Union Budget 2021: 'ଆତ୍ମନିର୍ଭରଶୀଳ ଭାରତ' ପାଇଁ ଅତ୍ୟବଶ୍ୟକ ସାମଗ୍ରୀ ଉପରେ ହ୍ରାସ ହୋଇପାରେ କଷ୍ଟମ୍ ଡ୍ୟୁଟି

ହ୍ରାସ ହୋଇପାରେ କଷ୍ଟମ୍ ଡ୍ୟୁଟି । ଆସନ୍ତା ଫେବୃଆରୀ 1 ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2021-22 ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ କରିବାକୁ ଥିବା ୟୁନିଅନ୍ ବଜେଟରେ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ ହୋଇପାରେ ।

ନୂଆଦିଲ୍ଲୀ : ହ୍ରାସ ହୋଇପାରେ କଷ୍ଟମ୍ ଡ୍ୟୁଟି । ଆସନ୍ତା ଫେବୃଆରୀ 1 ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2021-22 ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ କରିବାକୁ ଥିବା ୟୁନିଅନ୍ ବଜେଟରେ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ ହୋଇପାରେ ବୋଲି ଆଶା କରାଯାଉଛି । ଏକ ଇଂରାଜୀ ଖବରକାଗଜର ସୂତ୍ର ଅନୁସାରେ, ଆସନ୍ତା ବଜେଟରେ ମୋଦୀ ସରକାର ଆସବାବପତ୍ରର କଞ୍ଚାମାଲ୍, ତମ୍ବା ସ୍କ୍ରାପ୍, କେମିକାଲ୍, ଟେଲିକମ୍ ଉପକରଣ ଇତ୍ୟଦି ଉପରେ କଷ୍ଟମ୍ ଡ୍ୟୁଟି କମ୍ କରିବା ନେଇ ଯୋଜନା କରିଛି । ଘରୋଇ ଉତ୍ପାଦର ବୃଦ୍ଧି ଓ ରପ୍ତାନି ବୃଦ୍ଧି କରିବା ଏହାର ମୁଖ୍ୟ ଲକ୍ଷ ରହିଛି । ଏହା ବ୍ୟତୀତ ପ୍ରାୟ 20ଟି ଉତ୍ପାଦ ଉପରେ କର ହ୍ରାସ କରିବା ନେଇ ସରକାର ବିଚାର କରୁଛନ୍ତି । ଏଥିମଧ୍ୟରେ ପଲିସ୍ ହୀରା, ରବର ସାମଗ୍ରୀ, ଚମଡ଼ା ପୋଷାକ, କାର୍ପେଟ୍ ଆଦି ଅନ୍ତର୍ଭୁକ୍ତ ହୋଇପାରେ ।

Nirmala-Sitaraman

ଅନ୍ୟପକ୍ଷରେ କଷ୍ଟମ ଡ୍ୟୁଟି ମନୋନୀତ କଞ୍ଚାମାଲରୁ ମହିଳା ସମ୍ବନ୍ଧୀୟ ସାମଗ୍ରୀ, ହାର୍ଡ ବୋର୍ଡ ଇତ୍ୟାଦି ଅପସାରଣ କରାଯାଇପାରେ । ମହଙ୍ଗା କଞ୍ଚାମାଲ ଅନ୍ତର୍ଜାତୀୟ ବଜାରରେ ଭାରତର ମୂଲ୍ୟ ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରଭାବିତ କରିଥାଏ । ଦେଶର ଆସବାବପତ୍ର ରପ୍ତାନି ବହୁତ କମ୍ (ପ୍ରାୟ ଏକ ପ୍ରତିଶତ) ହୋଇଥିବାବେଳେ ଚାଇନା ଏବଂ ଭିଏତନାମ ଭଳି ଦେଶ ଏହି କ୍ଷେତ୍ରରେ ଶୀର୍ଷରେ ଅଛନ୍ତି । ଏଥି ସହିତ, ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି, ଯେପରିକି ଏୟାର କଣ୍ଡିସନର ଏବଂ ଏଲଇଡି ଲାଇଟ୍ ସମେତ ଅନେକ କ୍ଷେତ୍ର ପାଇଁ ଉତ୍ପାଦନ-ଲିଙ୍କ୍ ପ୍ରୋତ୍ସାହନ ଯୋଜନା (PLI) ଆରମ୍ଭ ହୋଇଛି । ଏହି ସମସ୍ତ ନିଷ୍ପତ୍ତିଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଆତ୍ମନିର୍ଭରଶୀଳ ଭାରତ ଯୋଜନାକୁ ଅଧିକ ପ୍ରୋତ୍ସାହିତ କରିବା ।

ଗତ ବର୍ଷ 1 ଫେବୃଆରୀରେ ମୋଦୀ ସରକାର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ । କିଛି ଦିନ ପରେ କରୋନା ମହାମାରୀ ଏବଂ ଲକଡାଉନ୍ ଯୋଗୁଁ ଦେଶର ଅର୍ଥନୀତି ଖରାପ ସ୍ଥିତିକି ଚାଲିଯାଇଥିଲା । ବର୍ତ୍ତମାନ ପରିସ୍ଥିତି ଧୀରେ ଧୀରେ ସୁଧୁରିବା ସହ ଆସନ୍ତା 1 ଫେବୃଆରୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2021-22 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ଆଶା କରାଯାଉଛି ଏଥର କିଛି ସାମଗ୍ରୀ ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+