୍ୟ 1773 ଟଙ୍କା ହୋଇଛି । ମେ ପହିଲାରେ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ 1103 ଟଙ୍କା ଥିଲା, ଯାହା ଆଜି ବି ସମାନ ଦର ରହିଛି ।
19 କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦିଲ୍ଲୀରେ 1773 ଟଙ୍କା ହୋଇଥିବା ବେଳେ କୋଲକାତାରେ 1875.50 ଟଙ୍କା, ମୁମ୍ବାଇରେ 1725 ଟଙ୍କା, ଚେନ୍ନାଇରେ 1937 ଟଙ୍କା ହୋଇଛି ।












Click it and Unblock the Notifications