Get Updates
Get notified of breaking news, exclusive insights, and must-see stories!

ଡାର୍କ ୱେବରେ ବିକ୍ରି ହୋଇଛି 10 କୋଟି ଭାରତୀୟଙ୍କ କାର୍ଡ ତଥ୍ୟ

ଜଣେ ସ୍ୱାଧୀନ ସାଇବର ସିକ୍ୟୁରିଟି ଗବେଷକ ରାଜଶେଖର ରାଜାହରିଆଙ୍କ ଅନୁସାରେ ଦେଶରେ ପ୍ରାୟ 10 କୋଟି କ୍ରେଡିଟ୍ ଓ ଡେବିଟ୍ କାର୍ଡଧାରୀଙ୍କ ତଥ୍ୟ ଡାର୍କ ଓ୍ୱେବରେ ବିକ୍ରି ହୋଇଛି ।

ବିକ୍ରି ହେଉଛି ଭାରତୀୟଙ୍କ ଡେବିଟ୍ ଓ କ୍ରେଡିଟ୍ କାର୍ଡ ତଥ୍ୟ । ଜଣେ ସ୍ୱାଧୀନ ସାଇବର ସିକ୍ୟୁରିଟି ଗବେଷକ ରାଜଶେଖର ରାଜାହରିଆଙ୍କ ଅନୁସାରେ ଦେଶରେ ପ୍ରାୟ 10 କୋଟି କ୍ରେଡିଟ୍ ଓ ଡେବିଟ୍ କାର୍ଡଧାରୀଙ୍କ ତଥ୍ୟ ଡାର୍କ ଓ୍ୱେବରେ ବିକ୍ରି ହୋଇଛି । ବାଙ୍ଗାଲୋର ସ୍ଥିତ ଡିଜିଟାଲ ପେମେଣ୍ଟ ଗେଟଓ୍ୱେ 'ଜସପେ'ର ସର୍ଭରରେ ଥିବା ବହୁତ ତଥ୍ୟ ଲିକ୍ ହୋଇଥିବା ସେ ଦାବି କରିଛନ୍ତି ।

ଜସପେ ଖବର ସରବରାହ ସଂସ୍ଥା IANSକୁ କହିଛି ଯେ, ସାଇବର ଠକେଇ ସମୟରେ କୌଣସି କାର୍ଡ ନମ୍ବର କିମ୍ବା ଆର୍ଥିକ ସୂଚନା ପ୍ରଦାନ କରାଯାଇନାହିଁ । ରିପୋର୍ଟ ହୋଇଥିବା ଏହି 10 କୋଟି ଆକଳନ ତୁଳନାରେ ପ୍ରକୃତ ସଂଖ୍ୟା ବହୁତ କମ୍ ଅଟେ ।

କମ୍ପାନୀ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି, "ଅଗଷ୍ଟ 18, 2020 ରେ, ଆମର ସର୍ଭରଗୁଡ଼ିକ ଉପରେ ଏକ ଅଣଅଧିକୃତ ପ୍ରୟାସ ଚିହ୍ନଟ ହୋଇଥିଲା ଏବଂ ଏହାକୁ ସଙ୍ଗେ ସଙ୍ଗେ ବନ୍ଦ କରିଦିଆଯାଇଥିଲା ।

dark-web

ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ମେଲ୍, ଫୋନ୍ ନମ୍ବର ଭଳି କେତେକ ତଥ୍ୟ ହ୍ୟାକ୍ ହୋଇଛି, ଯାହାକି 10 କୋଟି ଡାଟା ରେକର୍ଡର ଏକ ଛୋଟ ଅଂଶ ।

ତେବେ ରାଜାହରିଆ ଦାବି କରିଛନ୍ତି, କ୍ରିପ୍ଟୋକରେନ୍ସି ବିଟକଏନ୍ ମାଧ୍ୟମରେ ଅଜ୍ଞାତ ପରିମାଣରେ ଡାଟା ଡାର୍କ ୱେବରେ ବିକ୍ରି ହେଉଛି । ଏଥି ପାଇଁ ଡାଟା ହ୍ୟାକର ମାନେ ଟେଲିଗ୍ରାମ ମାଧ୍ୟମରେ ଯୋଗାଯୋଗ କରୁଥିବା ନେଇ ସେ କହିଛନ୍ତି ।

ତାଙ୍କ କହିବାନୁସାରେ, ବ୍ୟବହାରକାରୀଙ୍କ କାର୍ଡ ସୂଚନା ଗଚ୍ଛିତ କରିବା ପାଇଁ ଜସପେ PCI DSS (ପେମେଣ୍ଟ କାର୍ଡ ଇଣ୍ଡଷ୍ଟ୍ରି ଡାଟା ସିକ୍ୟୁରିଟି ଷ୍ଟାଣ୍ଡାର୍ଡ) କୁ ଅନୁସରଣ କରିଥାଏ ।

"ତଥାପି, ଯଦି ହ୍ୟାକର୍ମାନେ କାର୍ଡ ଫିଙ୍ଗର ପ୍ରିଣ୍ଟ ସୃଷ୍ଟି କରିବା ପାଇଁ ବ୍ୟବହୃତ ହ୍ୟାସ୍ ଆଲଗୋରିଦମ ଜାଣିପାରିବେ, ତେବେ ସେମାନେ ମାସ୍କେଡ୍ କାର୍ଡ ନମ୍ବରକୁ ଡିକ୍ରିପ୍ଟ କରିବାକୁ ସମର୍ଥ ହେବେ । ଏଭଳି ପରିସ୍ଥିତିରେ ସମସ୍ତ 10 କୋଟି କାର୍ଡଧାରୀ ବିପଦରେ ବୋଲି ରାଜାହରିଆ ଅଭିଯୋଗ କରିଛନ୍ତି ।

କମ୍ପାନୀ ସ୍ୱୀକାର କରିଛି ଯେ, ହ୍ୟାକର୍ ଜସପେର ଏକ ଡେଭଲପର୍ କିରେ ପ୍ରବେଶ କରିଛି ଏବଂ ଡେଭଲପର୍ ଆକାଉଣ୍ଟରେ ନୂଆ ସର୍ଭର ସୃଷ୍ଟି କରି ଗଚ୍ଛିତ ତଥ୍ୟ ପାଇବା ପାଇଁ ଚେଷ୍ଟା କରିଛି ।

ମାସ୍କଡ୍ କାର୍ଡ ନମ୍ବର ଯାହା ଲିକ୍ ହୋଇଛି ତାହା ସମ୍ବେଦନଶୀଳ ନୁହେଁ ବୋଲି ଜସପେ ପକ୍ଷରୁ କୁହାଯାଇଛି । କେବଳ ଅଳ୍ପ ଫୋନ୍ ନମ୍ବର ଏବଂ ଇମେଲ୍ ଠିକଣା ଲିକ୍ ହୋଇଛି ଯାହାକି ମୂଲ୍ୟବାନ ନୁହେଁ । ତଥ୍ୟ ଲିକ୍ ହେବା ବିଷୟରେ ଏହା ଏହାର ବ୍ୟବସାୟିକ ଭାଗୀଦାରୀଙ୍କୁ ଜଣାଇ ଦିଆଯାଇଛି ବୋଲି ଜସପେର ମୁଖପାତ୍ର କହିଛନ୍ତି ।

"କୌଣସି କାର୍ଡ ନମ୍ବର (16-ଅଙ୍କ ବିଶିଷ୍ଟ କାର୍ଡ ନମ୍ବର ଏବଂ ଅନ୍ୟାନ୍ୟ ଆର୍ଥିକ ତଥ୍ୟ) ହ୍ୟାକ୍ ହୋଇନାହିଁ, କାରଣ ଏହା ସମ୍ପୂର୍ଣ୍ଣ ଭିନ୍ନ ସିଷ୍ଟମରେ ଗଚ୍ଛିତ ଅଛି । କୌଣସି ଆର୍ଥିକ କାରବାର କିମ୍ବା ଅର୍ଡର ସୂଚନା ସାମ୍ନାକୁ ଆସି ନାହିଁ ବୋଲି କମ୍ପାନୀ ମୁଖପାତ୍ର ସୂଚନା ଦେଇଛନ୍ତି ।

ଜାଣନ୍ତୁ କିପରି ସୁରକ୍ଷିତ ରଖିବେ ଆପଣଙ୍କ ଟଙ୍କା...

ଶିଳ୍ପ ବିଶେଷଜ୍ଞଙ୍କ ସହ ସୁରକ୍ଷା ଏବଂ ଡାଟା ଗଚ୍ଛିତ ପ୍ରକ୍ରିୟାକୁ ମଜବୁତ କରିବା ପାଇଁ ଆମେ ଦୀର୍ଘକାଳୀନ ବିନିଯୋଗ କରୁଛୁ ବୋଲି କମ୍ପାନୀ କହିଛି । 2012 ରେ ପ୍ରତିଷ୍ଠିତ ହୋଇଥିବା ଜସପେ ଗତ ବର୍ଷ ଏହାର ସିରିଜ୍ ବି ପାଣ୍ଠି ରାଉଣ୍ଡରେ 21.6 ମିଲିୟନ୍ ଡଲାର୍ ସଂଗ୍ରହ କରିଥିଲା ​​। ସ୍ୱିଡେନର ଭୋଷ୍ଟୋକ ଏମର୍ଜିଂ ଫାଇନାନ୍ସ (ଭିଏଫ୍) ଦ୍ୱାରା ଏହି ରାଉଣ୍ଡ ନେତୃତ୍ୱ ନେଇଥିଲା, ଯାହାକି ଟେକ୍ନୋଲୋଜି ଫାର୍ମରେ 13 ମିଲିୟନ ଡଲାର ବିନିଯୋଗ କରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+