Get Updates
Get notified of breaking news, exclusive insights, and must-see stories!

ପବିତ୍ର ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଜାଣନ୍ତୁ କଣ ରହିଛି ପୂଜା ପଦ୍ଧତି

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ପୂଜା ନେଇ ପଲ୍ଲୀଠୁ ସହର ଚଳଚଞ୍ଚଳ । ବେଶ୍ ଧୁମଧାମରେ ପୂଜା ପାଉଛନ୍ତି ଶିଳ୍ପକଳାର ଜନକ ଦେବଶିଳ୍ପୀ ବିଶ୍ୱକର୍ମା । ପ୍ରତ୍ୟକ ବର୍ଷ ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତି ଦିନ ବିଶ୍ୱକର୍ମାଙ୍କ ପୂଜା କରାଯାଇଥାଏ । ମାନ୍ୟତା ଅନୁସାରେ ସେ ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସୃଷ୍ଟି ସର୍ଜନା କରିଥିଲେ । ଯେଉଁଥି ପାଇଁ ଭଗବାନ ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ ଇଞ୍ଜିନିୟର ବୋଲି କୁହାଯାଏ । ଭଗବାନ ବିଶ୍ୱକର୍ମାଙ୍କର ପାଞ୍ଚଟି ଅବତାର ଅଛି ଯଥା ବିରାଟ ବିଶ୍ୱକର୍ମା, ଧର୍ମେନ୍ଦ୍ର ବିଶ୍ୱକର୍ମା, ଅଙ୍ଗୀରଭାନ୍ସି ବିଶ୍ୱକର୍ମା, ସୁଦର୍ଶନ ବିଶ୍ୱକର୍ମା, ଏବଂ ଭ୍ରୁଗୁଶି ବିଶ୍ୱକର୍ମା ।

Vishwakarma Puja

ଆଜି ବିଭିନ୍ନ ଶିଳ୍ପାନୁଷ୍ଠାନରେ ପୂଜା ପାଉଛନ୍ତି ବିଶ୍ୱକର୍ମା । ବଢେଇ, ନିର୍ମାତା, ଓ କାରିଗରମାନେ ଆଜି ନିଜର ବ୍ୟବହୃତ ସମସ୍ତ ଯନ୍ତ୍ରପାତିକୁ ଶୁଦ୍ଧପୁତ କରି ପୂଜା କରିଥାନ୍ତି । ସେହିପରି ଆଜି ବିଭିନ୍ନ ଶିଳ୍ପାଞ୍ଚଳ, ଗ୍ୟାରେଜ, ଦୋକାନ, ଇଲେକ୍ଟ୍ରି ଅଫିସ୍ ଗୁଡିକରେ ଧୂମଧାମରେ ପୂଜାର୍ଚ୍ଚନା କରାଯାଇଥାଏ । ଆଜି ସମସ୍ତ ଯାନ୍ତ୍ରିକ କାର୍ଯ୍ୟ ବନ୍ଦ ରହିଥାଏ । ବିଶ୍ୱାସ ରହିଛି ପୂଜା କରିବା ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିଥାଏ ଓ ଧନ ସମ୍ପତ୍ତିର ଅଭାବ ରହିନଥାଏ ।

ଶିଳ୍ପ ଜଗତ ପାଇଁ ବିଶ୍ୱକର୍ମାଙ୍କ ଦାନ ଅତୁଳନୀୟ । ତେଣୁ ଭଗବାନ ବିଶ୍ୱକର୍ମାଙ୍କୁ ଶିଳ୍ପକଳାର ଜନକ ବୋଲି କୁହାଯାଏ । ସମସ୍ତ ବିଶ୍ୱର ସଂରଚନା ବିଶ୍ୱକର୍ମାଙ୍କ ହାତରେ ହୋଇଥିଲା । ହିନ୍ଦୁ ଧର୍ମ ଅନୁଯାୟୀ, ପୂରା ବିଶ୍ୱ ହେଉଛି ଭଗବାନ ବିଶ୍ୱକର୍ମାଙ୍କ ମାନସ ସନ୍ତାନ । ତାଙ୍କରି ହାତରେ ପୂରା ବ୍ରହ୍ମାଣ୍ଡର ନିର୍ମାଣ ହୋଇଛି । କେବଳ ଏତିକି ନୁହେଁ ଲଙ୍କାପତି ରାବଣ ବିଶ୍ୱକର୍ମାଙ୍କୁ ସନ୍ତୁଷ୍ଟ କରି ସୁନାର ଲଙ୍କା ତାଙ୍କ ହାତରେ ନିର୍ମାଣ କରାଇଥିଲେ । ଏହାଛଡା ପୁଷ୍ପକ ବିମାନ, ଇନ୍ଦ୍ରଙ୍କ ବଜ୍ର, ଭଗବାନ ଶିବଙ୍କ ପାଇଁ ତ୍ରିଶୁଳ ଓ ପାଣ୍ଡବଙ୍କ ରହିବା ପାଇଁ ଇନ୍ଦ୍ରପ୍ରସ୍ଥ ନଗର ବିଶ୍ୱକର୍ମାଙ୍କ ଆର୍ଶୀବାଦରୁ ସୃଷ୍ଟି । ଏସବୁ ବାଦ୍ ଭଗବାନ କୃର୍ଷ୍ଣଙ୍କ ପାଇଁ ଦ୍ୱାରିକା ନଗରୀର ସ୍ଥାପନା କରିଥିଲେ ବିଶ୍ୱକର୍ମା ।

ପୌରାଣିକ କଥା ଅନୁସାରେ, ପୂରା ବିଶ୍ୱ ବ୍ରହ୍ମାଣ୍ଡର ରଚନା ବିଶ୍ୱକର୍ମାଙ୍କ ହାତରେ ହୋଇଥିଲା । ଏପିରିକି ଋକବେଦର 10ମ ଅଧ୍ୟାୟର 121ତମ ଭାଗରେ ଲେଖାଯାଇଛି ଯେ, ଭଗବାନ ବିଶ୍ୱକର୍ମା ଧରିତ୍ରୀ, ଆକାଶ ଓ ଜଳର ରଚନା କରିଥିଲେ । ବିଶ୍ୱକର୍ମା ପୂରାଣ ଅନୁଯାୟୀ, ସୃଷ୍ଟିର ରଚୟିତା ଆଦି ନାରାୟଣ ସର୍ବପ୍ରଥମେ ବ୍ରହ୍ମା ଓ ପରେ ବିଶ୍ୱକର୍ମାଙ୍କ ରଚନା କରିଥିଲେ ।

ବିଶ୍ୱକର୍ମା ପୂଜା ପଦ୍ଧତି

ଧାର୍ମିକ ଗ୍ରନ୍ଥ ଅନୁସାରେ ଏହି ପବିତ୍ର ଦିନ ଭକ୍ତମାନେ ସକାଳୁ ଶୀଘ୍ର ଉଠି ସ୍ନାନ କରି, ସଫା ପୋଷାକ ପିନ୍ଧି ପୂଜା ସ୍ଥାନ ସଫା କରିବା ଉଚିତ୍ । ଏହାପରେ ବିଶ୍ୱକର୍ମାଙ୍କୁ ପୂଜାପାଠ ସ୍ଥାନରେ ବିଧି ଅନୁଯାୟୀ ଉପାସନା କରିବା ପାଇଁ ପ୍ରତିଜ୍ଞା ନିଅନ୍ତୁ । ହଳଦିଆ ରଙ୍ଗର କପଡାରେ ପୂଜା ଆସନ ପ୍ରତିଷ୍ଠା କରନ୍ତୁ । ଏବେ ଏଥିରେ ଭଗବାନ ବିଶ୍ୱକର୍ମାଙ୍କ ପ୍ରତିମା ସ୍ଥାପନ କରି ପୂଜା ଆରମ୍ଭ କରନ୍ତୁ ହଳଦିଆ କିମ୍ବା ଧଳା ରଙ୍ଗର ଫୁଲମାଳ ଭଗବାନଙ୍କୁ ଅର୍ପଣ କରନ୍ତୁ । ଦୀପ-ଧୂପ ଜଳାନ୍ତୁ । ସେହିପରି ବିଭିନ୍ନ ଯନ୍ତ୍ରପାତି ଏବଂ ମେସିନ୍‌ ପୂଜା କରିବା ପାଇଁ ଭୁଲନ୍ତୁ ନାହିଁ । ଶେଷରେ ପୁଷ୍ପାଞ୍ଜଳି ଅର୍ପଣ କରି ପୂଜା ଶେଷ କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+