Union Budget 2021 : ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁ ହେବ କୃଷି ସେସ୍, ଜାଣନ୍ତୁ ଆପଣଙ୍କ ଉପରେ କିପରି ପଡ଼ିବ ପ୍ରଭାବ

ଅର୍ଥମନ୍ତ୍ରୀ ପେଟ୍ରୋଲ ଏବଂ ଡିଜେଲ ଉପରେ କୃଷି ସେସ ଲାଗୁ କରିବାକୁ ଏହି ବଜେଟରେ ଘୋଷଣା କରିଛନ୍ତି । ପେଟ୍ରୋଲ ଉପରେ ଲିଟର ପିଛା 2ଟଙ୍କା 50 ଫଇସା ଏବଂ ଡିଜେଲ ଉପରେ ଲିଟର ପିଛା 4 ଟଙ୍କା କୃଷି ଭିତ୍ତିଭୂମି ଏବଂ ଡେଭେଲପମେଣ୍ଟ ସେସ୍ ଲାଗୁ ହେବ ।

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2021-22 ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ପେଟ୍ରୋଲ ଏବଂ ଡିଜେଲ ଉପରେ କୃଷି ସେସ ଲାଗୁ କରିବାକୁ ଏହି ବଜେଟରେ ଘୋଷଣା କରିଛନ୍ତି । ନିର୍ମଳା ସୀତାରମଣ କହିଛନ୍ତି ଯେ ପେଟ୍ରୋଲ ଉପରେ ଲିଟର ପିଛା 2ଟଙ୍କା 50 ଫଇସା ଏବଂ ଡିଜେଲ ଉପରେ ଲିଟର ପିଛା 4 ଟଙ୍କା ଫାର୍ମ ଇନଫ୍ରାଷ୍ଟ୍ରକ୍ଚର ଏବଂ ଡେଭେଲପମେଣ୍ଟ ସେସ୍ ଲାଗୁ କରାଯିବ । ସେସ୍ ଲାଗୁ ହେବା ପରେ ତେଲ ଦର ବୃଦ୍ଧି ରେକର୍ଡ ହେବ ବୋଲି ବିଶ୍ୱାସ କରାଯାଉଛି । କିନ୍ତୁ ଅର୍ଥମନ୍ତ୍ରୀ ଏହାକୁ ଖାରଜ କରିଛନ୍ତି । ସେସ ଲାଗୁ ହେବା ପରେ ଗ୍ରାହକଙ୍କ ଉପରେ କୌଣସି ଅତିରିକ୍ତ ବୋଝ ପଡ଼ିବ ନାହିଁ, କାରଣ ପେଟ୍ରୋଲ ଏବଂ ଡିଜେଲ ଉପରେ ବୈଷିକ ଶୁଳ୍କ ହ୍ରାସ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି । ଏହି ପ୍ରସ୍ତାବ ଅନୁଯାୟୀ, ସାଧାରଣ ପେଟ୍ରୋଲ ଏବଂ ଡିଜେଲ ଉପରେ ମୌଳିକ ଏକ୍ସାଇଜ୍ ଡ୍ୟୁଟି ଯଥାକ୍ରମେ 1.4 ଟଙ୍କା ଏବଂ ଲିଟର ପିଛା 1.8 ଟଙ୍କାକୁ ହ୍ରାସ ପାଇବ ।

petrol

ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି, "ମୁଁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ କୃଷି ଭିତ୍ତିଭୂମି ଏବଂ ବିକାଶ ସେସ୍ (ଏଆଇଡିସି) ପ୍ରସ୍ତାବ ଦେଇଛି । ତଥାପି, ଏହି ସେସ୍ ଲାଗୁ କରିବାବେଳେ ଗ୍ରାହକମାନଙ୍କ ଉପରେ ଅତିରିକ୍ତ ବୋଝ ନଦେବା ପାଇଁ ଆମେ ଧ୍ୟାନ ଦେଇଛୁ ।" ଯଦିଓ ନିର୍ମଳ ସୀତାରମଣ କହିଛନ୍ତି ଯେ କୃଷି ସେସ ଲାଗୁ ହେତୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସାଧାରଣ ଲୋକଙ୍କ ପାଇଁ କୌଣସି ପ୍ରଭାବ ପକାଇବ ନାହିଁ, କିନ୍ତୁ ଏହା କେତେ ଦିନ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇବା ନାହିଁ ତାହା ଦେଖିବାକୁ ବାକି ଅଛି ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+