7th Pay Commission: ଏକ କୋଟି କେନ୍ଦ୍ରୀୟ କର୍ମଚାରୀ ପାଇବେ ଉପହାର, ଶୀଘ୍ର ହୋଇପାରେ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ନିଷ୍ପତ୍ତି
ଦେଶର 65 ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ 48 ଲକ୍ଷ ପେନସନଭୋଗୀ ପାଇଁ ଖୁସି ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧି ଏବଂ DR ବୃଦ୍ଧି ନେଇ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିପାରନ୍ତି ।
ନୂଆଦିଲ୍ଲୀ : ଦେଶର 65 ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ 48 ଲକ୍ଷ ପେନସନଭୋଗୀ ପାଇଁ ଖୁସି ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧି ଏବଂ DR ବୃଦ୍ଧି ନେଇ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିପାରନ୍ତି । ଚଳିତ ବର୍ଷ ହୋଲି ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ଡିଏ ଏବଂ ଡିଆର୍ ବୃଦ୍ଧି ଉପରେ ଘୋଷଣା କରିପାରନ୍ତି ।

ସମଗ୍ର ଦେଶରେ 1 କୋଟି କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନ ଉପଭୋକ୍ତା ହୋଲି ପୂର୍ବରୁ ଭଲ ଖବର ପାଇପାରନ୍ତି । କେନ୍ଦ୍ର ସରକାର କର୍ମଚାରୀଙ୍କ ଦରମା ବୃଦ୍ଧି କରିପାରନ୍ତି । ବର୍ତ୍ତମାନ କର୍ମଚାରୀଙ୍କ DA ଏବଂ DR ବୃଦ୍ଧି ପାଇଁ ଯୋଜନା କରାଯାଉଛି । କରୋନା ମହାମାରୀ ସମୟରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବନ୍ଦ କରିଦେଇଛନ୍ତି, କିନ୍ତୁ ହୋଲି ପୂର୍ବରୁ କର୍ମଚାରୀମାନଙ୍କୁ ଏହା ଦେବାକୁ ସରକାର ପ୍ରସ୍ତୁତି କରୁଥିବା ନେଇ କୁହାଯାଉଛି ।
ମହଙ୍ଗା ଭତ୍ତାକୁ ନେଇ ହୋଇପାରେ ଘୋଷଣା
କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ସରକାର ରୋକ୍ ଲଗାଇଥିଲେ । କେନ୍ଦ୍ରୀୟ କର୍ମଚାରୀମାନଙ୍କୁ କେନ୍ଦ୍ର ସରକାର 17% DA ପ୍ରଦାନ କରନ୍ତି । ସରକାର ଏଥର ଏହାକୁ 4 ପ୍ରତିଶତ ବୃଦ୍ଧି କରିବେ ବୋଲି ଆଶା କରାଯାଉଛି । ଏଭଳି ପରିସ୍ଥିତିରେ 65 ଲକ୍ଷ କେନ୍ଦ୍ରୀୟ କର୍ମଚାରୀ 21 ପ୍ରତିଶତ ଡିଏ ପାଇବେ । ସରକାର ଏହାକୁ ନେଇ ଯୋଜନା କରୁଛନ୍ତି । ସମସ୍ତ ଯୋଜନା ସଫଳ ହେଲେ, ସରକାର ହୋଲି ପୂର୍ବରୁ କର୍ମଚାରୀମାନଙ୍କୁ ଡିଏ ଏବଂ ଡିଆର୍ ବୃଦ୍ଧି ଉପରେ ଘୋଷଣା କରିପାରନ୍ତି । ଏଭଳି ପରିସ୍ଥିତିରେ କର୍ମଚାରୀମାନେ ସରକାରଙ୍କ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରିଛନ୍ତି । ଏଥି ସହିତ, ଆଗାମୀ ୟୁନିଅନ୍ ବଜେଟ୍ 2021-22 ରେ ମୋଦୀ ସରକାର ସରକାରୀ କର୍ମଚାରୀଙ୍କ ପାଇଁ କେତେକ ସୁବିଧା ବା ଛାଡ଼ ଘୋଷଣା କରିପାରନ୍ତି ବୋଲି ମଧ୍ୟ କର୍ମଚାରୀମାନେ ଆଶା କରୁଛନ୍ତି ।












Click it and Unblock the Notifications