ରାଶିଫଳ : କଣ ରହିଛି ଆଜି ଆପଣଙ୍କ ରାଶିଫଳ, କେମିତି କଟିବ ଦିନ... ଜାଣନ୍ତୁ
ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ'ଣ ପ୍ରତିକାର ?
ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ'ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

ମେଷ: ଆଜି ଆପଣ କାମକୁ ଅଧିକ ଧ୍ୟାନ ନ ଦେଇ ଯାହା ଆପଣଙ୍କୁ ପସନ୍ଦ ସେଭଳି କାମ କରନ୍ତୁ। ମନୋରଞ୍ଜନ ପାଇଁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ବନ୍ଧୁଙ୍କ ସହ ଭଲ ସମୟ ବିତାଇ ପାରନ୍ତି। ଭଲ କାମ ରେ ନିଜକୁ ଲିପ୍ତ ରଖନ୍ତୁ ଯାହା ଦ୍ଵାରା ଆପଣଙ୍କର ଲାଭ ହେବ। ଜୀବନସାଥୀ ଙ୍କ ଠାରୁ ଉପହାର ପାଇପାରନ୍ତି।
ବୃଷ : ଆଜି ଆପଣଙ୍କ ଆତ୍ମ ବିଶ୍ବାସ ଅଧିକ ରହିବ। ଧନ ଆପଣ ଙ୍କ ପାଇଁ ଜରୁରୀ। କିନ୍ତୁ ଧନ ପାଇଁ କାହା ସହ ସମ୍ପର୍କ ଖରାପ କରନ୍ତୁ ନାହିଁ। ସକରାତ୍ମକ ଚିନ୍ତାଧାରା ବଢ଼ାନ୍ତୁ। ଯାହା ଦ୍ଵାରା ଆପଣଙ୍କ ପରିବାର ମଧ୍ୟ ଖୁସି ହେବେ। ଆଜି ଆପଣଙ୍କ ସମୟ ଅଫିସ୍ କାମରେ ବିତିଯିବ। ଜୀବନସାଥିଙ୍କ ସ୍ଵାସ୍ଥ୍ୟ ବସ୍ଥା ଖରାପ ରହିବ।
ମିଥୁନ: ଆପଣଙ୍କ ଭଲ ବନ୍ଧୁ ଓ ପରିବାର ସହ ସମୟ ବିତାଇବା ଉଚିତ୍। କିନ୍ତୁ ଆପଣ ଧନ କୁ ନେଇ ଯଦି ଚିନ୍ତିତ,ତେବେ ଘରର ଗୁରୁଜନଙ୍କ ଠାରୁ ସଞ୍ଚୟ କରିବାର ଉପାୟ ପଚାରି ବୁଝନ୍ତୁ। ସହକର୍ମୀ ଏବଂ ବରିଷ୍ଠ ଙ୍କ ସହିତ ମିଶି ଅଫିସ୍ ରେ ଭଲ କାମ କରିବେ। ସାମାଜିକ ଏବଂ ଧାର୍ମିକ ସମାରହୋ ପାଇଁ ଖୁବ୍ ଭଲ ଦିନ ।
କର୍କଟ: ମଦ୍ୟପାନ କରିବା ଅଭ୍ୟାସକୁ ଦୂର କରି ପାରନ୍ତି। ଆପଣକୁ ବୁଝିବାକୁ ହେବ ମଦ ସ୍ୱାସ୍ଥ୍ୟ ପକ୍ଷେ ହାନୀକାରକ। ଜୀବନସାଥୀଙ୍କ ଅବହେଳା ଆପଣଙ୍କୁ କଷ୍ଟ ହେଇପାରେ। ଅଚାନକ ଆପଣ ଛୁଟି ନେବାର ପ୍ଲାନ୍ ବନିପାରେ। ଜୀବନସାଥୀଙ୍କ ପାଇଁ ବେଶୀ ଖର୍ଚ୍ଚ କରିବେ ।
ସିଂହ : ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି। ଆଜି ଆପଣଙ୍କୁ ଭୂମି, ରି - ଇଷ୍ଟେଟ , ସାଂସ୍କୃତିକ ପରିଯୋଜନାରେ ଧ୍ୟାନ ଦିଅନ୍ତୁ। କାମ ଭିତରେ ବି ଭଲ ସମୟ କରନ୍ତୁ। ବୈବାହିକ ଜୀବନ ଖୁବ୍ ଭଲ ରହିବ।
କନ୍ୟା: ଦିନଟିକୁ ଧର୍ମ କାର୍ଯ୍ୟରେ ବିତାଇବେ । ଆୟ ଅବ୍ୟାହତ ରହିବ । ନୂତନ ବସ୍ତ୍ର କିଣିବାର ଯୋଗ ରହିଛି। ଅପରାହ୍ନରେ ବନ୍ଧୁମିଳନ ଓ ସୁସ୍ୱାଦୁ ଭୋଜନ ହୋଇପାରେ । ଖୁବ୍ ଖୁସିରେ ଦିନ ଟି କଟିବ।
ତୁଳା: ମନ ପ୍ରସନ୍ନ ରହିବ । ତୀର୍ଥ ଯାତ୍ରାର ଯୋଗ ରହିଛି । ଆୟ ହିସାବ ରେ ବ୍ୟୟ ଅଧିକ ହେବ । ଅବସର ସମୟର ସଦୁପଯୋଗ କରିବେ । ବନ୍ଧୁ ବାନ୍ଧବଙ୍କ ଗହଣରେ ଦିନ କାଟିବେ ।
ବିଛା: ଶରୀର ସୁସ୍ଥ ମନ ଭାରାକ୍ରାନ୍ତ ରହିବ । କାର୍ଯ୍ୟାଳୟରେ କାର୍ଯ୍ୟଭାର ବୃଦ୍ଧି ପାଇବ । ଆୟ ଭଲ ହେବ । କିନ୍ତୁ କାର୍ଯ୍ୟକୁ ନେଇ ଚିନ୍ତରେ ରହିବେ । ବ୍ୟବସାୟରେ ପ୍ରତିନ୍ଦ୍ୱନ୍ଦିତା ଲାଗି ରହିବ ।
ଧନୁ: ସୁସ୍ଥ ଏବଂ କର୍ମଚଞ୍ଚଳ ରହିବେ । ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସମ୍ପାଦନ କରିବେ । ପାରିବାରିକ ସ୍ନେହ ଶ୍ରଦ୍ଧାରେ ଦିନଟି ବିତିବ । ମନୋରଞ୍ଜନ ପାଇଁ ସମୟ ପାଇବେ । ସମୟର ସଦୂପଯୋଗ କରନ୍ତୁ।
ମକର: ଦୟାଳୁ ସ୍ୱଭାବର ହେବେ । ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । ଆୟ ଅବ୍ୟାହତ ରହିବ । ମନ ପ୍ରଫୁଲ୍ଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।।
କୁମ୍ଭ: ବୁଝି ବିଚାରି କାର୍ଯ୍ୟ କରିବେ । ବିବାଦୀୟ ଘଟଣାର ଅବସାନ ଘଟିବ । ନିଜର ଅଧିକାର ସାବ୍ୟସ୍ଥ କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ସାଂଗଠନିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ ।
ମୀନ: ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । କାର୍ଯ୍ୟାଳୟରେ କାର୍ଯ୍ୟଭାର ବଢିବ । ଦୂରଯାତ୍ରା କରନ୍ତୁ । ଲାଭଦାୟକ ହେବ । ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟିହୋଇପାରେ । ତେଣୁ ଧ୍ୟାନ ରଖି କଥାବାର୍ତ୍ତା କରନ୍ତୁ।












Click it and Unblock the Notifications