ଅପ୍ରେଲରେ 14 ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣି ରଖନ୍ତୁ ଛୁଟି ତାଲିକା
ନୂଆଦିଲ୍ଲୀ : ଅପ୍ରେଲ ମାସରେ ଆପଣଙ୍କର ବ୍ୟାଙ୍କରେ କୌଣସି ଜରୁରୀ କାମ ବାକି ରହିଯାଇଛି କି ? ତେବେ ଯେତେ ଶୀଘ୍ର ପାରୁଛନ୍ତି ସାରିଦିଅନ୍ତୁ ଆପଣଙ୍କ ବ୍ୟଙ୍କ କାମ । କାରଣ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଛୁଟି କ୍ୟାଲେଣ୍ଡର ଅନୁଯାୟୀ ସାରା ଦେଶରେ ଅପ୍ରେଲ ମାସରେ 14 ଦିନ ବନ୍ଦ ରହିବ ବ୍ୟାଙ୍କ । ଏହି 14 ଦିନ ମଧ୍ୟରୁ ଆଠଟି ଛୁଟି ବିଭିନ୍ନ ପର୍ବପର୍ବାଣୀ ପାଇଁ ଥିବା ବେଳେ ଏପ୍ରେଲ 1ରେ ବ୍ୟାଙ୍କ କ୍ଲୋଜିଙ୍ଗ ରହିଛି । ଏହା ବ୍ୟତୀତ ଶନିବାର ଓ ରବିବାର ଭଳି ନିୟମିତ ଛୁଟି ମଧ୍ୟ ରହିଛି ।

ଧ୍ୟାନ ଦିଅନ୍ତୁ ଯେ, ଚତୁର୍ଥ ଶନିବାର ଏବଂ ହୋଲି ପାଇଁ ମାର୍ଚ୍ଚ 27ରୁ 29 ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକ ମଧ୍ୟ ବନ୍ଦ ରହିବ । ମାର୍ଚ୍ଚ 31 ରେ ବ୍ୟାଙ୍କ ଶାଖା ଖୋଲା ରହିବ । କିନ୍ତୁ, ଆର୍ଥିକ ବର୍ଷର ଶେଷ ଦିନ ଥିବାରୁ ସାଧାରଣ ଗ୍ରାହକଙ୍କ ପାଇଁ ନିୟମିତ ବ୍ୟବସାୟ କରାଯିବ ନାହିଁ ।
ଜାଣିରଖନ୍ତୁ, 27 ମାର୍ଚ୍ଚରୁ 4 ଏପ୍ରିଲ ମଧ୍ୟରେ ବ୍ୟାଙ୍କଗୁଡିକରେ କେବଳ 2ଟି କାର୍ଯ୍ୟଦିବସ ଅଛି । ଆରବିଆଇ ବ୍ୟାଙ୍କ ଛୁଟି କ୍ୟାଲେଣ୍ଡର ଅନୁଯାୟୀ, ଚତୁର୍ଥ ଶନିବାର ଏବଂ ହୋଲି ପାଇଁ ସାରା ଭାରତରେ ବ୍ୟାଙ୍କଗୁଡିକ 27-29 ମାର୍ଚ୍ଚରୁ କ୍ରମାଗତ ତିନି ଦିନ ପାଇଁ ବନ୍ଦ ରହିବ । ଏଥିସହିତ ପାଟନାରେ ବ୍ୟାଙ୍କଗୁଡିକ ମାର୍ଚ୍ଚ 30 ରେ ମଧ୍ୟ ବନ୍ଦ ରହିବ । ହୋଲି ଓ ଚତୁର୍ଥ ଶନିବାରକୁ ମିଶାଇ ପାଟନାରେ କ୍ରମାଗତ ଭାବେ 4 ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ ।
ଏପ୍ରିଲରେ ବ୍ୟାଙ୍କ ଛୁଟି ତାଲିକା :
ଅପ୍ରେଲ 1 : ବାର୍ଷିକ ଖାତା ବନ୍ଦ
ଅପ୍ରେଲ 2: ଗୁଡ୍ ଫ୍ରାଇଡେ
ଅପ୍ରେଲ 4: ରବିବାର
ଅପ୍ରେଲ 5: ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ (ହାଇଦ୍ରାବାଦରେ ଥିବା ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ)
ଅପ୍ରେଲ 10: ଦ୍ୱିତୀୟ ଶନିବାର
ଅପ୍ରେଲ 11: ରବିବାର
ଅପ୍ରେଲ 13: ଗୁଧି ପାଦୱା / ତେଲୁଗୁ ନୂଆ ବର୍ଷ ଦିବସ / ଉଗାଡି ଫେଷ୍ଟିଭାଲ୍ / ସାଜିବୁ ନୋଙ୍ଗମପାନବା (ଚେରୋବା) / 1st \ ନବରାତ୍ରୀ / ବୈଶାଖୀ
ଅପ୍ରେଲ 14: ଡକ୍ଟର ବାବାସାହେବ ଆମ୍ବେଦକର ଜୟନ୍ତୀ / ଓଡ଼ିଆ ନବ ବର୍ଷ / ବୋହାଗ ବିହୁ
ଅପ୍ରେଲ 15: ହିମାଚଳ ଦିବସ / ବଙ୍ଗାଳୀ ନୂତନ ବର୍ଷ ଦିବସ / ବୋହାଗ ବିହୁ / ସରହୁଲ
ଅପ୍ରେଲ 16: ବୋହାଗ ବିହୁ (ଆସାମର ଗୌହାଟିର ବ୍ୟାଙ୍କଗୁଡ଼ିକ ଏହି ଦିନ ବନ୍ଦ ରହିବ)
ଅପ୍ରେଲ 18: ରବିବାର
ଅପ୍ରେଲ 21: ଶ୍ରୀ ରାମ ନବମୀ
ଅପ୍ରେଲ 24: ଚତୁର୍ଥ ଶନିବାର
ଅପ୍ରେଲ 25: ରବିବାର
ମନେରଖନ୍ତୁ ଯେ ବ୍ୟାଙ୍କ ଛୁଟି କିଛି ରାଜ୍ୟରେ ପାଳନ କରାଯାଏ ନାହିଁ ଏବଂ ତେଣୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ରାଜ୍ୟ ଅନୁଯାୟୀ ଭିନ୍ନ ହୋଇପାରେ ଅର୍ଥାତ ବ୍ୟାଙ୍କ ଛୁଟି ସମଗ୍ର ଦେଶରେ ସମାନ ଭାବରେ ପାଳନ କରାଯାଏ ନାହିଁ । ସମଗ୍ର ଦେଶରେ ବ୍ୟାଙ୍କଗୁଡ଼ିକ ଦ୍ୱାରା କେବଳ ଗେଜେଟେଡ୍ ଛୁଟିଦିନ ପାଳନ କରାଯାଏ । ସେହି ଅନୁଯାୟୀ ବ୍ୟାଙ୍କ ପରିଦର୍ଶନ କରିବାକୁ ହେବ ।


Click it and Unblock the Notifications