Get Updates
Get notified of breaking news, exclusive insights, and must-see stories!

ଘରୋଇକରଣ ବିରୋଧରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ଘରୋଇକରଣ ବିରୋଧରେ ବ୍ୟାଙ୍କଗୁଡିକ ଆଜିଠାରୁ ଦେଶବ୍ୟାପୀ ଧର୍ମଘଟ ଆରମ୍ଭ କରିଛନ୍ତି । ବ୍ୟାଙ୍କ ଗୁଡ଼ିକର ଏହି ଦୁଇଦିନିଆ ଧର୍ମଘଟ ଆଜି(ମାର୍ଚ୍ଚ 15) ଏବଂ ଆସନ୍ତା କାଲି ପର୍ଯ୍ୟନ୍ତ ଜାରି ରହିବ ।

ନୂଆଦିଲ୍ଲୀ : ଘରୋଇକରଣ ବିରୋଧରେ ବ୍ୟାଙ୍କଗୁଡିକ ଆଜିଠାରୁ ଦେଶବ୍ୟାପୀ ଧର୍ମଘଟ ଆରମ୍ଭ କରିଛନ୍ତି । ବ୍ୟାଙ୍କ ଗୁଡ଼ିକର ଏହି ଦୁଇଦିନିଆ ଧର୍ମଘଟ ଆଜି(ମାର୍ଚ୍ଚ 15) ଏବଂ ଆସନ୍ତା କାଲି ପର୍ଯ୍ୟନ୍ତ ଜାରି ରହିବ । କର୍ମଚାରୀ ସଂଗଠନଗୁଡ଼ିକର ଦେଶବ୍ୟାପୀ ଧର୍ମଘଟ ଯୋଗୁଁ ସାରା ଦେଶରେ ବ୍ୟାଙ୍କ ସେବା ପ୍ରଭାବିତ ହେବ । 9ଟି ୟୁନିଅନର ଏକ ସମ୍ମିଳନୀ ସଂଗଠନ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କିଙ୍ଗ୍ ଏକ ସରକାରୀ ବିବୃତ୍ତିରେ କହିଛି ଯେ, ଘରୋଇକରଣ ବିରୋଧରେ ମାର୍ଚ୍ଚ 15 ଏବଂ 16 ରେ ପ୍ରାୟ 10 ଲକ୍ଷ କର୍ମଚାରୀ ଏବଂ ବ୍ୟାଙ୍କର ଅଧିକାରୀ ଦେଶବ୍ୟାପୀ ଧର୍ମଘଟରେ ଯୋଗଦେବେ । ଏହି ଧର୍ମଘଟ ଯୋଗୁଁ ଟଙ୍କା ଜମା, ଉଠାଣ, ଟ୍ରାନ୍ସଫର, ଋଣ ଯୋଗାଣ ତଥା ବ୍ୟାଙ୍କଗୁଡିକରେ ଚେକ୍ କ୍ଲିୟରାନ୍ସ ସେବା ଆଦି ପ୍ରଭାବିତ ହେବ । କିନ୍ତି ଏହି ସମୟରେ ଘରୋଇ ବ୍ୟାଙ୍କଗୁଡ଼ିକରେ ସେବା ଜାରି ରହିବ ।

Bank-Strike

ସୂଚନାଯୋଗ୍ୟ, ବ୍ୟାଙ୍କଗୁଡିକ 13 ମାର୍ଚ୍ଚ (ଦ୍ୱିତୀୟ ଶନିବାର) ଏବଂ 14 ମାର୍ଚ୍ଚ (ରବିବାର) ଯୋଗୁଁ ବନ୍ଦ ରହିଥିଲା । ଆଜିକାଲି ଦୁଇଦିନ ଦିନିଆ ଧର୍ମଘଟ ଫଳରେ ଲଗାତାର ଚାରି ଦିନ ଧରି ବ୍ୟାଙ୍କ ବନ୍ଦ ରହିବା ସହ ବ୍ୟାଙ୍କ ସେବାରେ ବ୍ୟାହତ ହେବ, କିନ୍ତୁ ଏଟିଏମର କାର୍ଯ୍ୟ କୌଣସି ପ୍ରକାରେ ପ୍ରଭାବିତ ହେବ ନାହିଁ । ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ଏବଂ ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ସାଧାରଣ ଭାବରେ କାର୍ଯ୍ୟ କରିବେ । କିନ୍ତୁ ଦେଶରେ କେବଳ ଏକ ତୃତୀୟାଂଶ ଲୋକଙ୍କର ଏହି ବ୍ୟାଙ୍କଗୁଡିକରେ ଆକାଉଣ୍ଟ ଅଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସମେତ ଅନେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ସୂଚନା ଦେଇଛନ୍ତି ଯେ ଯଦି ଧର୍ମଘଟ ହୁଏ ତେବେ ସେମାନଙ୍କ ସେବା ପ୍ରଭାବିତ ହେବ ।

କଣ ରହିଛି ଧର୍ମଘଟର କାରଣ

ନଅଟି ବ୍ୟାଙ୍କର ସମର୍ଥନ ଥିବା ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ଏହି ଧର୍ମଘଟ ଘୋଷଣା କରିଛନ୍ତି । ଗତ ମାସରେ ଫେବୃଆରୀରେ ଉପସ୍ଥାପିତ ହୋଇଥିବା ବଜେଟ୍ ପରେ ବ୍ୟାଙ୍କକୁ ଧର୍ମଘଟ କରିବାକୁ ସଂଘ ଘୋଷଣା କରିଥିଲା । 2021-22 ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରଙ୍କ ବିନିଯୋଗ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଆସନ୍ତା ଆର୍ଥିକ ବର୍ଷରେ ଦୁଇଟି ସରକାରୀ କ୍ଷେତ୍ରର ଘରୋଇକରଣ ଘୋଷଣା କରିଛନ୍ତି । ଏହା ପରେ ହିଁ ଧର୍ମଘଟ ଘୋଷଣା କରାଯାଇଥିଲା । ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (AIBEA) ସାଧାରଣ ସମ୍ପାଦକ CH Venkatachalam କହିଛନ୍ତି ଯେ ମାର୍ଚ୍ଚ 4, 9 ଏବଂ 10 ରେ ଅତିରିକ୍ତ ମୁଖ୍ୟ ଶ୍ରମ କମିଶନରଙ୍କ ସହ ଆମର ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନାହିଁ । ତେଣୁ ଏହି ଧର୍ମଘଟ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+