Get Updates
Get notified of breaking news, exclusive insights, and must-see stories!

ପବିତ୍ର ରାଧାଷ୍ଟମୀ: ଜାଣନ୍ତୁ ରାଧାଙ୍କୁ ପୂଜା କରିବାର ମହତ୍ଵ

ରାଧା ଓ କୃଷ୍ଣଙ୍କୁ ଭକ୍ତମାନେ ଏକ ଓ ଅଭିନ୍ନ ଭାବରେ ଗ୍ରହଣ କରିବା ସହ ତାଙ୍କର ଯୁଗଳ ମୂର୍ତ୍ତିକୁ ଭକ୍ତିଭରେ ପୂଜା କରିଥାନ୍ତି । ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ରାଧା ଓ କୃଷ୍ଣଙ୍କର ଶରୀର ସିନା ଦୁଇଟି, କିନ୍ତୁ ଆତ୍ମା ଏକ। ଦ୍ୱାରିକାଧୀଶ ଶ୍ରୀକୃଷ୍ଣଙ୍କ ଅଷ୍ଟପାଟ ଙ୍କ ମଧ୍ୟରେ ରୁକ୍ମଣୀ ପାଟରାଣୀ ଥିଲେ । କୃଷ୍ଣଙ୍କୁ ରାଧାଷ୍ଟମୀ ବ୍ରତର ମାହାତ୍ମ୍ୟ ଓ ରାଧାଙ୍କ ଜନ୍ମ ସମ୍ବନ୍ଧରେ ପଚାରିଥିଲେ । କୃଷ୍ଣ ଉତ୍ତରରେ କହିଥିଲେ:

radha astamai

ରାଧା ହେଉଛନ୍ତି ସୃଷ୍ଟିର ଅଧିକାରିଣୀ । ତାଙ୍କ ଠାରୁ ସକଳ ଉତ୍ପତ୍ତି ହୋଇଛି । ନିରାକାର ପୁରୁଷ ପୁରରେ ଜରା ମୃତ୍ୟୁ ଭୟ ନଥାଏ । ସେହି ପୁର ହୀରା, ନୀଳା, ବୈଦୁର୍ଯ୍ୟ କ୍ରମରେ ବିଚିତ୍ର ରତ୍ନବେଦୀରେ ରାଧା ଦେବୀଙ୍କ ବାସସ୍ଥାନ । ରାଧା ହେଉଛନ୍ତି ସେହି ରାସ ମଣ୍ଡଳର ଅଧିକାରିଣୀ, ସେ ସଦାସର୍ବଦା କୃଷ୍ଣଙ୍କର ସହଗାମିନୀ ହୋଇ ରହିଥାନ୍ତି । ସେ ପୁଣି ଗୋପପୁରରେ ବୃଷଭାନୁ ଗର୍ଭରେ କିପରି ଜନ୍ମ ନେବେ ବୋଲି ସତ୍ୟଭାମା କୃଷ୍ଣଙ୍କୁ ପଚାରିଥିଲେ । ପୁରାଣର କିମ୍ବଦନ୍ତୀ କହେ:

ତ୍ରେତୟା ଯୁଗରେ ସୀତା ରାମଙ୍କୁ ଅନ୍ନ ପରଶିବା ସମୟରେ ହନୁମାନ ତାହା ଦେଖି କ୍ଷଣକ ପାଇଁ ତାଙ୍କ ମନରେ ଏପରି ଭାବନା ଜାତ ହେଲା ଯେ, ଏହିପରି ମୋତେ ଅନ୍ନ ପରଶିବାକୁ କେହି ସାଧ୍ୱୀ ନାରୀ ମୋ ଘରେ ଥିଲେ ମୁଁ କେଡ଼େ ଖୁସି ହୁଅନ୍ତି । ଏହାକୁ ଅନ୍ତର୍ଯ୍ୟାମୀ ଶ୍ରୀରାମ ଜାଣିପାରି ଭକ୍ତର ଇଚ୍ଛା ପୂରଣର ଯୋଜନାରେ ଲାଗିପଡ଼ିଲେ । ଦ୍ୱାପର ଯୁଗରେ ତୁମେ ଚନ୍ଦ୍ରସେଣା କିନ୍ନର ରୂପରେ ଜନ୍ମ ହୋଇ ସୀତାଙ୍କୁ ରାଧାରୂପରେ ପାଇବ ବୋଲି ଶ୍ରୀରାମ ହନୁମାନଙ୍କୁ କହିଥିଲେ । ସଂସ୍କୃତ ମହାଭାରତର ରଚୟିତା ମହର୍ଷି ବ୍ୟାସଦେବଙ୍କ ସଂସ୍କରଣର ଓଡ଼ିଆ ଅନୁବାଦରେ ନାରାୟଣ ଦାସ ହରିବଂଶରେ ଭିନ୍ନ ଏକ ଉପାଖ୍ୟାନ ଲେଖିଛନ୍ତି ।

radha krishna

ପ୍ରଳୟ ଅନ୍ତରେ ଜୀବଜଗତ ଓ ପିଣ୍ଡ ବ୍ରହ୍ମାଣ୍ଡର ସୃଷ୍ଟି ହେଲା । ସୁର ଓ ଅସୁର ସମୁଦ୍ର ମନ୍ଥନରେ ବାହାରିଥିବା ବସ୍ତୁ ଓ ପଦାର୍ଥକୁ ଭାଗ କରି ନେଇଗଲା ପରେ ସମୁଦ୍ରରୁ ଏକ ଲକ୍ଷ୍ମୀ ସ୍ୱରୂପା କନ୍ୟା ଉତ୍ପନ୍ନ ହେଲେ । ଯାହାର ନାମ ସିନ୍ଧୁରାଜ ବରୁଣ ନୀଳକୁମାରୀ ରଖିଥିଲେ ।

ନୀଳକୁମାରୀ ଅତିବ ଲାବଣ୍ୟବତୀ ହୋଇଥିବାରୁ ତାଙ୍କ ଆଡ଼କୁ ଚାହିଁଲେ କାହାରି ଦୃଷ୍ଟି ଫେରୁନଥିଲା । ମାତ୍ର ନୀଳକୁମାରୀ ପ୍ରଭୁ ନାରାୟଣଙ୍କୁ ନିଜର ଆରାଧ୍ୟ ଭାବି ଜପ, ତପ, ବ୍ରତ କରିବାକୁ ଲାଗିଲେ । ନୀଳକୁମାରୀଙ୍କ ରୂପରେ ମର୍ମାହତ ମନୁ ଋଷି ତାଙ୍କୁ ପ୍ରେମ ନିବେଦନ ପୂର୍ବକ ବିବାହର ପ୍ରସ୍ତାବ ଦେଇଥିଲେ ।

କିନ୍ତୁ, ଭଗବାନଙ୍କ ନିକଟରେ ନିଜକୁ ଅର୍ପଣ କରିଥିବା ନୀଳକୁମାରୀ, ମନୁଙ୍କ ପ୍ରସ୍ତାବକୁ ଖଣ୍ଡନ କରିବା ସହ ତାଙ୍କୁ ନପୁଂସକ ହେବାର ଅଭିଶାପ ଦେଇଥିଲେ । ମନୁ ଋଷି ନୀଳକୁମାରୀଙ୍କୁ ପାଇବା ଏବଂ ତାଙ୍କ ଗର୍ବ ଚୂନା କରିବା ପାଇଁ ନାରାୟଣଙ୍କୁ ନିଷ୍ଠାର ସହ ତପସ୍ୟା କରି ପ୍ରସନ୍ନ କରିଥିଲେ ।

ନାରାୟଣ ପ୍ରକଟ ହୋଇ ମନୁଙ୍କୁ ନୀଳକୁମାରୀଙ୍କୁ ତାଙ୍କର ପତ୍ନୀ ରୂପେ ପାଇବାର ବର ଦେଲେ ଏବଂ ନପୁଂସକ କରି ମାତୃହରଣ ଦୋଷରୁ ମୁକ୍ତ ମଧ୍ୟ ରଖିଥିଲେ । ଏପଟେ ନୀଳକୁମାରୀଙ୍କୁ ଆମ୍ଭେ ତୁମର ଭଣଜା ହୋଇ ଜନ୍ମ ନେବୁ ଏବଂ ମଧୁବନ ତୋଟାରେ ତୁମ ସହ ରାସକ୍ରୀଡ଼ା କରିବୁ ବୋଲି ବୁଝାଇଥିଲେ । ଦ୍ୱାପର ଯୁଗରେ ବୃଷଭାନୁ ଅପୁତ୍ରିକ, ପୁତ୍ର କନ୍ୟା ଦୁଃଖରେ ସନ୍ତାପିତ ଥିଲେ । ତାଙ୍କ ଦୁଃଖ ଲାଘବ ପୂର୍ବକ ଶ୍ରୀରାଧାଙ୍କୁ ତାଙ୍କ କୋଳରେ ଦେଇ ତାଙ୍କୁ ପିତୃତ୍ୱ ପ୍ରଦାନ କରିବେ ବୋଲି ମଧ୍ୟ ନୀଳକୁମାରୀଙ୍କୁ କହିଲେ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ବୁଧବାରରେ ଶ୍ରୀକୃଷ୍ଣ ଜନ୍ମ ହୋଇଥିବା ବେଳେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ରବିବାର ଅନୁରାଧା ନକ୍ଷତ୍ରରେ ବାଳିକା ରୂପରେ କାଳିନ୍ଦୀ ହ୍ରଦରେ ପଦ୍ମ ପତ୍ର ଉପରେ ଶୋଇ ଖେଳୁଥିଲେ । ଏହି ସମୟରେ ରାଜା ବୃଷଭାନୁ ସୈନ୍ୟସାମନ୍ତଙ୍କ ସହ ଯାଉଥିବା ବେଳେ ପଦ୍ମର ସୁବାସରେ କାର୍ଷିତ ହୋଇ ହ୍ରଦ ନିକଟରେ ପହଂଚିଲେ । ଲକ୍ଷ୍ମୀ ସଦୃଶା କନ୍ୟାକୁ ନେଇ ନିସନ୍ତାନ ରାଣୀଙ୍କ କୋଳରେ ଦେଲେ । କନ୍ୟାକୁ ପାଇ ଦରିଦ୍ରକୁ କୋଟିନିଧି ମିଳିଲା ପରି ରାଜା ଓ ରାଣୀଙ୍କ ଆନନ୍ଦର ସୀମା ରହିଲା ନାହିଁ ଏବଂ କନ୍ୟାର ନାମ ରାଧା ରଖିଲେ । ରାଧା କୃଷ୍ଣଙ୍କ ଠାରୁ ଅଲଗା ହୋଇଯିବାରୁ କ୍ଷୀର, ଜଳ ଓ ଅନ୍ନ କିଛି ବି ଗ୍ରହଣ କରି ନଥିଲେ । ରାଧାଙ୍କ ଜନ୍ମ ଠାରୁ ରାଜା ରାଣୀ ଧନ, ସ୍ୱର୍ଣ୍ଣାଳଙ୍କାର ଇଚ୍ଛାମତେ ଦାନ କଲେ । ଏହିପରି ରାଧାଙ୍କର ଜନ୍ମ ବୃତ୍ତାନ୍ତ କୃଷ୍ଣ ସତ୍ୟଭାମାଙ୍କୁ କହୁଥିଲେ ।

ସତ୍ୟଭାମା ଏକ ଲୟରେ କୃଷଗଣଙ୍କୁ ପଚାରିଲେ, ରାଧା ମର୍ତ୍ତ୍ୟମଣ୍ଡଳରେ ଜନ୍ମ ହୋଇ ବିନା ଆହାରରେ ବଂଚିଲେ କିପରି ଏବଂ ସେ ଚନ୍ଦ୍ରସେଣାଙ୍କର ପତ୍ନୀ ହେଲେ କିପରି? ଦେବର୍ଷି ନାରଦ ରାଜା ବୃଷଭାନୁଙ୍କୁ ଜଣାଇଲେ, ରାଧାଙ୍କର ଯୌବନ ପ୍ରାପ୍ତ ହେବା ପରେ କୃଷ୍ଣଙ୍କର ଜନ୍ମ ମାତ୍ରେ ସେ ଅନ୍ନ ଜଳ ସ୍ପର୍ଶ କରିବେ । ଉଚିତ ସମୟ ଆସିବାରୁ ନାରଦ ରାଧାଙ୍କୁ ଗୋପପୁରରେ କୃଷ୍ଣ ଜନ୍ମ ନେବା ସମ୍ବନ୍ଧରେ ଜଣାଇଥିଲେ । ସେହି ସମ୍ବାଦ ପାଇବା ପରେ ଶ୍ରୀରାଧା ଅନ୍ନ, ଜଳ ଗ୍ରହଣ କଲେ । ଚନ୍ଦ୍ରସେଣାର ଗାଈ ଗୋରୁ ଓ ଅମାପ ଧନ ଦୌଲତ ଥିଲା । ଏଣୁ ବୃଷଭାନୁ ଚନ୍ଦ୍ରସେଣା ସହ ରାଧାଙ୍କର ବିବାହ କରାଇଲେ । ଧରଣୀ ଭାରା ନିବାରଣ ପାଇଁ ଶ୍ରୀକୃଷ୍ଣ ରଂଗାବତାର ଧାରଣ କରି କଂସ ସମେତ ଅନେକ ଅସୁରଙ୍କ ବିନାଶ ପାଇଁ ଦେବକୀଙ୍କ ଗର୍ଭରୁ ଜନ୍ମ ନେଲେ । ଥରେ କୃଷ୍ଣ ରାଧାଙ୍କ ଶୋଇଥିବା ସମୟରେ ତାଙ୍କୁ ଉଠାଇବା ବେଳେ ନିଦ୍ରାଗତ ରାଧା କୃଷ୍ଣଙ୍କ ବକ୍ଷକୁ ପଦାଘାତ କରିଥିଲେ । ସେହି ଦିନ ଠାରୁ ରାଧା କୃଷ୍ଣଙ୍କ ମଧ୍ୟରେ ମତାନ୍ତର ହେଲା । କାହ୍ନୁକୁ ନପାଇ ରାଧା ଭାବବିହ୍ୱଳ ହେବାର ଦେଖି ବିଶାଖା ଉଭୟଙ୍କୁ କୁଞ୍ଜବନର ମଧୁ ତୋଟାରେ ମିଳନ କରାଇଥିଲେ । ଏଥିରେ ଗୋପାଙ୍ଗନା ନାରୀ କୃଷ୍ଣଙ୍କ ସାନ୍ନିଧ୍ୟ ପାଇ ନିଜକୁ ଧନ୍ୟ ମନେ କରିଥିଲେ ।

ଏକଦା ଅକ୍ରୁର କୃଷ୍ଣଙ୍କୁ ମଥୁରାକୁ ନେବା ବେଳେ ରାଧାଙ୍କ ସହ ଗୋପାଙ୍ଗନାମାନେ ରଥ ଆଗରେ ଶୋଇ ରହି ପଥରୋଧ କରିଥିଲେ । ଏ ସମ୍ବନ୍ଧରେ ଅନେକ କାହାଣୀ କାବ୍ୟମାନଙ୍କରେ ବର୍ଣ୍ଣନା ଅଛି । ସତ୍ୟଯୁଗରେ ପ୍ରଭୁ ନୃସିଂହ ଅବତାରରେ ରାଧା ମାଳତୀ ରୂପରେ ଜନ୍ମ ହୋଇ ବୈଲୋଚନ ରାକ୍ଷସକୁ ବଧ କରିଥିଲେ । ତ୍ରେତୟାରେ ଅଯୋଧ୍ୟାରେ ପ୍ରଭୁଙ୍କ ଶ୍ରୀରାମ ଅବତାର ବେଳେ ଜନକନନ୍ଦିନୀ ସୀତା ରୂପରେ ରାଧା ଜନ୍ମ ହୋଇଥିଲେ । ଦ୍ୱାପର ଯୁଗରେ ରାଧାକୃଷ୍ଣ ଅବତାର ନେଇ କଂସ ପରି ଦୁଷ୍ଟ ରାକ୍ଷସକୁ ବଧ କରିଥିଲେ । ହନୁ ରାମଙ୍କର ପରମ ଭକ୍ତ ଥିବାରୁ ରାଧାଙ୍କୁ ସୀତା ରୂପରେ ହନୁକୁ ଦର୍ଶନ କରାଇଥିଲେ । ଶେଷରେ କୃଷ୍ଣ ରାଧାଙ୍କ ସହ ଷୋଳ ସହସ୍ର ଗୋପବାଳିଙ୍କୁ ନେଇ ବୃନ୍ଦାବନରେ ରାସଲୀଳା କରୁଥିଲେ । ତ୍ରେତୟା ଯୁଗର କଷ୍ଟ ହେତୁ ଦ୍ୱାପର ଯୁଗରେ ପତି ପତ୍ନୀର ସୁଖ ପାଇଥିଲେ । ଏହାର କାରଣ ବ୍ରହ୍ମା ଦେଇଥିବା ମୋହନ ମୁରଲୀ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+