For Quick Alerts
Turn On Notification  
For Daily Alerts
Oneindia App Download

ସହି ହୁଏ ନାହିଁ ଟାଣ ଖରାକୁ... ମନ ଖୋଜୁଥାଏ ପଖାଳ ସାଙ୍ଗକୁ ବଡ଼ି ଚୁରାକୁ...

ଆଜି 'ବିଶ୍ୱ ପଖାଳ ଦିବସ' । ଓଡ଼ିଆ ସଂସ୍କୃତିରେ ପଖାଳର ସ୍ଥାନ ସବୁଠାରୁ ଆଗରେ । କି ଧନୀ କି ଗରିବ ଖରା ଦିନ ଆସିଲେ ସମସ୍ତଙ୍କ ଖାଦ୍ୟ ଥାଳିରେ ମନ ଖୋଜେ ପଖାଳ କଂସାକୁ ।

|

ଭୁବନେଶ୍ୱର : ଆଜି 'ବିଶ୍ୱ ପଖାଳ ଦିବସ' । ଓଡ଼ିଆ ସଂସ୍କୃତିରେ ପଖାଳର ସ୍ଥାନ ସବୁଠାରୁ ଆଗରେ । କି ଧନୀ କି ଗରିବ ଖରା ଦିନ ଆସିଲେ ସମସ୍ତଙ୍କ ଖାଦ୍ୟ ଥାଳିରେ ମନ ଖୋଜେ ପଖାଳ କଂସାକୁ । ଡହ ଡହ ଖରା ତାତିରେ ପଖାଳ କଂସାଏ ଖାଇଦେଲେ ମନ ଶାନ୍ତି ହୋଇଯାଏ । ଚାଷୀମୁଲିଆ ଲୋକ ଠାରୁ ଧନୀକ ଶ୍ରେଣୀର ଲୋକ ପଖାଳ ସମସ୍ତଙ୍କର ପ୍ରିୟ ଖାଦ୍ୟ ପାଲଟିଯାଇଛି । ଏପରିକି ଓଡ଼ିଆଙ୍କର ଆରାଧ୍ୟ ଦେବତା ବିଶ୍ୱନିଅନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମଧ୍ୟ ପ୍ରିୟ ଖାଦ୍ୟ ପଖାଳ । ପ୍ରଭୁ ଜଗନ୍ନାଥଙ୍କର ଟଙ୍କ ତୋରାଣୀ ଏହାର ଜ୍ୱଳନ୍ତ ଉଦାହରଣ ।

pakhala

ଓଡ଼ିଆଙ୍କର ଏହି ପ୍ରିୟ ଖାଦ୍ୟ ପଖାଳକୁ ସାରା ବିଶ୍ୱରେ ପରିଚିତ କରାଇ ଲୋକପ୍ରିୟ କରାଇବା ପାଇଁ ମାର୍ଚ୍ଚ 20 ତଥା ଆଜିର ଦିନକୁ 'ବିଶ୍ୱ ପଖାଳ ଦିବସ' ଦିବସ ରୂପେ ପାଳନ କରାଯାଉଛି । ପୂର୍ବରୁ ପଖାଳ କେବଳ ଚାଷୀ ମୁଲିଆ ଶ୍ରେଣୀର ଲୋକଙ୍କ ଖାଦ୍ୟ ଭାବେ ପରିଗଣିତ ହେଉଥିଲା । କିନ୍ତୁ ସମୟ ବଦଳିବା ସହ ଲୋକଙ୍କ ରୁଚିରେ ମଧ୍ୟ ଢେର୍ ପରିବର୍ତ୍ତନ ଆସିଲାଣି । ଏପରିକି ପଞ୍ଚତାରକା ହୋଟେଲ ଏବଂ ରୋସ୍ତୋରାଁର ଖାଦ୍ୟ ମେନୁରେ ମଧ୍ୟ ପଖାଳ ସ୍ଥାନ ପାଇଲାଣି । ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ବିଭିନ୍ନ ବଡ଼ ବଡ଼ ରୋସ୍ତୋରାଁ ମାନେ ମଧ୍ୟ ପଖାଳ ସାଙ୍ଗକୁ ଭଳିକି ଭଳି ଆନୁସଙ୍ଗିକ ଖାଦ୍ୟ ପରଷୁଥିବା ନଜରକୁ ଆସୁଛି । ପଖାଳ ସାଙ୍ଗକୁ ବଡ଼ି ଚୁରା, ଭଜା, ଶାଗ, ମାଛ ଭଜା, ଆଳୁ ଭର୍ତା, ବାଇଗଣ ପୋଡ଼ା ହେଲେ ତ କଥା ସରିଲା । ଏପରିକି ହୋଟେଲ ମାନଙ୍କରେ ମାଛ ପୋଡ଼ା, ଛତୁ ପୋଡ଼ା ମଧ୍ୟ ଦିଆଯାଉଛି । କିନ୍ତୁ ଗରିବ ଲୋକ ପଖାଳ ସାଙ୍ଗରେ ପିଆଜ, ଲୁଣ ଆଉ ଲଙ୍କା ଟିକେ ହେଲେ ତାର ଉଦର ଶାନ୍ତି । ଆଉ ତୋରାଣିରେ ଆମ୍ବ କସି ଅଦା ସାଙ୍ଗକୁ ଆମ୍ବ ନସି ଟିକେ ପକାଇଦେଲେ ଏହାର ସ୍ୱାଦ କେତେ ଗୁଣ ବଢିଯାଏ ତାହା କେବଳ ପଖାଳ ପ୍ରେମୀ ଓଡ଼ିଆ ହିଁ ଜାଣେ ।

ତେବେ ଆଜିର ଦିନରେ ଖାସ୍ କରି ଓଡ଼ିଆମାନେ ପଖାଳ ସାଙ୍ଗକୁ ନିଜ ନିଜ ପସନ୍ଦର ଖାଦ୍ୟ ଖାଇ ପଖାଳ ଦିବସ ପାଳନ କରିବା ସହ ଓଡ଼ିଆ ପରମ୍ପରା ଓ ସଂସ୍କୃତିକୁ ଆହୁରି ଲୋକପ୍ରିୟ କରାଇବାରେ ସବୁ ବର୍ଗର ଲୋକଙ୍କ ସାଥ୍ ବିଶ୍ୱ ପଖାଳ ଦିବସକୁ ସାରା ଦେଶରେ ବିସ୍ତାର କରିପାରିଛି ।

ଆଜିର ଏହି ବିଶ୍ୱ ପଖାଳ ଦିବସରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
World Pakhala Day.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X