ସେପ୍ଟେମ୍ବର 30 ରୁ ବନ୍ଦ ହେବ ଏହି ସବୁ ଯୋଜନା, ଏହି ବ୍ୟାଙ୍କର ଖାତାଧାରକ ଦିଅନ୍ତୁ ଧ୍ୟାନ
ଏହି ବ୍ୟାଙ୍କଗୁଡିକ ଏକ ସ୍ୱତନ୍ତ୍ର ଯୋଜନା ବନ୍ଦ କରିବାକୁ ଯାଉଛନ୍ତି । ଏସବିଆଇ, HDFC ବ୍ୟାଙ୍କ, ଆଇସିଆଇସିଆଇ ଏବଂ ବ୍ୟାଙ୍କ ଅଫ୍ ବରୋଦା ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଯୋଜନାରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି
ନୂଆଦିଲ୍ଲୀ : ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଦେଶର ସର୍ବ ବୃହତ ସରକାରୀ ବ୍ୟାଙ୍କ ଏସବିଆଇ, ସର୍ବ ବୃହତ ଘରୋଇ କ୍ଷେତ୍ର ବ୍ୟାଙ୍କ HDFC ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଏବଂ ଆଇସିଆଇସିଆଇ ବ୍ୟାଙ୍କରେ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବ୍ୟାଙ୍କଗୁଡିକ ଏକ ସ୍ୱତନ୍ତ୍ର ଯୋଜନା ବନ୍ଦ କରିବାକୁ ଯାଉଛନ୍ତି । ଏସବିଆଇ, HDFC ବ୍ୟାଙ୍କ, ଆଇସିଆଇସିଆଇ ଏବଂ ବ୍ୟାଙ୍କ ଅଫ୍ ବରୋଦା ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଯୋଜନାରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ ଚାଲିଥିବା ସ୍ୱତନ୍ତ୍ର ଏଫଡି ଯୋଜନା ବନ୍ଦ କରିବାକୁ ବ୍ୟାଙ୍କ ନିଷ୍ପତ୍ତି ନେଇଛି । 30 ସେପ୍ଟେମ୍ବରରେ ଏହି ବ୍ୟାଙ୍କଗୁଡିକର ସ୍ୱତନ୍ତ୍ର ଏଫଡି ସ୍କିମ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହି ବ୍ୟାଙ୍କଗୁଡିକରେ ଚାଲୁଥିବା ମନୋନୀତ ପରିପକ୍ୱତା ଅବଧି ସହିତ FD ଗୁଡିକ 30 ସେପ୍ଟେମ୍ବରରୁ ବନ୍ଦ କରିଦିଆଯିବ । ଆପଣଙ୍କୁ କହି ରଖୁଛୁ, ଏସବିଆଇ, ବ୍ୟାଙ୍କ ଅଫ୍ ବରୋଦା, HDFC, ଆଇସିଆଇସିଆଇ ବ୍ୟାଙ୍କ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ଚଳାଉଛନ୍ତି, ଯେଉଁଥିରେ ବରିଷ୍ଠ ନାଗରିକମାନେ FD ସୁଧ ହାର ଉପରେ 0.50 ପ୍ରତିଶତ ଅତିରିକ୍ତ ସୁଧ ପାଉଛନ୍ତି । ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ବିଳମ୍ବ ନକରି ଯଥାଶୀଘ୍ର ଆବେଦନ କରନ୍ତୁ, କାରଣ ଏହି ଅଫର ଏକ
କେଉଁ ବ୍ୟାଙ୍କରେ କେତେ ସୁଧ
ଏସବିଆଇ ବର୍ତ୍ତମାନ ସାଧାରଣ ନାଗରିକଙ୍କୁ 5 ବର୍ଷ କିମ୍ବା ତା'ଠାରୁ ଅଧିକ FD ଉପରେ 5.4% ସୁଧ ଦେଉଥିବାବେଳେ ଏହି ସ୍ୱତନ୍ତ୍ର ଏଫଡି ଯୋଜନା ଅଧୀନରେ ବରିଷ୍ଠ ନାଗରିକଙ୍କୁ 6.20% ସୁଧ ଦେଉଛି । ଏହି ଯୋଜନା ଅନ୍ତର୍ଗତ ଏଫଡିଏଫସି ବ୍ୟାଙ୍କ 6.25% ହାରରେ ସୁଧ ଦେଉଥିବାବେଳେ ବ୍ୟାଙ୍କ ଅଫ୍ ବରୋଦା ଏହାର ସ୍ୱତନ୍ତ୍ର ଏଫଡି ସ୍କିମ ଅଧୀନରେ ଏଫଡି ଉପରେ 6.25 ପ୍ରତିଶତ ସୁଧ ପ୍ରଦାନ କରୁଛି ।












Click it and Unblock the Notifications