ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ପଢନ୍ତୁ
ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ....
ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ....

ମେଷ: ନୂଆ କାମ ଆରମ୍ଭ କରନ୍ତୁ ନାହିଁ। ଭଲ ସମୟ ନୁହେଁ। ମିଠା ମିଠା କଥା କହି କାହାକୁ ବି ଆକର୍ଷିତ କରିପାରିବେ । ପରିବାରରେ ଶାନ୍ତି ବଜାୟ ରହିବ । ଅର୍ଥ ଲାଭ ର ସମ୍ଭାବନା ରହିଛି। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।
ବୃଷ: ଆଜି ଆପଣ ଙ୍କ ଦିନ ମଧ୍ୟମ ଧରଣର ରହିବା । ବିଦେଶରେ ରହୁଥିବା ବନ୍ଧୁ ଭଲ ଖବର ଦେବେ । ସମସ୍ତ ଦିଗରୁ ମାନସିକ ଚାପ ଏବଂ ବ୍ୟସ୍ତତା ଭିତରେ ରହିବେ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି।
ମିଥୁନ: ସତର୍କତା ଅବଲମ୍ୱନ କରନ୍ତୁ, କିଛି ଅପ୍ରୀତିକର ଘଟଣା ଘଟି ପାରେ। ।ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା ଲଗିରହିବ । ହତୋତ୍ସାହିତ ହୁଅନ୍ତୁ ନାହିଁ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ ।
କର୍କଟ: ଆଜି ଆପଣ ନିଜର ପରିବାରର ସହ ସମୟ କାଟିବେ । ଅର୍ଥ ପ୍ରାପ୍ତି ଯୋଗ ରହିଛି । ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। ପ୍ରିୟଜନଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିବେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ ।
ସିଂହ: ଆଜି ଦିନଟି ଆଦୌ ଶୁଭ ନୁହେଁ । ବହୁ ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରିବ । ନିଜକୁ ଦୃଢ ଓ ସ୍ଥିର ରଖନ୍ତୁ । ଭାଙ୍ଗି ପଡନ୍ତୁନି । ଅଫିସରେ ମଧ୍ୟ ଆପଣ ନିଜ କାର୍ଯ୍ୟକୁ ମନଯୋଗ ସହକାରେ ସମ୍ପୁର୍ଣ୍ଣ କରିପାରିବେନି । ସହକର୍ମୀ ମଧ୍ୟ କୌଣସି ସାହାଯ୍ୟ କରିବେ ନାହିଁ।
କନ୍ୟା: ଆଜିର ଦିନଟି ବିଦ୍ୟାର୍ଥୀଙ୍କ ପାଇଁ କଷ୍ଟ ଦାୟକ । ନିଜ ସନ୍ତାନଙ୍କର ଅଳି ଅର୍ଦ୍ଦଳି ଯୋଗୁଁ ଆପଣ ନିଜର କାର୍ଯ୍ୟରେ ମନୋନିବେଶ କରିପାରିବେନି । ଅର୍ଥ ବିନିଯୋଗ କରନ୍ତୁ ନାହିଁ। କିଛି ଲାଭ ହେବ ନାହିଁ।
ତୁଳା: ଆଜି ଆପଣ ମନ ଅସ୍ଥିର ରହିବ। ଅସୁସ୍ଥ ମସ୍ତିଷ୍କରେ ଯେଉଁ କାର୍ଯ୍ୟ କରିବାକୁ ପଡିଥାଏ ତାହା ଆଜି କରନ୍ତୁ ନାହିଁ । ପାରିବାରିକ ଜୀବନରେ ଅଶାନ୍ତି ଦେଖା ଦେଇପାରେ । ତେଣୁ ଯୁକ୍ତିତର୍କରୁ ଦୁରେଇ ରୁହନ୍ତୁ । ନଚେତ ଆପଣଙ୍କ ମାନ ସମ୍ମାନ ହାନି ହେବ।
।
ବିଛା: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଦିନ । ଅର୍ଥ ଲାଭ ହୋଇପାରେ । ନୂତନ କାର୍ଯ୍ୟରେ ଶୁଭାରମ୍ଭ କରିବାର ସର୍ବୋକୃଷ୍ଟ ସମୟ । ମାନସିକ ଶାନ୍ତି ଅବ୍ୟାହତ ରହିବ । ଶତ୍ରୁମାନେ ପରାଜିତ ହେବେ।
ଧନୁ: ମନରେ ଦ୍ୱିଧା ରଖି କାମ କରନ୍ତୁ ନାହିଁ। ଯଦି କିଛି ସମସ୍ୟା ରହିଛି ସମାଧାନ ଶୀଘ୍ର କରନ୍ତୁ । ପାରିବାରିକ ଅଶାନ୍ତି ଲାଗି ରହିବ । ନିଜର ଅସମ୍ପୁର୍ଣ୍ଣ କାର୍ଯ୍ୟକୁ ସାରିବା ପାଇଁ ଆପଣ କଷ୍ଟ ସ୍ୱୀକାର କରିପାରନ୍ତି ।
ମକର: ନିଜର ବୃତ୍ତିରେ ସହକର୍ମୀଙ୍କ ସଙ୍ଗରେ ଓ ପ୍ରିୟଜନଙ୍କ ସଙ୍ଗରେ ବନ୍ଧୁତ୍ୱ ଅତୁଟ ରହିବ । ବୃତ୍ତିରେ ନିଜର କର୍ମଦକ୍ଷତା ଯୋଗୁଁ ପ୍ରିୟଭାଜନ ହେବେ ଏବଂ ଉପରିସ୍ଥ କର୍ମଚାରୀଙ୍କ ଶୁଭଦୃଷ୍ଟି ପଡିବ।
କୁମ୍ଭ: ଆପଣଙ୍କ ପରିବାର ସଦସ୍ୟଙ୍କ ସାମନାରେ ଆପଣ ଆଜି ନତ ମସ୍ତକ ହେବେ। ଅଧିକ ଖର୍ଚ୍ଚ ହୋଇପାରେ । ବ୍ୟକ୍ତିଗତ କ୍ଷତି ପରେ ମଧ୍ୟ ଆପଣ ହିଁ ଲାଭବାନ ହେବେ । ଆପଣଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ୍ ବଡ କଳହର ସାମ୍ନା କରିବାକୁ ହେବ।
ମୀନ: ଆର୍ଥି ଲାଭ ହୋଇପାରେ । ପିଲାଦିନର ଜଣେ ବନ୍ଧୁଙ୍କ ସହିତ ସାକ୍ଷାତ କରି ଆପଣ ଆନନ୍ଦିତ ହେବେ । ଆଜି ଆପଣ ନୂତନ ବନ୍ଧୁ ସୃଷ୍ଟି କରିପାରନ୍ତି ଯାହାକି ଭବିଷ୍ୟତରେ ଆପଣଙ୍କୁ ଉପକୃତ କରାଇବାରେ ସାହାଯ୍ୟ କରିବ।












Click it and Unblock the Notifications