କମିଲା LPG ସିଲିଣ୍ଡର ମୂଲ୍ୟ, ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଇନ୍ଧନ ମୂଲ୍ୟ
ଏଲପିଜି ସିଲିଣ୍ଡରର ମୂଲ୍ୟ 91.5 ଟଙ୍କା ହ୍ରାସ ପାଇଛି ଅର୍ଥାତ୍ ଦେଶର ରାଜଧାନୀରେ 19 କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର 91.5 ଟଙ୍କା ଶସ୍ତା ହୋଇଛି ।
ନୂଆଦିଲ୍ଲୀ : ମାସର ପ୍ରଥମ ଦିନରେ ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼ରୁ ଏକ ବଡ଼ ଆରାମ ମିଳିଛି । ଆଜି ତୈଳ ମାର୍କେଟିଂ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି । ଏଥର ଏଲପିଜି ସିଲିଣ୍ଡରର ମୂଲ୍ୟ 91.5 ଟଙ୍କା ହ୍ରାସ ପାଇଛି ଅର୍ଥାତ୍ ଦେଶର ରାଜଧାନୀରେ 19 କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର 91.5 ଟଙ୍କା ଶସ୍ତା ହୋଇଛି । ବର୍ତ୍ତମାନ ଲୋକଙ୍କୁ ସିଲିଣ୍ଡର ପାଇଁ 1885 ଟଙ୍କା ଖର୍ଚ୍ଚ କରିବାକୁ ପଡିବ, ପୂର୍ବରୁ ଏହି ସିଲିଣ୍ଡର ପାଇଁ 1976.50 ଟଙ୍କା ଦେବାକୁ ପଡ଼ୁଥିଲା ।

ସୂଚନାଯୋଗ୍ୟ ଯେ ମେ ମାସରୁ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ପାଞ୍ଚ ଥର ହ୍ରାସ କରାଯାଇଛି । ମେ ମାସରେ ଏହାର ମୂଲ୍ୟ ଏକ ରେକର୍ଡ ସ୍ତରରେ ପହଞ୍ଚିଥିଲା । ସେତେବେଳେ ଏହାର ମୂଲ୍ୟ 2354 ଟଙ୍କା ଥିଲା ।
ମହଙ୍ଗା ବୃଦ୍ଧି ସହ ଇନ୍ଧନ ମୂଲ୍ୟର ବୋଝ ପରେ ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କୁ କ୍ରମାଗତ ଭାବେ ଟାର୍ଗେଟ କରିଥିଲେ । କେନ୍ଦ୍ରର ଭୁଲ ନୀତି ଯୋଗୁଁ ସାଧାରଣ ଲୋକଙ୍କ ପକେଟ ଉପରେ ମହଙ୍ଗା ମାଡ଼ ବଢୁଛି ବୋଲି ବିରୋଧୀ ଅଭିଯୋଗ କରିଥିଲେ । ତା ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ 5 ଥର ଦର ହ୍ରାସ ହୋଇଛି ।
କଣ ରହିଛି ପେଟ୍ରୋଲ ଦର
ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି 96.72 ଟଙ୍କା, ମୁମ୍ବାଇରେ 106.31 ଟଙ୍କା, କୋଲକାତାରେ 106.03 ଟଙ୍କା, ଚେନ୍ନାଇରେ 102.63 ଟଙ୍କା, ନୋଏଡ଼ାରେ 96.92 ଟଙ୍କା, ବେଙ୍ଗାଲୁରୁରେ 101.94 ଟଙ୍କା, ପାଟନାରେ 107.59 ଟଙ୍କା, ଗୁରୁଗ୍ରାମରେ 87.81 ଟଙ୍କା, କେରଳରେ 117.17 ଟଙ୍କା, ଜୟପୁରରେ 108.48 ଟଙ୍କା, ଲକ୍ଷ୍ନୌରେ 96.57 ଟଙ୍କା, ଚଣ୍ଡିଗଡ଼ରେ 96.20 ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରିତି 103.19 ଟଙ୍କାରେ ବିକ୍ରି ହେଉଛି ।

ଡିଜେଲ ଦର
ଅପରପକ୍ଷରେ ଦିଲ୍ଲୀରେ ଡିଜେଲ ଲିଟର ପ୍ରତି 86.62 ଟଙ୍କା, ମୁମ୍ବାଇରେ 94.27 ଟଙ୍କା, କୋଲକାତାରେ 92.76 ଟଙ୍କା, ଚେନ୍ନାଇରେ 94.24 ଟଙ୍କା, ବେଙ୍ଗାଲୁରୁରେ 87.89 ଟଙ୍କା, ନୋଏଡ଼ାରେ 90.08 ଟଙ୍କା, ପାଟନାରେ 94.36 ଟଙ୍କା, ଗୁରୁଗ୍ରାମରେ 90.05 ଟଙ୍କା, କେରଳରେ 103.93 ଟଙ୍କା, ଜୟପୁରରେ 93.72 ଟଙ୍କା, ଲକ୍ଷ୍ନୌରେ 89.76 ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପ୍ରତି ଦାମ୍ ରହିଛି 94.76 ଟଙ୍କା ।












Click it and Unblock the Notifications