ସମାପ୍ତ ହୋଇଛି 5G ସ୍ପେକ୍ଟ୍ରମ୍ ନିଲାମ, ସବୁଠାରୁ ବଡ ନିଲାମୀ କରିଛି ଏହି କମ୍ପାନୀ
ଦେଶରେ ପ୍ରଥମ ଥର ପାଇଁ 5G ନିଲାମ ଶେଷ ହୋଇଛି । ସୋମବାର ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ 5G ସ୍ପେକ୍ଟ୍ରମ୍ ନିଲାମ ମୋଟ ବିଡ୍ ପରିମାଣ 1,50,173 କୋଟି ଟଙ୍କା ସହିତ ସଫଳ ହୋଇଛି ।
ନୂଆଦିଲ୍ଲୀ : ଦେଶରେ ପ୍ରଥମ ଥର ପାଇଁ 5G ନିଲାମ ଶେଷ ହୋଇଛି । ସୋମବାର ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ 5G ସ୍ପେକ୍ଟ୍ରମ୍ ନିଲାମ ମୋଟ ବିଡ୍ ପରିମାଣ 1,50,173 କୋଟି ଟଙ୍କା ସହିତ ସଫଳ ହୋଇଛି । ନିଲାମ ପାଇଁ 72,098 ମେଗାଜର୍ ସ୍ପେକ୍ଟ୍ରମ ପ୍ରଦାନ କରାଯାଇଥିଲା, ସେଥିମଧ୍ୟରୁ 51,236 ମେଗାହର୍ସ ବିକ୍ରି ହୋଇଛି ।

ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ମୋଟ ସ୍ପେକ୍ଟ୍ରମର ପ୍ରାୟ 71 ପ୍ରତିଶତ ବିଡରଙ୍କୁ ବିକ୍ରି କରାଯାଇଛି । ଆଦାନୀ ଡାଟା ନେଟୱାର୍କ ଲିମିଟେଡ୍ 400 MHz ନେଇଛି । ଭାରତୀ ଏୟାରଟେଲ 19,867 MHz (900 MHz, 1800 MHz, 2100 MHz, 3300 MHz & 26 GHz) ନେଇଛି । ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ 24,740 MHz (700 MHz, 800 MHz, 1800 MHz, 3300 MHz ଏବଂ 26 GHz ରେ) ନେଇଛି । ଭି-ଆଇ (ଭୋଡାଫୋନ୍ ଆଇଡିଆ) ଲିମିଟେଡ୍ 6228 MHz (1800 MHz, 2100 MHz, 2500 MHz, 3300 MHz ଏବଂ 26 GHz) ନେଇଛି ।
ଦୂରସଞ୍ଚାର ମନ୍ତ୍ରୀ କହିଛନ୍ତି ଯେ ଭାରତୀ ଏୟାରଟେଲ 43,084 କୋଟି ଟଙ୍କା ମୂଲ୍ୟର 5G ସ୍ପେକ୍ଟ୍ରମ ପାଇଁ ବଡ଼ ନିଲାମୀ ନେଇଛନ୍ତି । 18,784 କୋଟି ଟଙ୍କା ମୂଲ୍ୟର ଏୟାରୱେଭ ପାଇଁ ଭୋଡାଫୋନ୍ ଆଇଡିଆ ନିଲାମୀ ନେଇଛି । ଏଥିସହ ମୁକେଶ ଅମ୍ବାନୀଙ୍କ ଜିଓ 88,078 କୋଟି ଟଙ୍କାର ବିଡ ସହିତ ଶୀର୍ଷ ବିଡର ଥିଲା । 212 କୋଟି ଟଙ୍କା ମୂଲ୍ୟର ସ୍ପେକ୍ଟ୍ରମ୍ ପାଇଁ ଆଦାନୀ ଗ୍ରୁପ୍ ବିଡ୍ ଲଗାଇଥିଲା ।
ଆପଣଙ୍କୁ କହି ରଖୁଛୁ ଅତି ଉଚ୍ଚ ମାନର ଇଣ୍ଟରନେଟ୍ ସେବା ଯୋଗାଇବାରେ 5G ସ୍ପେକ୍ଟ୍ରମର ନିଲାମ 6 ଦିନ ପୂର୍ବରୁ ଆରମ୍ଭ ହୋଇଥିଲା । ଯାହାର ନିଲାମ ଜୁଲାଇ 31 ପର୍ଯ୍ୟନ୍ତ ଚାଲିଥିଲା । ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ବ୍ୟତୀତ ଆଦାନୀ ଏଣ୍ଟରପ୍ରାଇଜେସ୍ ମଧ୍ୟ ଏଥିରେ ଭାଗ ନେଇଥିଲେ ।












Click it and Unblock the Notifications