For Quick Alerts
Turn On Notification  
For Daily Alerts
Oneindia App Download

ମେ ମାସରେ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣିରଖନ୍ତୁ ତାରିଖ ; ସାରନ୍ତୁ କାମ

ଆସନ୍ତା ମେ ମାସରେ ମୋଟ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ଏନେଇ ଆରବିଆଇ ପକ୍ଷରୁ ଏକ ଲିଷ୍ଟ ଜାରି କରାଯାଇଛି ।

|

ବର୍ତ୍ତମାନ ସମଗ୍ର ଦେଶରେ କରୋନାକୁ ନେଇ ସମସ୍ତେ ଚିନ୍ତାରେ ରହିଛନ୍ତି । ବିଭିନ୍ନ ରାଜ୍ୟରେ ଲକଡାଉନ ଆଉ ସଟଡାଉନ ଲାଗୁ ହେବା ଦ୍ୱାରା ଲୋକମାନେ ନିଜ ନିଜର ବ୍ୟକ୍ତିଗତ କାର୍ଯ୍ୟ ଠିକରେ କରିପାରୁନାହାନ୍ତି । ବିଶେଷ କରି ବ୍ୟାଙ୍କ ସମ୍ପର୍କିତ କାର୍ଯ୍ୟ ଶେଷ କରିପାରୁନାହାନ୍ତି ।

Bank

ଆସନ୍ତା ମେ ମାସରେ ମୋଟ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ଏନେଇ ଆରବିଆଇ ପକ୍ଷରୁ ଏକ ଲିଷ୍ଟ ଜାରି କରାଯାଇଛି । ତେଣୁ ଆପଣମାନେ ସମସ୍ତ ଅର୍ଥ ସମ୍ପର୍କୀତ କାର୍ଯ୍ୟ ଆଗୁଆ ସାରିଦିଅନ୍ତୁ । ମେ ମାସ ୧ ତାରିଖ ଦିନ ଶ୍ରମିକ ଦିବସ ପାଇଁ ବ୍ୟାଙ୍କ ବନ୍ଦ ରହିବ ଏବଂ ୨ ତାରିଖ ରବିବାର ପଡ଼ୁଛି । ସେହିପରି ମେ ମାସରେ ଉତ୍ସବ ଓ ପର୍ବପର୍ବାଣି ପାଇଁ ୫ ଦିନ ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ମେ ୮ ଓ ୨୨ରେ ମାସ ଦ୍ୱିତୀୟ ଓ ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ବନ୍ଦ ରହିବ ।

ଏହାବ୍ୟତୀତ ମେ ମାସ ୨, ୯ , ୧୬, ୨୩ ଓ ୩୦ ତାରିଖରେ ରବିବାର ପଡ଼ୁଥିବାର ବ୍ୟାଙ୍କ ବନ୍ଦ ରହିବ । ସୂଚନା ଅନୁସାରେ, କରୋନା ଯୋଗୁଁ ଦୈନିକ ୪ ଘଣ୍ଟା ବ୍ୟାଙ୍କ ଖୋଲା ରହିବ । ସକାଳ ୧୦ଟାରୁ ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ ଅଫିସ କାର୍ଯ୍ୟ ଜାରି ରହିବ ବୋଲି ନିୟମ ଲାଗୁ କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Bank Will Remain Close 12 days In May, Know Details
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X