ଆଜିର ରାଶିଫଳ : କିପରି କଟିବ ଆପଣଙ୍କ ଦିନ
କେମିତି ବିତିବ ଆପଣଙ୍କ ଦିନ ? ପ୍ରେମ, ପରିବାର, ଶିକ୍ଷା କ୍ଷେତ୍ରରେ ରାଶିର ପ୍ରଭାବ କିପରି ରହିବ ? ଏନେଇ ପଢନ୍ତୁ ୱାନଇଣ୍ଡିଆ ଓଡିଆ ଆଜିର ରାଶିଫଳ...
କେମିତି ବିତିବ ଆପଣଙ୍କ ଦିନ ? ପ୍ରେମ, ପରିବାର, ଶିକ୍ଷା କ୍ଷେତ୍ରରେ ରାଶିର ପ୍ରଭାବ କିପରି ରହିବ ? ଏନେଇ ପଢନ୍ତୁ ୱାନଇଣ୍ଡିଆ ଓଡିଆ ଆଜିର ରାଶିଫଳ...

ମେଷ: ଆପଣ ମହତ୍ତ୍ଵାକାଂକ୍ଷୀ ତାହା ଠିକ କଥା କିନ୍ତୁ ଯେତେ ସମ୍ଭାଳି ପାରିବେ କେବଳ ସେତେ ହାତକୁ ନିଅନ୍ତୁ । ଆପଣଙ୍କ କ୍ଷମତା ଉପରେ ଆତ୍ମବିଶ୍ଵାସୀ ହୁଅନ୍ତୁ, କଠିନ ପରିଶ୍ରମ କରନ୍ତ। ଖର୍ଚ୍ଚ ଉପରେ ଲଗାମ ଲଗାନ୍ତୁ।
ବୃଷ: ଆଜି ଆପଣଙ୍କ କାନ୍ଧରେ ଆର୍ଥିକ ଦାୟିତ୍ଵଗୁଡିକର ଚାପ ଥିବାର ଅନୁଭବ କରିବେ । ଖର୍ଚ୍ଚ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ । ଦିନର ଶେଷ ଭାଗରେ ଆପଣଙ୍କ ନିକଟକୁ ଆଶା କରାଯାଇନଥିବା ସ୍ଥାନରୁ ଟଙ୍କା ଆସିବ ।
ମିଥୁନ: ଆପଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ପୀଡା ଅନୁଭବ କରିବେ । ଅନିବାର୍ଯ୍ୟ କାରଣ ପାଇଁ ଅତ୍ୟଧିକ ପରିମାଣର ଅର୍ଥ ଖର୍ଚ୍ଚ କରିବେ । ନିଜ କାର୍ଯ୍ୟରେ ନିଜର ସହକର୍ମୀଙ୍କ ଠାରୁ ସାହାଯ୍ୟ ଓ କଠିନ ପରିଶ୍ରମ ପାଇଁ ନିଜକୁ ଯୋଗ୍ୟ ବୋଲି ପ୍ରତିପାଦନ କରିବେ ।
କର୍କଟ: ଦୁର୍ଭାଗ୍ୟ ଜନକ ପରିସ୍ଥିତିରୁ ଧାର୍ମିକ କାର୍ଯ୍ୟ ଏବଂ ଭଗବାନଙ୍କ ପ୍ରତି ବିଶ୍ୱାସ ଆପଣଙ୍କୁ ରକ୍ଷା କରିବ । ଆଜି ମନ ଅସ୍ଥିର ରହିବ ଏବଂ ବିରକ୍ତିଭାବ ଆସିବ । ପରିବାର ସହ ବାହାରକୁ ଯାଇପାରନ୍ତି । ଦିନଟି ଭଲରେ ବିତିବ ।
ସିଂହ: ଆଜି ଆପଣ ଏହିପରି ଅନେକ ଲୋକଙ୍କ ସହ କାର୍ଯ୍ୟସ୍ଥଳରେ ସମ୍ମୁଖୀନ ହେବେ । ସେମାନଙ୍କ ମଧ୍ୟରୁ କିଛି ଆପଣଙ୍କ ଧୈର୍ଯ୍ୟର ପରୀକ୍ଷା ମଧ୍ୟ ନେବେ । ସେଥିପାଇଁ ସବୁବେଳେ ମନେ ରଖନ୍ତୁ ଯେ ଗୋଟିଏ ଦଳରେ କାମ କରିବା ଅର୍ଥ ଅନେକ ଅହଙ୍କାର ଓ ମତାମତ ମଧ୍ୟରେ ସନ୍ତୁଳନତା ରଖିବା ।
କନ୍ୟା: ବହୁଦିନରୁ ଯୋଜନା କରିଥିବା ଅନୁସାରେ ନିଜ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ । ଆପଣଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ସୁଖମୟ ହୋଇପାରେ ଏବଂ ଭବିଷ୍ୟତକୁ ଔଜଲ୍ୟମୟ କରିପାରେ । ଆପଣଙ୍କର ପଦୋନ୍ନତି ହେବାର ଉଜ୍ଜଳ ସମ୍ଭାବନା ଅଛି ଏବଂ କାର୍ଯ୍ୟାଳୟରେ ସମସ୍ତେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ହେବ । ଅର୍ଥ ଲାଭ ଯୋଗ ଅଛି ।
ତୁଳା: କାର୍ଯ୍ୟରେ ସହକର୍ମୀମାନଙ୍କଠାରୁ କୌଣସି ପ୍ରକାର ସାହାଯ୍ୟର ଆଶା କରନ୍ତୁ ନାହିଁ । ବିଶ୍ରାମ କିମ୍ୱା ଧାର୍ମିକ ସ୍ଥାନର ଭ୍ରମଣ ସୁଯୋଗ ରହିଛି । ଦିନ ମଧ୍ୟରେ ଏପରି ଏକ ସମୟ ଆସିବ ଯାହା ଆପଣଙ୍କୁ ନିରାଶ କରିପାରେ । ସୃଜନାତ୍ମକ କାର୍ଯ୍ୟକଳାପ ଏବଂ ଆଧ୍ୟାତ୍ମିକ ଆଲୋଚନା ଆପଣଙ୍କର ଶକ୍ତି ବଢାଇପାରେ । ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଡାକ୍ତରଙ୍କୁ ସାକ୍ଷାତ କରିବାକୁ ଭୁଲନ୍ତୁ ନାହିଁ ।
ବିଛା: ଆଜି ଆପଣଙ୍କ ଉପରେ କାର୍ଯ୍ୟ ଚାପ ବଢି ଚାଲିବ । କିନ୍ତୁ ଆପଣ ଭଲ ଢଙ୍ଗରେ ସେଗୁଡିକୁ ସମ୍ଭାଳିବେ, ଯାହା କେବଳ ଆପଣଙ୍କ ଧୈର୍ଯ୍ୟ ପାଇଁ ସମ୍ଭବ ହେବ । ଯେତେ ଶୀଘ୍ର ସମ୍ଭବ ଏହାକୁ କାର୍ଯ୍ୟରେ ଲଗାନ୍ତୁ ।
ଧନୁ: ଆପଣ ଭାବନାର ଭଉଁରୀରେ ଫସି ଯାଇଛନ୍ତି । ଆପଣ ଆଜି ଅନେକ ସୁଖଦୁଃଖ ଅବସ୍ଥା ଦେଇ ଗତି କରିପାରନ୍ତି । ଅବଶ୍ୟ କିଛି ବି କାମ ପ୍ରତି ଆପଣଙ୍କର ଥିବା ସଂକଳ୍ପ ଓ ନିଷ୍ଠାକୁ ପ୍ରଭାବିତ କରିପାରିବ ନାହିଁ ।
ମକର: ଆପଣଙ୍କ ବ୍ୟସ୍ତବହୁଳ ଜୀବନରୁ ଏକ ମିନିଟ ମଧ୍ୟ ଖାଲି ପାଉନାହାନ୍ତି, ଏପରିକି ଆପଣଙ୍କ ଅତ୍ୟଧିକ କାମ କରୁଥିବା ଆତ୍ମାକୁ ଶାନ୍ତି ଦେଇ ପାରୁନାହାନ୍ତି, ଏପରି ସମୟରେ ମନକୁ ଆସୁଥିବା କଥା ଠିକ ଭାବେ କିଛି ଚିନ୍ତା ମଧ୍ୟ କରିପାରିବେ ନାହିଁ ।
କୁମ୍ଭ: ଆପଣ ଆଜି କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି । ଅବଶ୍ୟ ଯଦି ଆପଣ ଅନ୍ୟମାନଙ୍କୁ ମିଶାଇବାକୁ ଚାହୁଁଛନ୍ତି ତେବେ ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କୁ ସେମାନେ କିଛି ଭୁଲ କାର୍ଯ୍ୟରେ ନ ପକାନ୍ତୁ । ଆପଣ ଏକ ଦୂର୍ବଳତାକୁ କିପରି ଶକ୍ତିର କାରଣ କରିପାରିବେ ତାହା ଜାଣନ୍ତି । ଦିନଟି ଭଲ ଅଛି ।
ମୀନ: ଦିନଟି ଭଲରେ ଯିବ । ଉଚ୍ଚ ଧାରଣାକୁ ମନରେ ରଖି ଆପଣ ନିଜର ଉପସ୍ଥାପନା କୌଶଳ ସହିତ ଅନେକ ପ୍ରଶଂସା ପାଇପାରନ୍ତି । କାହା କଥାରେ ଭାସି ଯାଆନ୍ତୁ ନାହିଁ । ଭାବି ଚିନ୍ତି କାର୍ଯ୍ୟ କରନ୍ତୁ । ନଚେତ୍ ଅସୁବିଧା ରେ ପଡ଼ି ପାରନ୍ତି।
-
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ -
ରଶ୍ମିକା ଏବଂ ବିଜୟଙ୍କ ରିସେପ୍ସନରେ ଖାଲି ପାଦରେ କାହିଁକି ପହଞ୍ଚିଲେ ରାମ ଚରଣ ? ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ଦତ୍ତେଶ୍ବରଙ୍କ ନାମାଙ୍କନ ପରେ ନବୀନଙ୍କୁ ପ୍ରଶଂସା ଅଜାଡ଼ିଦେଲେ ଭକ୍ତ ଦାସ -
ଟି-୨୦ ବିଶ୍ୱକପ ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ -
ଦିଲ୍ଲୀ ଯିବେ ନୀତିଶ କୁମାର, କିଏ ହେବ ବିହାର ମୁଖ୍ୟମନ୍ତ୍ରୀ, ଏହି ସବୁ ନାଁ ନେଇ ଚର୍ଚ୍ଚା -
ପ୍ଲାଷ୍ଟିକ୍ ବ୍ୟାଗରେ ଫ୍ରିଜରେ ରଖୁଛନ୍ତି କି ପନିପରିବା ? ଜାଣନ୍ତୁ ଏହା ଆମ ଶରୀର ପାଇଁ .... -
ନାମାଙ୍କନ ପରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ ଦିଲ୍ଲୀପ ରାୟ, କହିଲେ ୨୦୦୨ ପରି ଜିତାପଟ ହାସଲ କରିବି












Click it and Unblock the Notifications