Get Updates
Get notified of breaking news, exclusive insights, and must-see stories!

ହୋଲିରେ କାହିଁକି ଖେଳନ୍ତି ଅବୀର-ଗୁଲାଲ

ହୋଲି ପର୍ବ ରାଧା- କୃଷ୍ଣଙ୍କ ପ୍ରେମ ସହିତ ଜଡିତ । ତେଣୁ ଏହି ପର୍ବକୁ ଆମେ ପ୍ରେମ ଏବଂ ମଜାରେ ପାଳ କରିଥାଉ ।

holi

ହୋଲି ହେଉଛି ହିନ୍ଦୁମାନଙ୍କର ଏକ ବଡ଼ ପର୍ବ । ଲୋକମାନେ ଉତ୍ସାହର ସହିତ ଏହି ପର୍ବକୁ ଅପେକ୍ଷା କରିଥାନ୍ତି । ଏହି ପର୍ବ ପାରସ୍ପରିକ ପ୍ରେମ, ଆନନ୍ଦ, ସୁଖ ଏବଂ ଉତ୍ସାହର ଅଟେ । କୁହାଯାଏ ଯେ ହୋଲି ଦିନ ଜଣେ ବ୍ୟକ୍ତି ସମସ୍ତ ମାନ ଅଭିମାନ ଦୂର କରି ପରସ୍ପରକୁ ରଙ୍ଗ ବୋଳିଥାନ୍ତି । ଏପରିକି ମନର ଘୃଣା ଏବଂ ଶତ୍ରୁତାକୁ ହୋଲିକା ଦହନର ନିଆଁରେ ବଳି ଦିଆଯାଏ ।

ହୋଲିରେ ପରସ୍ପରର ଗାଲରେ ଅବୀର ଲଗାଇବା ପ୍ରଥା ପ୍ରାୟତଃ ସାରା ଦେଶରେ ଚାଲି ଆସୁଛି । କିନ୍ତୁ ଆପଣ କେବେ ଭାବିଛନ୍ତି କି ସମସ୍ତେ ଅବୀର କାହିଁକି ବ୍ୟବହାର କରନ୍ତି ? ଆମେ କାହିଁକି ହୋଲିରେ ସମସ୍ତେ ରଙ୍ଗ ଖେଳନ୍ତି ? ଆସନ୍ତୁ ଆମେ ଆପଣଙ୍କୁ ଏହା ପଛରେ ଥିବା ପ୍ରକୃତ କଥା କହିବୁ ।
ହୋଲି ପର୍ବ ରାଧା- କୃଷ୍ଣଙ୍କ ପ୍ରେମ ସହିତ ଜଡିତ । ତେଣୁ ଏହି ପର୍ବକୁ ଆମେ ପ୍ରେମ ଏବଂ ମଜାରେ ପାଳ କରିଥାଉ । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଭଗବାନ କୃଷ୍ଣଙ୍କର ରଙ୍ଗ କଳା ଏବଂ ରାଧାଙ୍କ ରଙ୍ଗ ଗୋରା ଥିଲା । ଏପରି କାହିଁକି ବୋଲି କୃଷ୍ଣ ସବୁବେଳେ ମାତା ଯଶୋଦାଙ୍କୁ ପଚାରୁଥିଲେ ।

କାହିଁକି ଲଗାନ୍ତି ଅବୀର ?

ଯଦିଓ ରାଧା ଭଗବାନ କୃଷ୍ଣଙ୍କ ରଙ୍ଗ ବିଷୟରେ କୌଣସି କଥା କହି ନାହାଁନ୍ତି, କିନ୍ତୁ କୃଷ୍ଣ ଥିଲେ ଭାରି ଜିଦିଆ । ସେ ସବୁବେଳେ ମାତା ଯଶୋଦାଙ୍କୁ ଏ କଥା ପଚାରୁଥିଲେ । ଏମିତି ଦିନେ ମାତା ଯଶୋଦା କହିଦେଲେ, 'ଯଦି ତୁମେ ରାଧାଙ୍କ ପରି ହେଇ ନପାରୁଛ, ତେବେ ତାଙ୍କୁ ତୁମ ପରି କରିଦିଅ । ଏତିକି କହି ମାତା ଯଶୋଦା କୃଷ୍ଣଙ୍କ ହାତରେ ଅବୀର ରଙ୍ଗ ଥାଳି ଦେଇଦେଲେ । ଏହା ଦେଖି କୃଷ୍ଣ ଖୁସିରେ ନାଚି ଉଠିଲେ । ସେ ଯାଇ ରାଧାଙ୍କ ମୁହଁରେ ଲାଲ-ହଳଦିଆ ସବୁ ରଙ୍ଗ ଲଗଇ ଦେଲେ । ଏହି ସମୟରେ ଦୁହେଁ ବହୁତ ଖୁସି ହୋଇ ଉଠିଥିଲେ । ସେ ଦିନ ଥିଲା ଫାଲଗୁନ୍ ମାସର ପୂର୍ଣ୍ଣିମା । ସେହି ଦିନଠାରୁ ହୋଲି ପର୍ବ ପାଳନ ଆରମ୍ଭ ହେଲା ଏବଂ ଏଥିରେ ଅବୀର ରଙ୍ଗ ଖେଳିବା ପ୍ରଥା ଚାଲି ଆସୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+