ଦିଲ୍ଲୀ ଏବଂ ମୁମ୍ବାଇରେ ପ୍ରଥମ ଥର ପାଇଁ ଖୋଲିବ ଆପଲ୍ ଷ୍ଟୋର୍, ଜାଣନ୍ତୁ ଆପଣ କେବେଠୁ କରିପାରିବେ ସପିଂ
ଦିଲ୍ଲି / ମୁମ୍ବାଇ : ଟେକ୍ କମ୍ପାନୀ ଏବଂ ଆଇଫୋନ୍ ନିର୍ମାତା ଦିଲ୍ଲୀ ଓ ମୁମ୍ବାଇରେ ଏହାର ଷ୍ଟୋର୍ ଖୋଲିବ । 11 ଅପ୍ରେଲରେ କମ୍ପୀନା ପକ୍ଷରୁ ଏହି ଘୋଷଣା କରାଯାଇଛି । ଅପ୍ରେଲ 18 ରେ ମୁମ୍ବାଇରେ ଏବଂ ଅପ୍ରେଲ 20 ରେ ଦିଲ୍ଲୀରେ ଷ୍ଟୋର ଖୋଲିବାର ଯୋଜନା ରହିଛି । 18 ଅପ୍ରେଲରେ ମୁମ୍ବାଇରେ ଖୁଚୁରା ଷ୍ଟୋର୍ ଆପଲ୍ BKC ଷ୍ଟୋର୍ ଖୋଲୁଛି ।

ଆପଲ୍ BKC ଭାରତରେ କମ୍ପାନୀର ପ୍ରଥମ ମାଲିକାନା ଖୁଚୁରା ଷ୍ଟୋର୍ ହେବ । କମ୍ପାନୀ ଦିଲ୍ଲୀରେ ଆପଲ୍ ସାକେତ ନାମକ ଅନ୍ୟ ଏକ ଷ୍ଟୋର୍ ଖୋଲିବାକୁ ଯାଉଛି । ସେ ଘୋଷଣା କରିଛନ୍ତି ଯେ ଦିଲ୍ଲୀର ଦ୍ୱିତୀୟ ଷ୍ଟୋର ଗୁରୁବାର, ଅପ୍ରେଲ 20 ରେ ଖୋଲିବ । କମ୍ପାନୀ କହିଛି ଯେ ଏହାର ଡିଜାଇନ୍ ଦିଲ୍ଲୀର ଅନେକ ଫାଟକ ଦ୍ୱାରା ଅନୁପ୍ରାଣିତ ହୋଇଛି, ଯାହା ପ୍ରତ୍ୟେକ ସହରର ଇତିହାସରେ ଏକ ନୂତନ ଅଧ୍ୟାୟକୁ ପ୍ରତିନିଧିତ୍ୱ କରୁଛି ।
ଆପଲ୍ ଏକ ବିବୃତ୍ତିରେ କହିଛି ଯେ ଏହି ଖୁଚୁରା ଷ୍ଟୋର୍ ଗ୍ରାହକଙ୍କୁ ଅସାଧାରଣ ସେବା ଯୋଗାଇବ । ଦିଲ୍ଲୀ ଏବଂ ମୁମ୍ବାଇ ହେଉଛି ଆପଲ ବ୍ୟବହାରକାରୀଙ୍କ ଦୁଇଟି ବୃହତ୍ତମ ସହର, ଏଥିରେ ଭାରତରେ ଆଇଫୋନ୍ ବିକ୍ରିର 11 ପ୍ରତିଶତ ଏବଂ 10 ପ୍ରତିଶତ ହେଉଛି । ଆପଲ୍ ବି.କେ.ସି ଷ୍ଟୋର୍ର ଉଦଘାଟନ ଉତ୍ସବ ପାଇଁ "ମୁମ୍ବାଇ ରାଇଜିଂ" ନାମକ ଏକ ମାଗଣା ସୃଜନଶୀଳ ଅଧିବେଶନ ଆରମ୍ଭ ହେବ । ମୁମ୍ବାଇର ସ୍ଥାନୀୟ କଳାକାରମାନେ ଏଥିରେ ଅଂଶଗ୍ରହଣ କରିପାରିବେ ।
ଭାରତରେ ଆଇଫୋନ୍ ବିକ୍ରି କ୍ଷେତ୍ରରେ ରେକର୍ଡ ଅଭିବୃଦ୍ଧି ଘଟିଛି ବୋଲି ଆପଲ୍ ଅଧିକାରୀ କହିଛନ୍ତି । ଏହା ମଧ୍ୟ ଆମର ରାଜସ୍ୱକୁ ଯଥେଷ୍ଟ ବୃଦ୍ଧି କରିଛି । ଫେବୃଆରୀ 2023 ରେ କମ୍ପାନୀର ସମ୍ମିଳନୀରେ ଆପଲ୍ ସିଇଓ ଟିମ୍ କୁକ୍ କହିଛନ୍ତି ଯେ କପର୍ଟିନୋ ଟେକ୍ ଜଏଣ୍ଟ ପାଇଁ ଭାରତ ଏକ ଅତ୍ୟନ୍ତ ରୋମାଞ୍ଚକର ବଜାର ଅଟେ ।
ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଫୋନ୍ ବଜାର ଉପରେ ଆପଲ୍ ଅଧିକ ଧ୍ୟାନ ଦେଉଛି । ଆପଲ୍ ଲୋକଙ୍କ ପସନ୍ଦ ପାଲଟିଛି । ଲୋକମାନେ ଏହି ଦିଗରେ ଭରସା କରୁଛନ୍ତି । କୁକ୍ କହିଛନ୍ତି ଯେ ଆମେ ଏହାକୁ ଅଧିକ ସୁଲଭ କରି ଅଧିକ ଲୋକଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛୁ ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର












Click it and Unblock the Notifications