କମିଲା ପେଟ୍ରୋଲ ଓ ଡିଜେଲ ଦର, ଏକ୍ସାଇଜ୍ ଡ୍ୟୁଟି ହ୍ରାସ କଲେ କେନ୍ଦ୍ର ସରକାର, ଜାଣନ୍ତୁ କଣ ରହିବ ଦର
କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଏକ୍ସାଇଜ୍ ଶୁଳ୍କ ଲିଟର ପିଛା 8, ଡିଜେଲ ଉପରେ ଲିଟର ପିଛା 6 ଟଙ୍କା ହ୍ରାସ କରିଛନ୍ତି । ଏହା ପରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 9.5 ଟଙ୍କା ଏବଂ ଡିଜେଲର ଲିଟର ପିଛା 7 ଟଙ୍କା ହ୍ରାସ ପାଇବ ।
ନୂଆଦିଲ୍ଲୀ : ମହଙ୍ଗା ମାଡ଼ ମଧ୍ୟରେ ସାଧାରଣ ଲୋକଙ୍କୁ କେନ୍ଦ୍ର ସରକାର ଏକ ବଡ଼ ଆରାମ ଦେଇଛନ୍ତି । ପେଟ୍ରୋଲ ଉପରେ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟିରେ କେନ୍ଦ୍ର ସରକାର ଏକ ବଡ଼ ରିହାତି ଦେଇଛନ୍ତି ।
କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଏକ୍ସାଇଜ୍ ଶୁଳ୍କ ଲିଟର ପିଛା 8, ଡିଜେଲ ଉପରେ ଲିଟର ପିଛା 6 ଟଙ୍କା ହ୍ରାସ କରିଛନ୍ତି । ଏହା ପରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 9.5 ଟଙ୍କା ଏବଂ ଡିଜେଲର ଲିଟର ପିଛା 7 ଟଙ୍କା ହ୍ରାସ ପାଇବ । ଏହା ସହିତ 12 ସିଲିଣ୍ଡର ପର୍ଯ୍ୟନ୍ତ ପ୍ରତ୍ୟେକ ସିଲିଣ୍ଡରରେ 200 ଟଙ୍କା ସବସିଡି ଦିଆଯିବ ବୋଲି କେନ୍ଦ୍ର ସୂଚନା ମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଆମେ ପେଟ୍ରୋଲ ଉପରେ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା 8, ଡିଜେଲ ଉପରେ ଲିଟର ପିଛା 6 ଟଙ୍କା ହ୍ରାସ କରୁଛୁ । ଏହାଦ୍ୱାରା ପେଟ୍ରୋଲର ମୂଲ୍ୟ ଲିଟର ପିଛା 9.5 ଟଙ୍କା ଏବଂ ଡିଜେଲର ଲିଟର ପିଛା 7 ଟଙ୍କା ହ୍ରାସ ପାଇବ । ଏହା ବ୍ୟତୀତ ସେ କହିଛନ୍ତି ଯେ, ଚଳିତ ବର୍ଷ ପ୍ରଧାନ ମନ୍ତ୍ରୀ ଉଜୱାଲା ଯୋଜନାର 9 କୋଟିରୁ ଅଧିକ ହିତାଧିକାରୀଙ୍କୁ ଆମେ ଗ୍ୟାସ ସିଲିଣ୍ଡର ପିଛା 200 ଟଙ୍କା (12 ସିଲିଣ୍ଡର ପର୍ଯ୍ୟନ୍ତ) ସବସିଡି ଦେବୁ ।












Click it and Unblock the Notifications