କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି : କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନ୍ ଭୋଗୀଙ୍କ ମହଙ୍ଗା ଭତ୍ତାରେ 3 ପ୍ରତିଶତ ବୃଦ୍ଧି
କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସରକାର । କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ମହଙ୍ଗା ଭତ୍ତା 3 ପ୍ରତିଶତ ବୃଦ୍ଧି କରିବା ନେଇ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି ।
ନୂଆଦିଲ୍ଲୀ : କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସରକାର । କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ମହଙ୍ଗା ଭତ୍ତା 3 ପ୍ରତିଶତ ବୃଦ୍ଧି କରିବା ନେଇ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହା ଦ୍ୱାରା ପ୍ରାୟ 47 କୋଟି 14 ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ 68 କୋଟି 62 ଲକ୍ଷ ପେନସନଭୋଗୀ ଉପକୃତ ହେବେ । ଫଳରେ ବାର୍ଷିକ 9 ହଜାର 488 କୋଟି 70 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ଆଜି ଏହି ମହଙ୍ଗା ଭତ୍ତା ବୃଦ୍ଧି ଫଳରେ ମହଙ୍ଗା ଭତ୍ତା 31 ପ୍ରତିଶତକୁ ବୃଦ୍ଧି ପାଇବ । ଚଳିତ ବର୍ଷ ଜୁଲାଇ ମାସରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ମହଙ୍ଗା ଭତ୍ତା ଜୁଲାଇ ପହିଲାରୁ 11 ପ୍ରତିଶତ ବୃଦ୍ଧି କରିବାର ନିଷ୍ପତ୍ତି ନେଇଥିଲେ । ଏହାଦ୍ୱାରା ମହଙ୍ଗା ଭତ୍ତା 17 ପ୍ରତିଶତରୁ ବୃଦ୍ଧି ପାଇ 28 ପ୍ରତିଶତ ହୋଇଥିଲା । ଆଜି ମହଙ୍ଗା ଭତ୍ତାରେ 3 ପ୍ରତିଶତ ବୃଦ୍ଧି ଫଳରେ ମହଙ୍ଗା ଭତ୍ତା 31 ପ୍ରତିଶତରେ ପହଞ୍ଚିଛି ।












Click it and Unblock the Notifications