Get Updates
Get notified of breaking news, exclusive insights, and must-see stories!

ପରଲୋକରେ ପଦ୍ମ ବିଭୂଷଣ ବାବା ସାହେବ ପୁରନ୍ଦରେ

ପଦ୍ମ ବିଭୂଷଣ ସମ୍ମାନ ପ୍ରାପ୍ତ ପ୍ରସିଦ୍ଧ ଐତିହାସକ, ଲେଖକ ବାବାସାହେବ ପୁରନ୍ଦରେଙ୍କ ଦେହାନ୍ତ ହୋଇଛି । ଆଜି ଭୋର୍‌ 5.07 ସମୟରେ ପୁଣେସ୍ଥିତ ‘ଦୀନନାଥ ମଙ୍ଗେସ୍କର୍‌ ହସ୍ପିଟାଲ୍‌'ରେ ଦେହାନ୍ତ ହୋଇଯାଇଛି ।

ପୁଣେ : ପଦ୍ମ ବିଭୂଷଣ ସମ୍ମାନ ପ୍ରାପ୍ତ ପ୍ରସିଦ୍ଧ ଐତିହାସକ, ଲେଖକ ବାବାସାହେବ ପୁରନ୍ଦରେଙ୍କ ଦେହାନ୍ତ ହୋଇଛି । ଆଜି ଭୋର୍‌ 5.07 ସମୟରେ ପୁଣେସ୍ଥିତ 'ଦୀନନାଥ ମଙ୍ଗେସ୍କର୍‌ ହସ୍ପିଟାଲ୍‌'ରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ‌ ବେଳକୁ ତାଙ୍କୁ 99 ବର୍ଷ ବୟସ ହୋଇଥିଲା । ପୁରନ୍ଦରେଙ୍କୁ 'ଲାଇଫ୍‌ ସପୋର୍ଟ'ରେ ରଖାଯାଇଥିଲା ।

babasaheb purandare

ବାବାସାହେବ ପୁରନ୍ଦରେ ସପ୍ତାହେ ପୂର୍ବରୁ ନିମୋନିଆରେ ପୀଡ଼ିତ ଥିଲେ । ଏହାପରେ ତାଙ୍କୁ ପୁନେସ୍ଥିତ ଦିନାନାଥ ମଙ୍ଗେସକର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଇସିୟୁରେ ଚିକିତ୍ସା ଚାଲିଥିଲେ ବି ଗତକାଲିଠୁ ତାଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା ।

2015 ମସିହାରେ ତାଙ୍କୁ ମହାରାଷ୍ଟ୍ର ଭୂଷଣରେ ସମ୍ମାନିତ କରାଯାଇଥିଲା । ଏହାପରେ 2019 ମସିହାରେ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପୁରନ୍ଦରେଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ବ୍ୟାପକ କାର୍ଯ୍ୟରେ ନିଜ ଅବଦାନ ପାଇଁ ବାବା ସାହେବ ପୁରନ୍ଦରେ ସବୁବେଳେ ମନେ ରହିବେ । ଏପରି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି ।

ପୁରନ୍ଦରେ 1922 ମସିହା ଜୁଲାଇ 29 ତାରିଖରେ ଜନ୍ମ ଗ୍ରହଣ କରିଥିଲେ । 12 ବର୍ଷ ବୟସରେ ପୁରନ୍ଦରେ ନାନା ସାହେବ ପେଶବାଙ୍କ ଜୀବନୀ ଉପରେ ଏକ ପୁସ୍ତକ ଲେଖିଥିଲେ । 1946 ମସିହାରେ ଯେବେ ବାହା ସାହେବ 24 ବର୍ଷର ହୋଇଥିଲେ, ସେହି ସମୟରେ ସେ ଶିବାଜୀ ମହାରାଜାଙ୍କ ଜୀବନ ଉପରେ ଆଧାରିତି କାହାଣୀ ସଙ୍କଳନ 'ଜଲ୍ୟ ଥିଙ୍ଗା' କୁ ଉନ୍ମୋଚନ କରିଥିଲେ । ବାବା ସାହେବ ଶିବାଜୀ ଓ ଅନ୍ୟ ଐତିହାସିକ ବିଷୟ ଉପରେ 36 ବହି ଲେଖିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+