For Quick Alerts
Turn On Notification  
For Daily Alerts
Oneindia App Download

ପରଲୋକରେ 'ଶଲାବୁଢା' ଅଭିନେତା ଅଟଳ ବିହାରୀ ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ପରଲୋକରେ ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡା । ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ଭିମସାରରେ ତାଙ୍କର ମୃତ୍ୟ ହୋଇଛି । ଗତକାଲି ବିଳମ୍ବିତ ରାତି ୩ଟା ୪୫ରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

|

ସମ୍ବଲପୁର : ପରଲୋକରେ ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡା । ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ଭିମସାରରେ ତାଙ୍କର ମୃତ୍ୟ ହୋଇଛି । ଗତକାଲି ବିଳମ୍ବିତ ରାତି 3ଟା 45ରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଶଲାବୁଢ଼ା, ଆଦିମ ବିଚାର, ଶଲାବୁଢାର ବଦଲାରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ଥିଲେ ଅଟଳ ବିହାରୀ ପଣ୍ଡା । ଏହାସହ ସମ୍ବଲପୁରୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କ ବିୟୋଗ ହୋଇଛ । ମୃତ୍ୟୁ ବେଳକୁ ତାଙ୍କୁ 91 ବର୍ଷ ହୋଇଥିଲା ।

ଶଲାବୁଢା

83 ବର୍ଷ ବୟସରେ ସେ ନିଜର ପ୍ରଥମ ଫିଲ୍ମ 'ଶଲାବୁଢ଼ା' କରିଥିଲେ । ଏହି ସମ୍ବଲପୁରୀ ଫିଲ୍ମରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ଆଉ ସେଥିପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।

ଶଲା ବୁଢ଼ା' ସିନେମା ପଶ୍ଚିମ ଓଡ଼ିଶାର ଜଣେ ଗାଉଁଲି ଜମିଦାର କାହାଣୀକୁ ନେଇ ନିର୍ମାଣ କରାଯାଇଥିବା ଏହି ସିନେମା । ଯାହା କେବଳ ଭାରତରେ ନୁହେଁ, ଦେଶ ବାହାରେ ମଧ୍ୟ ରେକର୍ଡ କରିଛି । ଅନେକ ପୁରସ୍କାର ସାଉଁଟିଛି । ବିଶେଷ କରି 'ଶଲା ବୁଢ଼ା'ର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଅଟଳ ବିହାରୀ ପଣ୍ଡାଙ୍କ ନିଖୁଣ ଅଭିନୟ ଓ ଜଣେ କଳାକାରର ମିଶ୍ରିତ ଛୁଙ୍କକୁ ପ୍ରତିପାଦିତ କରିଛି । ଅଟଳ ପଣ୍ଡା ଏହି ସିନେମାରେ ଯେଉଁ ଅଭିନୟ କରିଛନ୍ତି ତାହା ତାଙ୍କୁ ଜଣେ ଆଗଧାଡ଼ିର କଳାକାରଙ୍କ ମଧ୍ୟରେ ସାମିଲ କରି ପାରିଥିଲେ ।'ଶଲା ବୁଢ଼ାର୍ ବଦଲା'କୁ ମିଳିଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର । 67 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସାଉଁଟିଥିବା ଏହି ସିନେମା କେବଳ ଯେ ଜଣେ ନିଚ୍ଛକ ଗାଉଁଲି ବୁଢ଼ାର ବଦଲାକୁ ନେଇ ନିର୍ମିତ ତାହା ନୁହେଁ । ଜଣେ ନିଷ୍କପଟ, ସରଳ ହୃଦୟର ବର୍ଣ୍ଣନା ମଧ୍ୟ, ଯାହାକୁ ଫିଲ୍ମ ଆକାରରେ ବାସ୍ତବ ଦୁନିଆକୁ ଅଣାଯାଇଥିଲା । 2020ରେ 'ଶଲାବୁଢ଼ା' ସିରିଜ୍‌ର ତୃତୀୟ ଫିଲ୍ମ 'ଶଲାବୁଢ଼ାର ବଦଲା'ରେ ମଧ୍ୟ ସେ ଅଭିନୟ କରିଥିଲେ।

ତାଙ୍କ ଦେହାନ୍ତ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ଶଲାବୁଢ଼ା, 'ଆଦିମ ବିଚାର' ପରି ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Veteran Actor Atal bijari Panda passes Away
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X