ଆତ୍ମନିର୍ଭର ଭାରତ ୩.୦ ଘୋଷଣା କଲେ ଅର୍ଥମନ୍ତ୍ରୀ : ଦେଶରେ ସୃଷ୍ଟି ହେବ ନୂତନ ନିଯୁକ୍ତି
ନୂଆଦିଲ୍ଲୀ: ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ୩.୦ ପ୍ୟାକେଜ ଘୋଷଣା କରିଛନ୍ତି । ଏହା ଦ୍ୱାରା ଦେଶରେ ନିଯୁକ୍ତି ସୃଷ୍ଟି ହେବା ସହ ରୋଜଗାରକୁ ସଶକ୍ତ କରି ଦେଶର ଅର୍ଥନୀତି ସୁଧାର ଆଣିବାରେ ସହାୟକ ହେବ ବୋଲି ସେ ସାମ୍ବିଦିକ ସମ୍ମିଳନୀ କରିି କହିଛନ୍ତି | ଏହି ପ୍ୟାକେଜରେ 12ଟି ପଦକ୍ଷେପ ନିଆଯାଇଛି |
ଦେଶର ସାମ୍ପ୍ରତିକ ଅର୍ଥନୀତି ସ୍ଥିତି ଉପସ୍ଥାପନ କରି କହିଛନ୍ତି ଯେ ଦେଶର ଆର୍ଥିକ ଅବସ୍ଥାର ଦ୍ରୁତଗତିରେ ସୁଧାର ଆସୁଛି | ଜିଏସଟି ସଂଗ୍ରହ 10ପ୍ରତିଶତ ବୃଦ୍ଧି ପାଇଛି | ନିବେଶର ଦିଗରେ ଭଲ ଅଭିବୃଦ୍ଧି ହେଉଛି | ବିଦେଶୀ ମୁଦ୍ରା ଭଣ୍ଡାର 560 ବିଲିୟନ ଡଲାର ଛୁଇଁଛି | ଏଥିସହିତ ବ୍ୟାଙ୍କ ଗୁଡ଼ିକର କ୍ରେଡିଟ୍ ଗ୍ରୋଥ୍ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି |

ଏଥିସହିତ ଇପିଏଫ୍ ପଞ୍ଜିକୃତ ସଂସ୍ଥାମାନଙ୍କରେ 15ହଜାରରୁ କମ୍ ବେତନରେ ନୂତନ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାର ଇପିଏଫ୍ ଭରିବେ | ଯେଉଁମାନେ ମାର୍ଚ୍ଚ 1ରୁ ସେପ୍ଟେମ୍ବର 30ତାରିଖ ଭିତରେ ଚାକିରୀ ହରାଇଛନ୍ତି ସେମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ଲାଗୁ ହେବ | ଏହା 30ଜୁନ୍ 2021 ପର୍ଯ୍ୟନ୍ତ ଲାଗୁ ହେବ | ଏଥି ସହିତ କେନ୍ଦ୍ର ସରକାର ଦୁଇ ବର୍ଷ ପର୍ଯ୍ୟନ୍ତ ଏକ ହଜାର କର୍ମଚାରୀ ଥିବା ସଂସ୍ଥାରେ ନୂତନ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଇପିଏଫ୍ ଭରିବେ | 1 ହଜାରରୁ କମ୍ କର୍ମଚାରୀ ଥିବା ସଂସ୍ଥାରେ ଉଭୟ ସଂସ୍ଥା ଏବଂ କର୍ମଚାରୀଙ୍କ ପକ୍ଷରୁ ଭରିବାକୁ ଥିବା 24% ଇପିଏଫ୍ କେନ୍ଦ୍ର ସରକାର ଭରିବେ | 1ହଜାରରୁ ଅଧିକ କର୍ମଚାରୀ ଥିବା ସଂସ୍ଥାରେ କେବଳ କର୍ମଚାରୀଙ୍କ ଭାଗ ଅର୍ଥାତ୍ 12% ଭରିବ କେନ୍ଦ୍ର | ଏହି ଇପିଏଫ୍ ଭରଣା ଆଗାମୀ 2 ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ |
The Atmanirbhar Bharat Rozgar Yojana is being launched to incentivise creation of new employment opportunities during the COVID recovery phase. pic.twitter.com/ZdEjd7uMvz
— NSitharamanOffice (@nsitharamanoffc) November 12, 2020
An additional Rs 18,000 crore will be provided under the PM Awaas Yojana - Urban over and above the Rs 8,000 crore allocated in the Budget Estimates. This is expected to create an additional 78 lakh jobs and to significantly increase the utilisation of steel and cement. pic.twitter.com/Ko01ssSGEw
— NSitharamanOffice (@nsitharamanoffc) November 12, 2020
ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ପାଇଁ 18 ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟବସ୍ଥା କରାଯାଇଛି | ଏଥିରେ ସମୁଦାୟ 30 ଲକ୍ଷ ଘର ଉପକୃତ ହେବ | ବଜେଟରେ ଘୋଷିତ 8 ହଜାର କୋଟି ଟଙ୍କା ବ୍ୟତୀତ ଏହି ରାଶି ଅତିରିକ୍ତ ପରିମାଣ ହେବ । ଏହା ଦ୍ୱାରା 78 ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ପାଇବେ |
ECLGS 2.0 will extend the 100% guaranteed collateral-free credit at capped interest rates to entities in the 26 stressed sectors identified by the Kamath Committee. pic.twitter.com/ucBx9us2tP
— NSitharamanOffice (@nsitharamanoffc) November 12, 2020
କାମାତ କମିଟିର ସୁପାରିଶ ଆଧାରରେ ସ୍ୱାସ୍ଥ୍ୟ କ୍ଷେତ୍ର ସହିତ ଅନ୍ୟ 26 ଟି କ୍ଷତିଗ୍ରସ୍ତ କ୍ଷେତ୍ର ଚିହ୍ନଟ କରାଯାଇଛି |ଏହା ପାଇଁ (ECLGS) ସ୍କିମ୍ 2.0 ଆରମ୍ଭ କରାଯାଇଛି | ଏଥିରୁ ଏମଏସଏମଇ କ୍ଷେତ୍ର ମଧ୍ୟ ଉପକୃତ ହୋଇପାରିବ | ଏଥିରେ କମ୍ପାନୀଗୁଡ଼ିକୁ ଏକ ବର୍ଷ ପାଇଁ 50 କୋଟିରୁ 5ଶହ କୋଟି ଟଙ୍କା ପର୍ଯ୍ୟନ୍ତ ଅଗ୍ରୀମ ଅର୍ଥ ଦିଆଯିବ |
ଅର୍ଥମନ୍ତ୍ରୀ କହିଛନ୍ତି ଯେ ନିର୍ମାଣ ଏବଂ ଭିତ୍ତିଭୂମି କ୍ଷେତ୍ରର କମ୍ପାନୀଗୁଡିକ କାର୍ଯ୍ୟଦକ୍ଷତା ସୁରକ୍ଷା ପରିମା ଚୁକ୍ତିନାମା ପାଞ୍ଚରୁ 10 ପ୍ରତିଶତ ପରିବର୍ତ୍ତେ 3 ପ୍ରତିଶତକୁ ହ୍ରାସ କରାଯିବ | ଏହା 31 ଡିସେମ୍ବର2021 ପର୍ଯ୍ୟନ୍ତ ଜାରି ରହିବ ।
In order to provide a further boost to rural employment, the govt will provide an additional outlay of Rs 10,000 crore for the Pradhan Mantri Garib Kalyan Rozgar Yojana. pic.twitter.com/4e5c1pFCFo
— NSitharamanOffice (@nsitharamanoffc) November 12, 2020
ଏହି ଯୋଜନା ଅଧିନରେ 10 ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟବସ୍ଥା କରାଯାଇଛି | ଏହାକୁ ମନରେଗା କିମ୍ବା ଗ୍ରାମ ସଡକ ଯୋଜନା ପାଇଁ ବ୍ୟବହାର କରାଯାଇପାରିବ |
ଚାଷୀଙ୍କୁ ସାର ସବସିଡି ଯୋଗାଇବା ପାଇଁ 65 ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି |
କୋଭିଡ ଟିକା ଗବେଷଣା ପାଇଁ କୋଭିଡ ସୁରକ୍ଷା ମିଶନ ଅଧୀନରେ ବାୟୋଟେକ୍ନୋଲୋଜି ବିଭାଗକୁ 9ଶହ କୋଟି ଆବଣ୍ଟନ କରାଯିବ | ଯାହାଦ୍ୱାରା ଟୀକା ଉପରେ ଅଧିକ ଗବେଷଣା କରାଯାଇପାରିବ |












Click it and Unblock the Notifications