ଘର ପାଖରେ ଅଛି କି ଏହି ସବୁ ଗଛ ? ହୋଇପାରେ ଆପଣଙ୍କ ଗରିବ ହେବାର କାରଣ...
ଆମେ ଘରଟିଏ କଲାବେଳେ ବାସ୍ତୁଶାସ୍ତ୍ର ଠାରୁ ଆରମ୍ଭ କରି ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେଇଥାନ୍ତି । ଘରେ ସୁଖ ଶାନ୍ତି ସହ ଧନଲାଭ ଆଦି ଦିଗ ପ୍ରତି ଆମେ ବେଶ୍ ଯତ୍ନବାନ ହୋଇଥାନ୍ତି । କିନ୍ତୁ ତଥାପି ଆମ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ । ଏହା ପଛରେ ରହିଛି ଅନେକ କାରଣ । ଘର ଆଖପାଖରେ ଥିବା ଜିନିଷ ଓ ଗଛ ମଧ୍ୟ ଏହାର କାରଣ ହୋଇପାରନ୍ତି । ଏମିତି କିଛି ଗଛ ଅଛି, ଯାହାକି ଘର ଆଖପାଖରେ ରହିଲେ ଆପଣଙ୍କ ଦାରିଦ୍ର୍ୟତା ବଢିଚାଲିବ ।

ତେବେ ଆସନ୍ତୁ ଜାଣିବା କେଉଁ ଗଛ ଘର ପାଖରେ ରହି ଆପଣଙ୍କ ଗରିବ କରିଦେବ..
- ଖଜୁରୀ ଗଛ କିଛି ରାଶିର ଲୋକଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇଥାଏ । ଏହି ଗଛ ଯେଉଁ ଘରର ଆଖପାଖରେ ରହିଥାଏ, ସେହି ଘରେ ଆର୍ଥିକ ଅଭାବ ଦେଖାଦେଇଥାଏ । ଏହି ଗଛକୁ କେବେବି ଘରର ବଗିଚାରେ ଲଗାନ୍ତୁ ନାହିଁ । ଆପଣଙ୍କ ଘରେ ଏହି ଗଛ ରହିଲେ, ଆପଣଙ୍କୁ ବହୁତ ଆର୍ଥିକ ଅଭାବର ସାମ୍ନା କରିବାକୁ ପଡିପାରେ ।
- ବାଉଁଶ ଗଛକୁ ଅତ୍ୟନ୍ତ ଶୁଭ ମାନାଯାଇଥାଏ । କିନ୍ତୁ ବାଉଁଶ ଗଛ ଘର ସାମ୍ନାରେ କେବେବି ଲଗାନ୍ତୁ ନାହିଁ । ହିନ୍ଦୁ ଧର୍ମ ଅନୁସାରେ କୌଣସି ବ୍ୟକ୍ତିର ମୃତ୍ୟୁ ପରେ ତାର ଆତ୍ମା ବାଉଁଶ ଗଛରେ ରହିଯାଏ ବୋଲି କୁହାଯାଏ । ଏହି ଗଛ ଘର ସାମ୍ନାରେ ରହିଲେ, ଘର ଭିତରକୁ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ଏହାସହିତ ଘରେ ସର୍ବଦା ଆର୍ଥିକ ସଙ୍କଟ ଦେଖା ଦେଇଥାଏ । ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଭାବନା ସୃଷ୍ଟି ହୋଇଥାଏ । ଏଥିପାଇଁ ବାଉଁଶ ଗଛ ଘର ସାମ୍ନାରେ ଲଗାନ୍ତୁ ନାହିଁ ।
- ନାଶପାତି ଗଛ ନିଜ ବଗିଚାରେ ଲଗାନ୍ତୁ ନାହିଁ । ଏହି ଗଛ ଘରର ବଗିଚାରେ ରହିଲେ, ଆପଣଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡିପାରେ ଏବଂ ଏହା ଆପଣଙ୍କ ଘର ପାଇଁ ଅଶୁଭ ଅଟେ । ଏହାସହିତ ଆପଣଙ୍କ ଘରର ଉନ୍ନତିରେ ବାଧା ଉତ୍ପନ୍ନ ହୋଇଥାଏ । ତେଣୁ ଏହି ଗଛ କେବେବି ଘରେ ଲଗାନ୍ତୁ ନାହିଁ ।
ଏହି ସବୁ ଗଛ ଆପଣଙ୍କ ଘରେ ଭରିଦେବ ସରକାରତ୍ମକ ଶକ୍ତି
- ତୁଳସୀ ଗଛ ହିନ୍ଦୁ ଧର୍ମରେ ଏକ ପବିତ୍ର ଗଛର ମାନ୍ୟତା ପା୍ଇଛି । ତୁଳସୀ ଗଛକୁ ଦେବୀଙ୍କ ସ୍ୱରୂପ ବୋଲି କୁହାଯାଇଛି । ପ୍ରତ୍ୟେକ ହିନ୍ଦୁଲୋକଙ୍କ ଘରେ ତୁଳସୀ ଗଛ ପୂଜା କରାଯାଇଥାଏ । ଯେଉଁ ଘରେ ତୁଳସୀ ଗଛ ରହିଥାଏ, ସେହି ଘରେ କୌଣସି ଆର୍ଥିକ ଅଭାବ ଦେଖା ଦିଏ ନାହିଁ । ଘରେ ସର୍ବଦା ହସଖୁସିର ବାତାବରଣ ଲାଗି ରହେ ଏବଂ ଘରେ ସକାରାତ୍ମକ ଉର୍ଜା ବୃଦ୍ଧି ପାଇଥାଏ ।
- ଅପରାଜିତା ଗଛ ମଧ୍ୟ ଏକ ଶୁଭ ଗଛ ବୋଲି ମନାଯାଇଥାଏ । ଏହି ଗଛର ଫୁଲକୁ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅର୍ପଣ କରାଯାଏ । ଆପଣ ଏହି ଗଛକୁ ନିଶ୍ଚିତ ଭାବରେ ନିଜ ଘରର ବଗିଚାରେ ଲଗାନ୍ତୁ । ଦେଖିବେ ଏହି ଗଛ ଲଗାଇବା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ଧନସମ୍ପତ୍ତିରେ ମଧ୍ୟ ବୃଦ୍ଧି ହେବ ।
- ବେଲ ଗଛ ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ବୋଲି ବର୍ଣ୍ଣନା କରାଯାଇଛି । ସେଥିପାଇଁ ବେଲ ପତ୍ର ଭଗବାନ ଶିବଙ୍କୁ ସର୍ବଦା ଅର୍ପଣ କରାଯାଇଥାଏ, ଏହାଦ୍ଵାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି । ଯେଉଁ ଘରର ବଗିଚାରେ ବେଲଗଛ ରହିଥାଏ, ସେହି ଘରୁ ସମସ୍ତ ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଏ ଏବଂ ସକାରାତ୍ମକ ବାତାବରଣ ସୃଷ୍ଟି ହୁଏ । ଏହାସହିତ ଆପଣଙ୍କର ସମସ୍ତ ଆର୍ଥିକ ସଙ୍କଟ ମଧ୍ୟ ଦୂର ହୋଇଯାଇଥାଏ ।
More From
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications