Get Updates
Get notified of breaking news, exclusive insights, and must-see stories!

ହୋଲିରେ ଆପଣାନ୍ତୁ ଏହି ଉପାୟ, ବର୍ଷିବ ପ୍ରଭୁଙ୍କ କୃପା

ପ୍ରଭୁଙ୍କୁ ରଙ୍ଗ ଅର୍ପଣ କରାଯାଏ । ଫଲରେ ପ୍ରଭୁ ପ୍ରସନ୍ନ ହେବା ସହ ବର୍ଷସାରା ଏହାର ଶୁଭଫଳ ମିଳିଥାଏ ।

Holi

ରଙ୍ଗର ପର୍ବ ହୋଲି । ଫଗୁଣ ମାସରେ ସବୁ ମତଭେଦ ଭୁଲି ପରସ୍ପରକୁ ରଙ୍ଗ ଲଗାଇ ସାରା ଦେଶ ଏହାକୁ ବେଶ୍ ଧୁମଧାମରେ ପାଳନ କରାଯାଏ । ବିଧି ଅନୁଯାୟୀ, ହୋଲିଦିନ ଭଗବାନ ବିଷ୍ଣୁ, ଶ୍ରୀକୃଷ୍ଣ, ରାଧା ରାଣୀ, ମା'ଲକ୍ଷ୍ମୀ ଆଦି ଦେବା ଦେବୀଙ୍କୁ ପୂଜା କରାଯାଇଥାଏ । ଏହାସହ ପ୍ରଭୁଙ୍କୁ ରଙ୍ଗ ଅର୍ପଣ କରାଯାଏ । ଫଲରେ ପ୍ରଭୁ ପ୍ରସନ୍ନ ହେବା ସହ ବର୍ଷସାରା ଏହାର ଶୁଭଫଳ ମିଳିଥାଏ । ତେବେ ହୋଲିରେ ଏପରି କିଛି ଉପାୟ ଆପଣାନ୍ତୁ, ଯାହାକି ଆପଣଙ୍କ ଉପରେ ପ୍ରଭୁଙ୍କ କୃପା ବର୍ଷା କରିବ ।

ବାସ୍ତୁ ଅନୁଯାୟୀ, ଘରର ପ୍ରବେଶ ଦ୍ୱାର ତଥା ଅଗଣାରେ ରଙ୍ଗୋଲି ପକାନ୍ତୁ । ରଙ୍ଗୋଲିରେ ଲାଲ, ହଳଦିଆ, ସବୁଜ, ଗୋଲାପି ଆଦି ରଙ୍ଗ ବ୍ୟବହାର କରନ୍ତୁ । ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ମା'ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ । ବାସ୍ତୁ ଦୋଷ ଦୂର ପାଇଁ ସକରାତ୍ମକ ଶକ୍ତି ପ୍ରବେଶ ପାଇଁ ଘରର ବଗିଚାରେ କିମ୍ବା ଅନ୍ୟ ସ୍ଥାନରେ ଗଛ ଲଗାନ୍ତୁ । ଏପରି କରିବା ଦ୍ୱାରା ଘରେ ସୁଖଶାନ୍ତି ପ୍ରବେଶ କରିଥାଏ ।

ହୋଲି ଦିନ ଭଗବାନ ଗଣେଶଙ୍କୁ ବିଧି ବିଧାନ ସହ ପୂଜା କରି ରଙ୍ଗ ଅର୍ପଣ କରନ୍ତୁ । ଏହାସହ ମିଠା ଭୋଗ ନିଶ୍ଚୟ ଅର୍ପଣ କରନ୍ତୁ । ବ୍ୟବସାୟରେ ଉନ୍ନତି ଓ ଧନ ଲାଭ ପାଇଁ କାର୍ଯ୍ୟାଳୟ କିମ୍ବା ଘରର ପୂର୍ବ ଦିଗରେ ଉଦୟ ହେଉଥିବା ସୂର୍ଯ୍ୟଦେବତାଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ । ଏହାଦ୍ୱାରା ଭାଗ୍ୟରେ ଶୁଭ ପରିବର୍ତ୍ତନ ହୋଇଥାଏ ।

ଘରର ଛାତରେ କିମ୍ବା ଯେଉଁ ସ୍ଥାନରେ ଭଗବାନଙ୍କ ଧ୍ୱଜା ଲଗାଇଛନ୍ତି, ହୋଲି ଦିନ ଏହାକୁ ବଦଳାନ୍ତୁ । ଏହି ଦିନ ଛାତରେ ନୂଆ ଧ୍ୱଜା ଲଗାଇବା ଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+