Get Updates
Get notified of breaking news, exclusive insights, and must-see stories!

ନବରାତ୍ରୀ 2023: ପୂଜା ସମୟରେ କରନ୍ତୁନି ଏହି ୯ ଟି ଭୁଲ୍....

ଆଜିଠୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ଆଜିଠାରୁ ଆରମ୍ଭ କରି ଆଗାମୀ ୯ ଦିନ ଯାଏଁ ମା' ନଅଟି ରୂପରେ ପୂଜା ପାଇବେ । ନବରାତ୍ରିରେ ଦେବୀ ପୂଜନ ଓ ବ୍ରତ ରଖୁଥିବା ଲୋକ କେତେକ ଖାସ୍‌ ନିୟମ ପାଳନ କରିବା ଖୁବ୍‌ ଜରୁରୀ ।

ନବରାତ୍ରୀ ବେଳେ କେତେକ କାମ କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏସବୁ ବାରଣ କରାଯାଇଥିବା କାମ ନବରାତ୍ରିରେ କଲେ ମା' ଦୁର୍ଗା ଅସନ୍ତୁଷ୍ଟ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ୯ ଦିନ କି କି କାମ କରିବା ମନା:

navaratri
  • ଯଦି ଆପଣ ନବରାତ୍ରୀରେ କଳସ ସ୍ଥାପନ କରୁଛନ୍ତି ଓ ମା'ଙ୍କୁ ପୂଜା କରୁଛନ୍ତି, ତେବେ ଏହି ସମୟରେ ଅଖଣ୍ଡ ଦୀପ ଜଳାନ୍ତୁ। ଏହି ୯ ଦିନ ଘର ଆଦୌ ଖାଲି କରନ୍ତୁ ନାହିଁ। ସେହିପରି ପୂଜା ଘରକୁ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ।
  • ନବରାତ୍ରୀ ବେଳେ ନଖ କାଟିବା ମନା । ଯଦି ଆପଣ ଏବେ ଯାଏଁ ନଖ କାଟି ନାହାନ୍ତି, ତେବେ ନବରାତ୍ରୀ ପରେ ହିଁ କାଟନ୍ତୁ ।
  • ନବରାତ୍ରୀରେ ୯ ଦିନ ବ୍ରତ ରଖୁଥିବା ବ୍ୟକ୍ତି ନିଶ ଦାଢ଼ି ଓ ଚୁଟି କାଟିବା ନିଷେଧ । କିନ୍ତୁ ଏ ଅବସରରେ ପିଲାଙ୍କ ମୁଣ୍ଡନ କରିବା ଶୁଭ ହୋଇଥାଏ ।
  • ନବରାତ୍ରୀରେ ବ୍ରତ ରଖୁଥିଲେ ଭୋଜନରେ ପିଆଜ, ରସୁଣ କିମ୍ବା ଆମିଷ ଖାଆନ୍ତୁ ନାହିଁ । ନବରାତ୍ରା ବେଳେ ମାଂସାହାର ଓ ମଦ୍ୟପାନଠାରୁ ସମ୍ପୂର୍ଣ୍ଣ ଦୂରରେ ରୁହନ୍ତୁ ।
  • ବିଷ୍ଣୁ ପୁରାଣ ଅନୁସାରେ ନବରାତ୍ରୀ ବେଳେ ଦିନରେ ଶୋଇବା ଅନୁଚିତ ।
  • ନବରାତ୍ରୀ ବେଳେ ୯ ଦିନ ବ୍ରତ ରଖୁଥିବା ବ୍ୟକ୍ତି କଳା ପୋଷାକ ପିନ୍ଧିବା ଅନୁଚିତ । ଏହି ବ୍ରତ ସମ୍ପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନ ହୋଇ ରଖିବା ଉଚିତ । ଏଣୁ ଏହି ୯ ଦିନ ମଇଳା ଓ ଅଧୁଆ ପୋଷାକ ପିନ୍ଧନ୍ତୁ ନାହିଁ। ସେହିପରି ଏ ଅବସରରେ ସିଲେଇ କରିବାକୁ ମଧ୍ୟ ବାରଣ କରାଯାଇଛି ।
  • ବ୍ରତରେ ୯ ଦିନ ଯାକ ଲୁଣ ସେବନ କରିବା ଅନୁଚିତ। ବ୍ରତ ରଖୁଥିବା ବ୍ୟକ୍ତି ସୈନ୍ଧବ ଲୁଣ ଖାଇପାରିବେ। ଏଥିସହ ଭୋଜନରେ ସାଗୁ, ଫଳ, ଆଳୁ,ବାଦାମ ଆଦି ଖାଇବା ଉଚିତ। ନବରାତ୍ରୀ ବ୍ରତ ବେଳେ ଫଳାହାର ସବୁବେଳେ ଗୋଟିଏ ସ୍ଥାନରେ ବସି କରିବା ଉଚିତ ।
  • ନବରାତ୍ରୀ ବେଳେ ଯଦି ଦୁର୍ଗା ଚାଳିଶା, ମନ୍ତ୍ର କିମ୍ବା ସପ୍ତଶତୀ ପଢ଼ୁଛନ୍ତି ତେବେ ପାଠ କରିବା ବେଳେ ଆଉ କାହା ସହ କଥାବାର୍ତ୍ତା କରନ୍ତୁ ନାହିଁ । ଏଭଳି କରିବା ଫଳରେ ଆପଣଙ୍କ ପୂଜାର ଫଳ ନକାରାତ୍ମକ ଶକ୍ତି ପାଖକୁ ଚାଲିଯିବ ।
  • ପୂଜା କରୁଥିବା ବ୍ୟକ୍ତି ଏହି ସମୟରେ ବେଲ୍ଟ, ଚପଲ-ଜୋତା, ବ୍ୟାଗ ଭଳି ଚମଡ଼ା ଜିନିଷ ବ୍ୟବହାର କରିବାରୁ ବିରତ ରହିବା ଉଚିତ ।
  • ବ୍ରତ ରଖୁଥିବା ବ୍ୟକ୍ତି ୯ ଦିନ ପର୍ଯ୍ୟନ୍ତ ଲେମ୍ବୁ କାଟିବା ଉଚିତ ନୁହେଁ । ବ୍ରତ ବେଳେ ଯଦି ଫଳ ଖାଉଛନ୍ତି, ତେବେ ତାହାକୁ ଥରକରେ ହିଁ ଖାଇଦିଅନ୍ତୁ। ଅଇଁଠା ରଖି ଅନ୍ୟ ସମୟରେ ଖାଆନ୍ତୁ ନାହିଁ। ନବରାତ୍ରୀ ବେଳେ ବ୍ରତର ଫଳ ପାଇବା ପାଇଁ ବ୍ରହ୍ମଚାର୍ଯ୍ୟ ବ୍ରତ ପାଳନ କରନ୍ତୁ ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+