କରୋନା ଟିକା ନେଇଥିବା ଗ୍ରାହକଙ୍କୁ FD ଉପରେ ମିଳୁଛି ଅଧିକ ସୁଧ, ଏହାର ଫାଇଦା ନିଅନ୍ତୁ

ପବ୍ଲିକ୍ ସେକ୍ଟର ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପ୍ରସ୍ତାବ ଦେଇଛି ଯେ ଯେଉଁମାନେ କରୋନା ଭାଇରସ୍ ଟିକା ନେଇଥିବେ ସେମାନେ 25 ବିପିଏସ୍ କିମ୍ବା ଫିକ୍ସ ଡିପୋଜିଟ୍ ରେ 0.25 ପ୍ରତିଶତ ଅଧିକ ସୁଧ ପାଇବେ ।

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ଟୀକାକରଣ ପାଇଁ ବ୍ୟାଙ୍କଗୁଡ଼ିକ ମଧ୍ୟ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଦେବା ଆରମ୍ଭ କରିଛନ୍ତି । ପବ୍ଲିକ୍ ସେକ୍ଟର ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପ୍ରସ୍ତାବ ଦେଇଛି ଯେ ଯେଉଁମାନେ କରୋନା ଭାଇରସ୍ ଟିକା ନେଇଥିବେ ସେମାନେ 25 ବିପିଏସ୍ କିମ୍ବା ଫିକ୍ସ ଡିପୋଜିଟ୍ ରେ 0.25 ପ୍ରତିଶତ ଅଧିକ ସୁଧ ପାଇବେ । କରୋନାର ମାମାଲା ବଢୁଥିବା ସମୟରେ ଲୋକଙ୍କୁ ଟୀକାକରଣ ପାଇଁ ଉତ୍ସାହିତ କରିବା ନେଇ ଏକ ସ୍ୱତନ୍ତ୍ର ଜମା ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ଅଧୀନରେ ବ୍ୟାଙ୍କ କୋଭିଡ -19 ଟିକା ନେଇଥିବା ଲୋକଙ୍କୁ ବୈକାର୍ଡ ହାର ଉପରେ 0.25% ଅଧିକ ସୁଧ ଦେବ । ବ୍ୟାଙ୍କ ଏହି ଯୋଜନାର ଇମ୍ୟୁନ ଇଣ୍ଡିଆ ଜମା ଯୋଜନା ନାମରେ ନାମିତ କରିଛି ବୋଲିବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏହାର ପରିପକ୍ୱତା ଅବଧି 1,111 ଦିନ ରହିବ । ଏହି ଯୋଜନା ଅଧୀନରେ, ବରିଷ୍ଠ ନାଗରିକମାନଙ୍କୁ ଏଫଡି ଉପରେ ମିଳିଥିବା ସୁଧ ଉପରେ ବ୍ୟାଙ୍କ 25 ବିପି ଅଧିକ ସୁଧ ଦେବ । ବ୍ୟାଙ୍କ ଏହାର ସରକାରୀ ବିବୃତ୍ତିରେ କହିଛି ଯେ ଟୀକାକରଣର ଗୋଟିଏ ଡୋଜ୍ ନେଇଥିବା ଗ୍ରାହକ ମଧ୍ୟ ଏହି ସୁବିଧା ପାଇପାରିବେ ।

money

ଏହି ଯୋଜନା ସମ୍ପର୍କରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଟ୍ୱିଟ କରି ସୂଚନ ଦେଇଛି । କରୋନା ଟୀକକରଣ ନେଇ ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ସ୍ୱତନ୍ତ୍ର ଜମା ଯୋଜନା ଆରମ୍ଭ କରିଛି । ଯାହାର ନାମ ଇମ୍ୟୁନ ଇଣ୍ଡିଆ ଜମା ଯୋଜନା । ଏହି ଯୋଜନା ଅଧୀନରେ, ଯିଏ କରୋନା ଟିକା ପାଇବ, ସେ 1,111 ଦିନ ପାଇଁ ଏକ ନିର୍ଦ୍ଦିଷ୍ଟ ଜମା (FD) ଉପରେ 0.25% ଅଧିକ ସୁଧ ପାଇପାରିବା ବୋଲି ଟ୍ୱିଟରେ ଉଲ୍ଲେଖ କରାଯାଇଛି ।

ଏହା ବ୍ୟତୀତ ବରିଷ୍ଠ ନାଗରିକଙ୍କୁ ଅତିରିକ୍ତ ସୁଧ ଦିଆଯିବ ବୋଲି ବ୍ୟାଙ୍କ କହିଛି । କରୋନା ଟିକା ନେଉଥିବା ବରିଷ୍ଠ ନାଗରିକମାନଙ୍କୁ ଜମା ଉପରେ 0.50 ପ୍ରତିଶତ ଅଧିକ ସୁଧ ଦିଆଯାଉଛି ।

ସେଣ୍ଟ୍ରାଲ ବ୍ୟାଙ୍କ ବର୍ତ୍ତମାନ ତିନି ବର୍ଷର ଜମା ଉପରେ 5.1% ରିଟର୍ଣ୍ଣ ପ୍ରଦାନ କରୁଛି । ଅର୍ଥାତ୍ ବର୍ତ୍ତମାନ ସ୍ୱତନ୍ତ୍ର ଯୋଜନାରେ ରିଟର୍ନ 5.35 ପ୍ରତିଶତ ହେବ । ସାତ ଦିନରୁ 10 ବର୍ଷ ପର୍ଯ୍ୟନ୍ତ ଫିକ୍ସ ଡିପୋଜିଟ୍ ଉପରେ ଉପରେ ସେଣ୍ଟ୍ରାଲ ବ୍ୟାଙ୍କ 2.75 ପ୍ରତିଶତରୁ 5.1 ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ପ୍ରଦାନ କରିଥାଏ । ଏହି ଯୋଜନାଗୁଡିକ କାର୍ଯ୍ୟକାରୀ କରି ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ନାଗରିକମାନଙ୍କୁ କରୋନା ଟିକା ନେବାକୁ ଆହ୍ୱାନ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+