ନା ରହିବ ପେଟ୍ରୋଲ ଖର୍ଚ୍ଚର ଚିନ୍ତା, ନା ବ୍ୟାଟେରୀ ଚାର୍ଜିଂ... ବଜାଜ ଆଣୁଛି ନୂଆ ଟେକ୍ନୋଲୋଜି ସ୍କୁଟର
ସାରା ଦେଶରେ ବର୍ତ୍ତମାନ ଇ-ସ୍କୁଟର ବା ଚାର୍ଜିଂ ଗାଡିର ବଜାର ବହୁତ ଭଲ ରହିଛି । ଗତ କିଛି ମାସ ମଧ୍ୟରେ ଭାରତ ବଜାରରେ ଇଲେକ୍ଟ୍ରି ସ୍କୁଟରର ଚାହିଦା ବଢିବାରେ ଲାଗିଛି । କିନ୍ତୁ ଅସୁବିଧା ହେଲା ଚାର୍ଜିଂ କରିବା ।
ଏହି ସମସ୍ୟାକୁ ଦୂର କରିବାକୁ ବଜାରକୁ ନୂଆ ସ୍କୁଟର ଆଣିବାକୁ ଯୋଜନା କରିଛି ବଜାଜ । କମ୍ପାନୀ ଏହାର ବୈଦ୍ୟୁତିକ ଦୁଇ ଚକିଆ ପୋର୍ଟଫୋଲିଓ ବିସ୍ତାର କରିବାକୁ ଯୋଜନା କରୁଛି । କମ୍ପାନୀ ଏକ ପ୍ରିମିୟମ୍ ଇଲେକ୍ଟ୍ରିକ୍ F 7 ସ୍କୁଟର ଉପରେ କାମ କରୁଛି । ଯାହା ସ୍ୱାପେବଲ୍ ବ୍ୟାଟେରୀ (ଅଦଳବଦଳ) ସହିତ ଲଞ୍ଚ ହେବ ।

ବର୍ତ୍ତମାନ ବଜାରରେ କମ୍ପାନୀର କେବଳ ଗୋଟିଏ ମଡେଲ ସ୍କୁଟର ଅଛି । ବଜାଜ ଚେତକ ଇଲେକ୍ଟ୍ରିକ୍ । ଏହା ପରେ ସ୍ୱାପେବଲ୍ ବ୍ୟାଟେରୀ ସହିତ ନୂତନ ଇ -ସ୍କୁଟର ମଧ୍ୟ ଚେତକ ଇଲେକ୍ଟ୍ରିକ୍ ବାଇକ୍ ର ଏକ ଭାରିଆଣ୍ଟ ହେବ । ବଜାରରେ ଚାର୍ଜିଂ ଷ୍ଟେସନ ଗ୍ରହଣକୁ ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ନିଆଯିବ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଯାହା ଦ୍ୱାରା ଉପଭୋକ୍ତା ବ୍ୟାଟେରୀକୁ ସ୍ୱାପ କରି ନିଜର ଯାତ୍ରା ଜାରି ରଖିପାରିବେ । ଏଥିରେ ଆଉ ବ୍ୟାଟେରୀ ଚାର୍ଜିଂର ସମସ୍ୟା ରହିବନି ।
ଅପ୍ରେଲରେ ବଜାଜ ଅଟୋ ବିକ୍ରି 7% ବୃଦ୍ଧି ହୋଇ 331,278 ୟୁନିଟରେ ପହଞ୍ଚିଛି । କମ୍ପାନୀ ଅପ୍ରେଲ 2022 ରେ 310,774 ୟୁନିଟ୍ ବିକ୍ରି କରିଥିଲା । କମ୍ପାନୀ କହିଛି ଯେ ଏହାର ଦୁଇ ଚକିଆ ବିକ୍ରି ଅପ୍ରେଲରେ 2% ବୃଦ୍ଧି ହୋଇ 287,985 ୟୁନିଟ୍ ରେ ପହଞ୍ଚିଛି ଯାହା ଏକ ବର୍ଷ ପୂର୍ବେ ସମାନ ମାସରେ 281,711 ୟୁନିଟ୍ ଥିଲା । ଘରୋଇ ବଜାରରେ କମ୍ପାନୀର ଟୁ ହ୍ୱିଲର ବିକ୍ରୟ 95% ବୃଦ୍ଧି ପାଇ 181,828 ୟୁନିଟରେ ପହଞ୍ଚିଛି ଯାହା ଏକ ବର୍ଷ ପୂର୍ବେ ସମାନ ମାସରେ 93,233 ୟୁନିଟ୍ ଥିଲା । ତେବେ କମ୍ପାନୀର ଦୁଇ ଚକିଆ ରପ୍ତାନି 44% ହ୍ରାସ ହୋଇ 106,157 ୟୁନିଟ୍ ହୋଇଛି ।
ବଜାଜ ଚେତକରେ 3kWh ଲିଥିୟମ-ଆୟନ ବ୍ୟାଟେରୀ ଲାଗିଛି । ଯାହାକି 3.8 କିଲୋୱାଟ ବୈଦ୍ୟୁତିକ ମୋଟର ସହିତ ସଂଯୋଗ ହୋଇଛି । ଏହା 5.5 PS ର ସର୍ବାଧିକ ଶକ୍ତି ଉତ୍ପାଦନ କରେ । ଏହା ଇକୋନୋମି ମୋଡ୍ ରେ ସର୍ବାଧିକ 95 କିଲୋମିଟର ଏବଂ ସ୍ପୋର୍ଟ୍ସ ମୋଡ୍ ରେ 85 କିଲୋମିଟର ମାଇଲେଜ୍ ଦେଇଥାଏ । 5 Amp ଆଉଟଲେଟ୍ ମାଧ୍ୟମରେ ବ୍ୟାଟେରୀକୁ 100% ଚାର୍ଜ କରିବekg ପ୍ରାୟ 5 ଘଣ୍ଟା ଲାଗେ ।












Click it and Unblock the Notifications