ପୁଣି ବାଜିଲା ମହଙ୍ଗା ମାଡ଼ : ବଢିଲା ବ୍ୟବସାୟିକ ଏଲପିଜି ଗ୍ୟାସର ମୂଲ୍ୟ
ଅପ୍ରେଲ ମାସର ପ୍ରଥମ ଦିନରେ ବ୍ୟବସାୟିକ ଏଲପିଜିର ମୂଲ୍ୟ ବୃଦ୍ଧି କରାଯାଇଛି । ଆଜି 19 କିଲୋଗ୍ରାମ ବ୍ୟବସାୟିକ LPG ର ମୂଲ୍ୟ ସିଲିଣ୍ଡର ପିଛା 250 ଟଙ୍କା ବୃଦ୍ଧି କରାଯାଇଛି । ଏହା ପରେ ଆଜିଠାରୁ ଏହାର ମୂଲ୍ୟ 2253 ଟଙ୍କା ହେବ ।
ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସାଧାରଣ ଜନତାଙ୍କ ପକେଟ୍ ଉପରେ ଭାରୀ ପଡ଼ୁଥିବା ବେଳେ ଶୁକ୍ରବାର ଦିନ ଆଉ ଏକ ମହଙ୍ଗା ମାଡ଼ ହୋଇଛି । ଅପ୍ରେଲ ମାସର ପ୍ରଥମ ଦିନରେ ବ୍ୟବସାୟିକ ଏଲପିଜିର ମୂଲ୍ୟ ବୃଦ୍ଧି କରାଯାଇଛି । ଆଜି 19 କିଲୋଗ୍ରାମ ବ୍ୟବସାୟିକ LPG ର ମୂଲ୍ୟ ସିଲିଣ୍ଡର ପିଛା 250 ଟଙ୍କା ବୃଦ୍ଧି କରାଯାଇଛି । ଏହା ପରେ ଆଜିଠାରୁ ଏହାର ମୂଲ୍ୟ 2253 ଟଙ୍କା ହେବ ।

ତେବେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି ହଇନାହିଁ । ସୂଚନାଯୋଗ୍ୟ ଯେ ମାର୍ଚ୍ଚ 22 ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ 50 ଟଙ୍କା ବୃଦ୍ଧି ପାଇଥିଲାବେଳେ ଏହା ପୂର୍ବରୁ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ 6 ଅକ୍ଟୋବର 2021 ରେ ପରିବର୍ତ୍ତନ କରାଯାଇଥିଲା ଏବଂ ତା'ପରେ ଏହି ମୂଲ୍ୟ 899.50 ଟଙ୍କାକୁ ବୃଦ୍ଧି ପାଇଥିଲା ।
ଏହା ପରେ 14.2 କିଲୋଗ୍ରାମର ଏକ ସବସିଡି ନଥିବା ସିଲିଣ୍ଡରର ଦିଲ୍ଲୀରେ 949.50 ଟଙ୍କା ହୋଇଥିବାବେଳେ 19 କିଲୋଗ୍ରାମର ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ 2003.50 ଟଙ୍କାକୁ ବୃଦ୍ଧି ପାଇଥିଲା ଏବଂ 5 କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ 349 ଟଙ୍କାରେ ପହଞ୍ଚିଛିଥିଲା ।












Click it and Unblock the Notifications