ସୂର୍ଯ୍ୟ ପରାଗ 2021 ଲାଇଭ୍ : ଆଂଶିକ ଦୃଶ୍ୟମାନ ହେଲା ସୂର୍ଯ୍ୟ ପରାଗ
ଆଜି ହେଉଛି 2021 ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ । ଯଦିଓ ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ କିମ୍ବା ପ୍ରଭାବଶାଳୀ ହେବ ନାହିଁ, କିନ୍ତୁ ଏହା ଅରୁଣାଚଳ ଏବଂ ଲଦାଖରେ ଆଂଶିକ ଦୃଶ୍ୟମାନ ହେବ, ଯେତେବେଳେ ଚନ୍ଦ୍ରଗ୍ରହଣ ଶେଷ ହେବାକୁ ଯାଉଛି ।

ନୂଆଦିଲ୍ଲୀ : ଆଜି ହେଉଛି 2021 ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଚନ୍ଦ୍ରଗ୍ରହଣ ପରେ ଏହି ସୂର୍ଯ୍ୟ ପରାଗ ହେବ ବର୍ଷର ଦ୍ୱିତୀୟ ଗ୍ରହଣ । ଚଳିତ ବର୍ଷ ସମୁଦାୟ 4ଟି ଗ୍ରହଣ ପଡ଼ିବ । ସେଥିମଧ୍ୟରୁ 2 ଟି ଚନ୍ଦ୍ରଗ୍ରହଣ ଏବଂ 2 ଟି ସୂର୍ଯ୍ୟ ପରାଗ ହେବ । ଜ୍ୟୋତିର୍ବିଜ୍ଞାନ ଅନୁସାରେ ଏହି ସୂର୍ଯ୍ୟ ପରାଗରେ ପ୍ରାୟ 99 ପ୍ରତିଶତ ଚନ୍ଦ୍ରର ଛାଇରେ ଲୁଚି ରହିଥାଏ । ତେବେ 10 ଜୁନ୍ 2021୧ରେ ହେବାକୁ ଥିବା ସୂର୍ଯ୍ୟ ପରାଗ ଭାରତରେ ଆଂଶିକ ଦୃଶ୍ୟମାନ ହେବ ।
ଯଦିଓ ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ କିମ୍ବା ପ୍ରଭାବଶାଳୀ ହେବ ନାହିଁ, କିନ୍ତୁ ଏହା ଅରୁଣାଚଳ ଏବଂ ଲଦାଖରେ ଆଂଶିକ ଦୃଶ୍ୟମାନ ହେବ, ଯେତେବେଳେ ସୂର୍ଯ୍ୟ ପରାଗ ଶେଷ ହେବାକୁ ଯାଉଛି । କିନ୍ତୁ ଆପଣ ଘରେ ବସି ଗ୍ରହଣର ଲାଇଭ୍ ଷ୍ଟ୍ରିମିଂ କରିପାରିବେ । ଆପଣ Virtual Telescop, Timeanddate, CosmoSapiens ରେ ସୂର୍ଯ୍ୟ ଗ୍ରହଣର ଲାଇଭ୍ ଟେଲିକାଷ୍ଟ ଦେଖିବାକୁ ପାଇବେ ।
ସୂର୍ଯ୍ୟ ପରାଗର ବୈଜ୍ଞାନିକ କାରଣ
ବିଜ୍ଞାନ ଅନୁସାରେ ସୂର୍ଯ୍ୟ ଗ୍ରହଣ ଏକ ଏଷ୍ଟ୍ରୋନମିକାଲ ଘଟଣା। ଚନ୍ଦ୍ର ବୁଲି ବୁଲି ଯେତେବେଳେ ସୂର୍ଯ୍ୟ ଏବଂ ପୃଥିବୀ ମଝିକୁ ପଳେଇଆସେ ସେତେବେଳେ ସୂର୍ଯ୍ୟର କିରଣ ଚନ୍ଦ୍ର ଯୋଗୁଁ ଘୋଡେଇ ହୋଇଯାଇଥାଏ। ଯାହାଫଳରେ ଅନ୍ଧକାର ହୋଇଯାଇଥାଏ। ଚନ୍ଦ୍ର ଯୋଗୁଁ ସୂର୍ଯ୍ୟ ଆଂଶିକ କିମ୍ବା ପୂର୍ଣ୍ଣ ଭାବେ ଢାଙ୍କି ହୋଇଯାଏ। ଯାହାଫଳରେ ଏହାକୁ ସୂର୍ଯ୍ୟରେ ଗ୍ରହଣ ଲାଗିଥିବା କୁହାଯାଇଥାଏ।












Click it and Unblock the Notifications