ସମୟ ପୂର୍ବରୁ 9250 କୋଟିର ଋଣ ସୁଝିଲା ଆଦାନୀ ଗ୍ରୁପ୍, ବଢିଲା ସେୟାରର ମୂଲ୍ୟ
ଆଦାନୀ ଗ୍ରୁପ୍ ସମୟ ପୂର୍ବରୁ 9250 କୋଟି ଟଙ୍କାରପ ଋଣ ଫେରସ୍ତ କରିଛି । ଏହା ପରେ ନିବେଶକମାନଙ୍କ ମଧ୍ୟରେ ଏକ ସକରାତ୍ମକ ମନୋଭାବ ଦେଖିବାକୁ ମିଳିଛି ।

ମୁମ୍ବାଇ : ହିଣ୍ଡେନବର୍ଗ ରିପୋର୍ଟ ଆସିବା ପର ଠାରୁ ଗତ କିଛି ଦିନ ହେବ ଆଦାନୀ ଗ୍ରୁପ୍ର ସେୟାର ମୂଲ୍ୟରେ କ୍ରମାଗତ ହ୍ରାସ ହେଉଛି । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଆଦାନୀ ଗ୍ରୁପ୍ ର ସେୟାର ମୂଲ୍ୟ ପ୍ରାୟ 50 ପ୍ରତିଶତ ହ୍ରାସ ପାଇଛି । ଏହା ପରେ କମ୍ପାନୀ ବଜାରରେ ନିଜର ସ୍ଥିତି ବଜାୟ ରଖିବା ସହ ନିବେଶକଙ୍କ ଭରସା ଜିତିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ଆଦାନୀ ଗ୍ରୁପ୍ ସମୟ ପୂର୍ବରୁ 9250 କୋଟି ଟଙ୍କାରପ ଋଣ ଫେରସ୍ତ କରିଛି । ଏହା ପରେ ନିବେଶକମାନଙ୍କ ମଧ୍ୟରେ ଏକ ସକରାତ୍ମକ ମନୋଭାବ ଦେଖିବାକୁ ମିଳିଛି ।
ସମୟ ପୂର୍ବରୁ ଋଣ ପରିଶୋଧ କରିବାର ପ୍ରତ୍ୟକ୍ଷ ପ୍ରଭାବ ଆଦାନୀ ଗ୍ରୁପ୍ ର ସେୟାରରେ ଦେଖିବାକୁ ମିଳିଛି । କ୍ରମାଗତ 8 ଦିନ ଧରି ଷ୍ଟକ୍ ମୂଲ୍ୟରେ ହ୍ରାସ ପାଇବା ପରେ ଆଜି ଏଥିରେ ବୃଦ୍ଧି ହୋଇଛି । ଆଦାନୀ ଏଣ୍ଟରପ୍ରାଇଜେସ୍ ର ସେୟାରଗୁଡିକ NSE ରେ 14 ପ୍ରତିଶତରୁ ଅଧିକ ଲାଭ ପାଇଛି ।ଏଥି ସହିତ ବିଏସସିରେ ଆଦାନୀ ଏଣ୍ଟରପ୍ରାଇଜେସର ସେୟାର 15 ପ୍ରତିଶତ ଅତିକ୍ରମ କରିଛି । ଆଦାନୀ ଏଣ୍ଟରପ୍ରାଇଜେସ୍ ର ସେୟାରଗୁଡିକ BSE ରେ ମଧ୍ୟାହ୍ନ 12 ଟାରେ 1821 ଟଙ୍କାରେ କାରବାର କରୁଥିଲା । ଏଥି ସହିତ, NSC ରେ ସେୟାର ମୂଲ୍ୟ 1809 ଟଙ୍କା ଅତିକ୍ରମ କରିଛି ।
ଯଦି ଆମେ ଆଦାନୀ ଗ୍ରୁପ୍ ସହିତ ଜଡିତ ସମସ୍ତ କମ୍ପାନୀ ବିଷୟରେ ଆଲୋଚନା କରିବା, ଆଜି ପ୍ରାୟ ସମସ୍ତ କମ୍ପାନୀର ସେୟାର ମୂଲ୍ୟରେ ବୃଦ୍ଧି ହୋଇଛି । ଆଦାନୀ ପୋର୍ଟ 9 ପ୍ରତିଶତରେ, ଆଦାନୀ ଟ୍ରାନ୍ସମିସନ 5 ପ୍ରତିଶତରେ, ଏନଡିଟିଭି ସେୟାରରେ 5%, ଆଦାନୀ ଗ୍ରୀନ୍ ଏନର୍ଜି 4% ଲାଭରେ କାରବାର କରୁଛି ।












Click it and Unblock the Notifications