କମ୍ ସୁଧହାରରେ ବ୍ୟକ୍ତିଗତ ଋଣ ପାଇବାର 7ଟି ସରଳ ଉପାୟ

କାରଣ ଅନ୍ୟ ଋଣ ତୁଳନାରେ ଏହି ଋଣରେ ସୁଧହାର ଅଧିକ ରହିଥାଏ | ଗ୍ରାହକଙ୍କର କ୍ଷମତା ଅନୁସାରେ ବ୍ୟାଙ୍କ ଦେଉଥିବା ଋଣ ଉପରେ ଏହାର ସୁଧ ହାର ନିର୍ଭର କରେ | ତେଣୁ ଋଣ ନେବା ପୂର୍ବରୁ ଏ ସମ୍ପର୍କରେ ଗ୍ରାହକମାନେ ଅବଗତ ରହିବା ସହ ଋଣ ସମ୍ବନ୍ଧୀୟ ସମସ୍ତ ସୂଚନା ବିଷୟରେ ଜାଣିବା ଉଚିତ୍ | ଏଥି ସହିତ ଗ୍ରାହକଙ୍କର ସିବିଲ ସ୍କୋର୍ ଋଣ ପ୍ରଦାନ ପାଇଁ ଗୁରୁତ୍ୱ ବହନ କରେ |

ବ୍ୟକ୍ତିଗତ ଋଣ ଏକ ଅସୁରକ୍ଷିତ ଋଣ | କାରଣ ଅନ୍ୟ ଋଣ ତୁଳନାରେ ଏହି ଋଣରେ ସୁଧହାର ଅଧିକ ରହିଥାଏ | ଗ୍ରାହକଙ୍କର କ୍ଷମତା ଅନୁସାରେ ବ୍ୟାଙ୍କ ଦେଉଥିବା ଋଣ ଉପରେ ଏହାର ସୁଧ ହାର ନିର୍ଭର କରେ | ତେଣୁ ଋଣ ନେବା ପୂର୍ବରୁ ଏ ସମ୍ପର୍କରେ ଗ୍ରାହକମାନେ ଅବଗତ ରହିବା ସହ ଋଣ ସମ୍ବନ୍ଧୀୟ ସମସ୍ତ ସୂଚନା ବିଷୟରେ ଜାଣିବା ଉଚିତ୍ | ଏଥି ସହିତ ଗ୍ରାହକଙ୍କର ସିବିଲ ସ୍କୋର୍ ଋଣ ପ୍ରଦାନ ପାଇଁ ଗୁରୁତ୍ୱ ବହନ କରେ |

Business

ସୁଲଭ ସୁଧ ହାରରେ ଋଣ ପାଇବା ପାଇଁ ଏନେକ ଉପାୟ ରହିଛି | କମ୍ ସୁଧରେ କିପରି ଋଣ ପାଇ ପାରିବେ ସେ ବିଷୟରେ ଜାଣନ୍ତୁ...

1. ନିଜର ସିବିଲ ସ୍କୋରକୁ ବଢାନ୍ତୁ, କାରଣ ଋଣ ପାଇବା ପାଇଁ ଗ୍ରାହକର ସିବିଲ ସ୍କୋର ଭଲ ରହିବା ଆବଶ୍ୟକ | ସିବିଲ ସ୍କୋର ଭଲ ଥିଲେ କମ୍ ସୁଧରେ ଋଣ ମିଳିପାରିବ | ଆପଣଙ୍କ କ୍ରେଡିଟ୍ କାର୍ଡ ବିଲ୍ ଏବଂ ପୂର୍ବରୁ ନେଇଥିବା ଋଣର କିସ୍ତି ଠିକ୍ ସମୟରେ ଦାଖଲ କରି ନିଜର ସିବିଲ ସ୍କୋର ଭଲ କରିପାରିବେ |
2. ଆପଣଙ୍କ ଋଣର କିସ୍ତି ପରିମାଣ ଅନୁସାରେ ସୁଧ ହାର ନିର୍ଭର କରେ | ମାସିକ କିସ୍ତି ପରିମାଣ ଅଧିକ ରଖିଲେ ସୁଧ ହାର କମ୍ ରହିବ | ଯଦି ଆପଣଙ୍କ ମାସିକ ରୋଜଗାର ଭଲ ରହିଛି, ତେବେ ଆପଣ ମାସିକ କିସ୍ତି ପରିମାଣ ଅଧିକ ରଖନ୍ତୁ ଫଳରେ ସୁଧ ହାର କମ୍ ରହିବ |
3. ଆପଣ ନିଜର ବୁଝାମଣା କୌଶଳ ଉନ୍ନତି କରନ୍ତୁ | ଏହା ଦ୍ୱାରା ଋଣଦାତା ପ୍ରଭାବିତ ହୋଇ କମ୍ ସୁଧରେ ଋଣ ଦେବା ପାଇଁ ସହମତି ହୋଇ ପାରେ |
4. ଆପଣ ଋଣ ଆଣିବା ସମୟରେ ପରିଶୋଧକରିବା ପାଇଁ କମ୍ ଅବଧି ରଖନ୍ତୁ | ଯଦି ଆପଣ ଅନଲାଇନ ଋଣ ପାଇଁ ଅବେଦନ କରୁଛନ୍ତି, ତେବେ ଆପଣ ଋଣ ପରିଶୋଧ ପାଇଁ କମ୍ ଅବଧି ରଖନ୍ତୁ, ଯାହାକି କମ୍ ସୁଧ ହାର ରହିବ | କିନ୍ତୁ ଏହା ପୂର୍ବରୁ ଆପଣ ଋଣ ପରିମାଣ ଏବଂ ମାସିକ କିସ୍ତିକୁ ଧ୍ୟାନରେ ରଖନ୍ତୁ |
5. ସର୍ବଦା ଭାସମାନ ସୁଧ ହାରକୁ ପସନ୍ଦ କରନ୍ତୁ | ଭାସମାନ ସୁଧ ହାର ହେଉଛି ଏପରି ଏକ ସୁଧ ହାର ଯାହା ବଜାରର ପରିବର୍ତ୍ତନ ସହିତ ଭିନ୍ନ ହୋଇଥାଏ | ଏକ ସ୍ଥିର ସୁଧ ହାର ସର୍ବଦା ସମାନ ରହିଥାଏ | ସ୍ଥିର ସୁଧ ହାର ଭାସମାନ ସୁଧ ହାରଠାରୁ ଟିକେ ଅଧିକ | ସ୍ୱଳ୍ପ ମିଆଦି ବ୍ୟକ୍ତିଗତ ଋଣ ପାଇଁ ତୁମେ ସର୍ବଦା ଏକ ଭାସମାନ ସୁଧ ହାର ବାଛିବା ଉଚିତ | ଏହା ଅଧିକ ଲାଭଦାୟକ ଯେହେତୁ ଆପଣ ଋଣ ପରିଶୋଧ କରିବା ସମୟରେ ପରିବର୍ତ୍ତନଶୀଳ ସୁଧ ହାର ଆଡଜଷ୍ଟ ହୋଇଯାଏ |
6. ନିଜର ବ୍ୟକ୍ତିଗତ ଋଣର ସୁଧହାର କମ୍ କରିବା ପାଇଁ ଅନଲାଇନ୍ ମାଧ୍ୟମରେ ଆପଣ ସର୍ଚ୍ଚ କରିପାରିବେ | ବହୁ ଋଣ ଦାତା କମ୍ ସୁଧରେ ଋଣ ଦେବା ପାଇଁ ଭଲ ଅଫର୍ ଦେଇଥାନ୍ତି |
7. ଋଣ ନେବା ପରେ ସମୁଳ ସୁଧକୁ ହିସାବ କରନ୍ତୁ | କମ୍ ସୁଧ ହାରରେ ସୁଧ ନେବା ସବୁ ସମୟରେ ଠିକ୍ ହୋଇନଥାଏ | ଯଦି ପ୍ରୋସେସିଂ ଚାର୍ଜ, ବିଳମ୍ବ ପରିଶୋଧ କିମ୍ବା ଆଗୁଆ ପରିଶୋଧ ପାଇଁ ଚାର୍ଜେସ୍ ଅଧିକ ଅଛି, ତେବେ ଋଣ ଆଣିବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ |

ଉପରୋକ୍ତ ସମସ୍ତ ଉପାୟକୁ ଧ୍ୟାନରେ ରଖି କମ୍ ସୁଧରେ ଋମ ପାଇବା ପାଇଁ ଉପଯୁକ୍ତ ହିତାଧିକାରୀ ହୁଅନ୍ତୁ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+